Posted inଜାତୀୟ

ୟୁଟ୍ୟୁବର ମନିଷଙ୍କୁ ଝଟ୍‌କା: ଜାମିନ ପାଇଁ ହାଇକୋର୍ଟ ଯାଅ…

ନୂଆଦିଲ୍ଲୀ,୮।୫ : ୟୁଟ୍ୟୁବର୍‌ ମନିଷ କାଶ୍ୟପଙ୍କୁ ସୋମବାର ସୁପ୍ରିମକୋର୍ଟରୁ ମଧ୍ୟ ଆଶ୍ୱସ୍ତି ମିଳିନାହିଁ। ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କ ନକଲି ଭିଡିଓ ପ୍ରଚାର କରୁଥିବା ଅଭିଯୁକ୍ତ ମନିଷଙ୍କ ଜାମିନ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତାମିଲନାଡୁ ପୋଲିସ ଦ୍ୱାରା ଲାଗୁ କରାଯାଇଥିବା କଡା ଜାତୀୟ ସୁରକ୍ଷା ଆଇନ (ଏନଏସଏ) ବିରୋଧରେ ୟୁଟ୍ୟୁବ ମନିଷ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ଏହି ଆବେଦନରେ ସେ ଜାତୀୟ ସୁରକ୍ଷା ଆଇନ ହଟାଇବା, ବିହାର ଏବଂ ତାମିଲନାଡୁରେ ପଞ୍ଜୀକୃତ ହୋଇଥିବା ବିଭିନ୍ନ ମାମଲାକୁ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରିବା ଓ ଜାମିନ ପ୍ରଦାନ ପାଇଁ ନିବେଦନ କରିଥିଲେ।

ୟୁଟ୍ୟୁବର୍‌ଙ୍କ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ତାମିଲନାଡୁ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। ତୁମେ ସେଠାରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କଲ । ଏହା ସହ ତାମିଲନାଡୁ ଏବଂ ବିହାରରେ ପଞ୍ଜୀକୃତ ହୋଇଥିବା ମାମଲାଗୁଡ଼ିକୁ ଏକାଠି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ତାମିଲନାଡୁ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଏନଏସଏର ଜାମିନ ଏବଂ ଅପସାରଣ ଉପରେ ମଧ୍ୟ ନିର୍ଦ୍ଦେଶ ଦିଆଯାଇ ନାହିଁ। ଏଥିସହ ସୁପ୍ରିମକୋର୍ଟ ଜାମିନ ପାଇଁ ହାଇକୋର୍ଟ ଯିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତାରେ ଗୋରୁର କଟାମୁଣ୍ଡ, ରାସ୍ତାରେ ପଡ଼ିଛି ଗୋ’ମାଂସ, କାର୍ଯ୍ୟାନୁଷ୍ଠାନ ଦାବିରେ…

ବାଲେଶ୍ୱର,୨୦ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକ କଷାଫଳ ମେରାଇନ ଥାନା ଅନ୍ତର୍ଗତ ଦୁବୁଲାଗଡ଼ି-ରଙ୍ଗାମାଟିଆ ରାସ୍ତାରେ ଗୋ’ମାଂସ ପକାଯିବାକୁ କେନ୍ଦ୍ର କରି ସୋମବାର ଉତ୍ତେଜନା ଦେଖାଦେଇଛି। ପ୍ରତିବାଦରେ ସ୍ଥାନୀୟଲୋକେ…

ନିଷ୍ଠା ହିଁ ଆଗ୍ରହକୁ ଦକ୍ଷତାରେ ପରିଣତ କରେ: ନିଗମଜ୍ୟୋତି ପାଠୀ

ନିଗମଜ୍ୟୋତି ପାଠୀ ହେଉଛନ୍ତି ଜଣେ ଦୂରଦର୍ଶୀ ଉଦ୍ୟୋଗୀ, ଯାହାଙ୍କର ପାକକଳା ପ୍ରତି ଥିବା ଗଭୀର ଭଲପାଇବା ଯୋଗୁ ମୟୂରଭଞ୍ଜର ବାରିପଦା ସହରରେ ଜନ୍ମନେଇଛି ଲୋକପ୍ରିୟ ରେଷ୍ଟୁରାଣ୍ଟ ‘ନମସ୍ତେ…

