ସୁପ୍ରିମକୋର୍ଟ ରାୟକୁ ନେଇ ମର୍ମାହତ: ଇମ୍ରାନ୍‌

ଇସ୍‌ଲାମାବାଦ,୯ା୪: ନ୍ୟାଶନାଲ ଆସେମ୍ବ୍ଲି ଉପବାଚସ୍ପତି କାସିମ୍‌ ସୁରିଙ୍କ ଅନାସ୍ଥା ଖାରଜ ନିଷ୍ପତ୍ତିକୁ ପଲଟାଇଦେଇଥିବା ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ନୈରାଶ୍ୟ ବ୍ୟକ୍ତ କରିଛନ୍ତି ପାକିସ୍ତାନ ତେହରିକ୍‌-ଏ-ଇନ୍‌ଶାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌। ଅନାସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ଇସ୍ତଫା ଦେବାକୁ ସେ ପୁଣି ଥରେ ମନା କରିଦେଇଛନ୍ତି। ଶୁକ୍ରବାର ରାତିରେ ଜାତି ଉଦ୍ଦେଶ୍ୟରେ ଏକ ଟେଲିଭିଜନ ବାର୍ତ୍ତାରେ ଇମ୍ରାନ୍‌ କହିଛନ୍ତି, ସୁପ୍ରିମକୋର୍ଟ ରାୟ ଦେବା ପୂର୍ବରୁ ବିଦେଶୀ ଷଡ଼ଯନ୍ତ୍ରର ପ୍ରମାଣ ପ୍ରତି ନଜର ଦେବା ଉଚିତ ଥିଲା। ବିରୋଧୀ ଶିବିରରେ ଘୋଡ଼ାବେପାର ଚାଲିଛି। କେଉଁ ଦେଶର ଗଣତନ୍ତ୍ର ଏଭଳି କାର୍ଯ୍ୟକୁ ଅନୁମତି ଦେଇଥାଏ। ଏହା ଉପରେ ମଧ୍ୟ ଅଦାଲତ ବିଚାର କରିବା କଥା। ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ମର୍ମାହତ। ତଥାପି ତାକୁ ସେ ଗ୍ରହଣ କରିଥିବା ଇମ୍ରାନ୍‌ ନିଜ ଅଭିଭାଷଣରେ କହିଛନ୍ତି।
ନ୍ୟାଶନାଲ ଆସେମ୍ବ୍ଲିରେ ଅନାସ୍ଥା ଭୋଟ କରାଇବା ପାଇଁ ବିରୋଧୀ ଦଳଗୁଡ଼ିକ ପ୍ରସ୍ତାବ ଆଗତ କରିଛନ୍ତି। ଉପବାଚସ୍ପତି ପକ୍ଷପାତ କରି ସରକାରଙ୍କୁ ଅନୁଗ୍ରହ ଦେଖାଇଥିବା ସେମାନେ ଅଭିଯୋଗ ଆଣିଛନ୍ତି। ପାକିସ୍ତାନ ସୁପ୍ରିମକୋର୍ଟ ଉପବାଚସ୍ପତିଙ୍କ ପଦକ୍ଷେପକୁ ଅସାମ୍ବିଧାନିକ ଦର୍ଶାଇ ଖାରଜ କରିବାର ଦିନକ ପରେ ବିରୋଧୀ ନେତା ମୁର୍ତଜା ଜାଭେଦ୍‌ ଅବ୍ବାସି ନ୍ୟାଶନାଲ ଆସେମ୍ବ୍ଲି ସେକ୍ରେଟାରିଙ୍କ ନିକଟରେ ଏହି ପ୍ରସ୍ତାବ ଦାଖଲ କରିଛନ୍ତି। ଇତିମଧ୍ୟରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଇମ୍ରାନ୍‌ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ନ ପାରିଲେ ଅନାସ୍ଥା ଭୋଟ ଜରିଆରେ ବିଦା ହେବାରେ ସେ ହେବେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ଏହା ପରେ ବିରୋଧୀ ମେଣ୍ଟ ପକ୍ଷରୁ ବିରୋଧୀ ଦଳ ନେତା ଶେହଓ୍ବାଜ୍‌ ଶରିଫ୍‌ଙ୍କୁ ପ୍ରଧାନମନ୍ତ୍ରୀ ବଛାଯିବ। ତେବେ ପାକିସ୍ତାନ ମୁସଲିମ୍‌ ଲିଗ୍‌ (ନଓ୍ବାଜ୍‌) ଅଧ୍ୟକ୍ଷ ଶେହଓ୍ବାଜ୍‌ ୨୦୨୩ ଅଗଷ୍ଟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିପାରିବେ। ତା’ପରେ ଦେଶରେ ସାଧାରଣ ନିର୍ବାଚନ ହେବ। ୩୪୨ ଆସନ ବିଶିଷ୍ଟ ନ୍ୟାଶନାଲ ଆସେମ୍ବ୍ଲିରେ ମ୍ୟାଜିକ୍‌ ନମ୍ବର ୧୭୨ ହୋଇଥିବାବେଳେ ବିରୋଧୀ ତହିଁରୁ ଅଧିକ ଏମ୍‌ପିଙ୍କ ସମର୍ଥନ ହାସଲ କରିଥିବା ଦାବି କରିଛନ୍ତି। ପ୍ରକାଶ ଯେ, ପାକିସ୍ତାନ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀ ପୂରା ୫ ବର୍ଷ ଧରି ଶାସନ କ୍ଷମତାରେ ରହିପାରି ନାହାନ୍ତି। ୨୦୧୮ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଇମ୍ରାନ୍‌ ତାଙ୍କ ସରକାରର ପତନ ଘଟାଇବା ପାଇଁ ବିଦେଶୀ ଷଡ଼ଯନ୍ତ୍ର କାମ କରିଥିବା ଅଭିଯୋଗ ଆଣିଥିବାବେଳେ ଏହାର ତଦନ୍ତ ଲାଗି ଏକ କମିଶନ ଗଠନ କରାଯାଇଛି। ଅବସରପ୍ରାପ୍ତ ସେନା ଅଧିକାରୀ ଲ୍ୟୁଟ୍‌ନାଣ୍ଟ ଜେନେରାଲ ତାରିକ୍‌ ଖାନ୍‌ ଏହି ତଦନ୍ତ କମିଶନର ଅଧ୍ୟକ୍ଷତା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?