Posted inଜାତୀୟ

ମମତାଙ୍କ ବିରୋଧୀ ଏକତାକୁ ଝଟ୍‌କା, ଏପିପି-ଟିଆର୍‌ଏସ୍‌ ବୈଠକରୁ ଦୂରେଇବା ଆଶଙ୍କା …

ନୂଆଦିଲ୍ଲୀ, ୧୫।୬ : ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଏକଜୁଟ କରିବାକୁ ଚେଷ୍ଟା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧୀ ଏକତାକୁ ଏକ ଝଟ୍‌କା ଲାଗିଛି। ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସେ ବୁଧବାର ଦିଲ୍ଲୀରେ ବିରୋଧୀ ଦଳର ଏକ ବୈଠକ ଡାକିଛନ୍ତି। ତେବେ ବର୍ତ୍ତମାନ ଖବର ଆସିଛି ଯେ ଆମ ଆଦମୀ ପାର୍ଟି, ଟିଆରଏସ ଏବଂ ବିଜେଡି ଏହି ବୈ ଠକରୁ ଦୂରେଇ ଯାଇପାରନ୍ତି। ଏହାପୂର୍ବରୁ ସିପିଏମ ନେତା ସୀତାରାମ ୟେଚୁରୀ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ ଡି ରାଜା ମଧ୍ୟ ଏହି ବୈଠକକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସାରିଛନ୍ତି।

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ଆମ ଆଦମୀ ପାର୍ଟି ଏହି ପ୍ରସଙ୍ଗ ଉପରେ ବିଚାର କରିବ। ଏଥିସହିତ ଟିଆରଏସ ମଧ୍ୟ ବୈଠକରୁ ଦୂରେଇ ରହିବ। ଏହା ବ୍ୟତୀତ ଓଡିଶାର ବିଜୁ ଜନତା ଦଳ ମଧ୍ୟ ବୈଠକକୁ ଆସିବନାହିଁ ବୋଲି ଚର୍ଚ୍ଚା ହେଉଛି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବଜରଙ୍ଗ ଦଳ କର୍ମୀ ଅପହରଣ ପରେ ଜାଳିଦେଲେ

ଜୟପୁର,୧୮ା୨(ପି.ଟି.): ହରିୟାଣାରେ ଏକ କାର୍‌ରୁ ୨ ମୁସଲମାନଙ୍କ ପୋଡ଼ିଯାଇଥିବା ମୃତଦେହ ମିଳିବା ଘଟଣାରେ ପୋଲିସ ଶୁକ୍ରବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ହରିୟାଣା ନୁହ ଜିଲାର...

କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶଓ୍ବାନ୍‌ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୪।୮: କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶଓ୍ବାନ୍‌ଙ୍କୁ ଦିଲ୍ଲୀର ଫୋର୍ଟିସ ଏସ୍କୋର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହୃଦ୍‌ଜନିତ ରୋଗ କାରଣରୁ ତାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ମୋଦି...

୫ମାସ ପରେ ଭାଜପା ନେତା ଚିନ୍ମୟାନନ୍ଦଙ୍କୁ ମିଳିଲା ଜାମିନ

ପ୍ରୟାଗରାଜ,୩।୨: ଉତ୍ତରପ୍ରଦେଶ ଶାହଜହାଁପୁରର ଲ’ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଜାମିନ ମିଳିଛି।...

ମମତାଙ୍କ ପାଇଁ ବାଟ ଛାଡ଼ିଲେ ଭବାନୀପୁର ବିଧାୟକ

କୋଲକାତା,୨୧।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ବିଧାନସଭା ଉପ-ନିର୍ବାଚନ ଲାଗି ଏବେ ରାସ୍ତା ସଫା ହୋଇଯାଇଛି। କାରଣ ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସର...

୬୦ ପ୍ରତିଶତ ଭାରତୀୟ କମ୍ପାନୀ ଉପରେ ସାଇବର ଆକ୍ରମଣ ଆଶଙ୍କା: ଆଗାମୀ ୫ ବର୍ଷରେ ୩ ଶହ ୬୦ ଲକ୍ଷ କୋଟି ହେବ କ୍ଷତି

ନୂଆଦିଲ୍ଲୀ,୧୮।୪: ଭାରତରେ ଡିଜିଟାଲକରଣ ଧାରା ଜାରି ରହିଛି। ତେବେ ୬୦ ପ୍ରତିଶତ ଭାରତୀୟ କମ୍ପାନୀ ଉପରେ ସାଇବର ଆଶଙ୍କା ଭୟ ରହିଛି। ଏହାଦ୍ୱାରା ଆଗାମୀ ୫...

ମେହେବୁବା ମୁଫତିଙ୍କ ସମେତ ପୂର୍ବତନ ବିଧାୟକଙ୍କୁ ୨୪ ଘଣ୍ଟାରେ ସରକାରୀ ଘର ଖାଲି କରିବାକୁ ନୋଟିସ, ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ

ଶ୍ରୀନଗର, ୨୮ ।୧୧: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାର ପ୍ରଶାସନ ରବିବାର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି)ର ଅଧ୍ୟକ୍ଷ ମେହେବୁବା ମୁଫତି ଓ ଅନ୍ୟ ୭ ପୂର୍ବତନ ବିଧାୟକଙ୍କୁ...

ଅଡୁଆରେ ଅମରିନ୍ଦର

ଚଣ୍ଡିଗଡ଼,୨୩ ।୯: ପଞ୍ଜାବ କଂଗ୍ରେସର କଳହ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ନିକଟରେ ଦଳ ମଧ୍ୟରେ ଥିବା ଏହି କଳହ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ...

କଂଗ୍ରେସରେ ପୁଣି ‘ଲେଟର ବମ୍‌’ ବିସ୍ଫୋରଣ: ପରିବାର ମୋହରୁ ଦୂରେଇ ରହିବାକୁ ସୋନିଆଙ୍କୁ ପରାମର୍ଶ

ଲକ୍ଷ୍ନୌ, ୬।୯: କଂଗ୍ରେସରେ ଆଭ୍ୟନ୍ତରୀଣ ଅସନ୍ତୋଷ ଏବେ ଧୀରେଧୀରେ ପଦାରେ ପଡ଼ିବାକୁ ଆରମ୍ଭ କରିଛି। କିଛିଦିନ ତଳେ ୨୩ ଜଣ ସଦସ୍ୟ ଦଳରେ ନେତୃତ୍ୱ ସଙ୍କଟ...

Advertisement
Archives

Model This Week