କାନାଡାକୁ ବଡ଼ ଧମକ ଦେଲେ ଟ୍ରମ୍ପ, ଚାଇନା ସହ ବାଣିଜ୍ୟ ଚୁକ୍ତି ସମାପ୍ତ ନକଲେ ୧୦୦% ଟାରିଫ…

ଓ୍ବାଶିଂଟନ,୨୦।୪: କାନାଡାକୁ କଡ଼ା ଚେତାବନୀ ଦେଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯଦି କାନାଡା ଚାଇନା ସହିତ ବାଣିଜ୍ୟ ଚୁକ୍ତି ସମାପ୍ତ ନ କରେ, ତେବେ…

ବଜ୍ରପାତରେ ପରମହଂସନାଥ ମନ୍ଦିର ଦଧିନଉତିରୁ ଖସିପଡ଼ିଲା ପଥର

କଟକ ସଦର,୨୦ା୪(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସନାଥ ମନ୍ଦିରରେ ଏକ ଅଘଟଣ ଘଟିଯାଇଛି। ରବିବାର ରାତିରେ ମନ୍ଦିର ଚୂଡ଼ାରେ ବଜ୍ରପାତ ହୋଇଥିଲା। ଯାହାଫଳରେ…

ପରାଜୟ ପରେ ରିଷଭ ପନ୍ତଙ୍କ ବଡ଼ ବୟାନ: ‘ଜିତିବା ପାଇଁ, ପଞ୍ଜାବ କିଙ୍ଗସ…’

ନୂଆଦିଲ୍ଲୀ,୨୦।୪: ରବିବାର IPL 2026ର ୨୯ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପଞ୍ଜାବ କିଙ୍ଗ୍ସ (PBKS) ବିପକ୍ଷରେ ୫୪ରନରେ ପରାଜୟ ବରଣ କରିଛି। LSG ଅଧିନାୟକ…

୫ ହଜାର ଶସ୍ତା ହେଲା ରୂପା; ସୁନା ବି କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୦ା୪: ଅକ୍ଷୟ ତୃତୀୟାରେ ସୋମବାର ବଜାର ଖୋଲିବା ସହିତ, ସୁନା ଏବଂ ରୂପାର ମୂଲ୍ୟରେ ଏକ ତୀବ୍ର ହ୍ରାସ ପରିଲକ୍ଷିତ ହୋଇଥିଲା। ରୂପା ୫,୪୦୦ ରୁ ଅଧିକ…

ଢାବାରେ ଚାଲିଥିଲା ଦେହ ବ୍ୟବସାୟ, ମାଡ଼ି ବସିଲା ପୋଲିସ, ପାଖରୁ ମିଳିଲା…

ବରଗଡ଼,୨୦ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଧାଙ୍ଗେର ଆନ୍ଧ୍ରାଟିକ୍ରା ନିକଟ ଜୟ ଦୁର୍ଗା ଢାବାରେ ଦେହ ବ୍ୟବସାୟ ଚାଲିଥିବାବେଳେ ସୋମବାର ପୋଲିସ ଅତର୍କିତ ଚଢ଼ାଉ କରିଥିଲା।…

ବ୍ଲାକଆଉଟ, ଏଲପିଜି ସଙ୍କଟ, ଅନାହାର ସହିତ ସଂଘର୍ଷ କରୁଛି ପାକିସ୍ତାନ…, ଯୁଦ୍ଧ ଆଲୋଚନାକୁ ନେଇ ମୁନିର-ଶେହବାଜଙ୍କ ଯୋଜନା କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୨୦।୪: ପାକିସ୍ତାନ ଆଜିକାଲି ଏକ ଅଦ୍ଭୁତ ପରିସ୍ଥିତିରେ ଅଛି। ଗୋଟିଏ ପଟେ, ଏହା ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସର କେନ୍ଦ୍ରସ୍ଥଳରେ ରହିଛି; ଅନ୍ୟପଟେ, ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri