ସୁପ୍ରିମକୋର୍ଟ ରାୟକୁ ନେଇ ମର୍ମାହତ: ଇମ୍ରାନ୍‌

ଇସ୍‌ଲାମାବାଦ,୯ା୪: ନ୍ୟାଶନାଲ ଆସେମ୍ବ୍ଲି ଉପବାଚସ୍ପତି କାସିମ୍‌ ସୁରିଙ୍କ ଅନାସ୍ଥା ଖାରଜ ନିଷ୍ପତ୍ତିକୁ ପଲଟାଇଦେଇଥିବା ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ନୈରାଶ୍ୟ ବ୍ୟକ୍ତ କରିଛନ୍ତି ପାକିସ୍ତାନ ତେହରିକ୍‌-ଏ-ଇନ୍‌ଶାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌। ଅନାସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ଇସ୍ତଫା ଦେବାକୁ ସେ ପୁଣି ଥରେ ମନା କରିଦେଇଛନ୍ତି। ଶୁକ୍ରବାର ରାତିରେ ଜାତି ଉଦ୍ଦେଶ୍ୟରେ ଏକ ଟେଲିଭିଜନ ବାର୍ତ୍ତାରେ ଇମ୍ରାନ୍‌ କହିଛନ୍ତି, ସୁପ୍ରିମକୋର୍ଟ ରାୟ ଦେବା ପୂର୍ବରୁ ବିଦେଶୀ ଷଡ଼ଯନ୍ତ୍ରର ପ୍ରମାଣ ପ୍ରତି ନଜର ଦେବା ଉଚିତ ଥିଲା। ବିରୋଧୀ ଶିବିରରେ ଘୋଡ଼ାବେପାର ଚାଲିଛି। କେଉଁ ଦେଶର ଗଣତନ୍ତ୍ର ଏଭଳି କାର୍ଯ୍ୟକୁ ଅନୁମତି ଦେଇଥାଏ। ଏହା ଉପରେ ମଧ୍ୟ ଅଦାଲତ ବିଚାର କରିବା କଥା। ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ମର୍ମାହତ। ତଥାପି ତାକୁ ସେ ଗ୍ରହଣ କରିଥିବା ଇମ୍ରାନ୍‌ ନିଜ ଅଭିଭାଷଣରେ କହିଛନ୍ତି।
ନ୍ୟାଶନାଲ ଆସେମ୍ବ୍ଲିରେ ଅନାସ୍ଥା ଭୋଟ କରାଇବା ପାଇଁ ବିରୋଧୀ ଦଳଗୁଡ଼ିକ ପ୍ରସ୍ତାବ ଆଗତ କରିଛନ୍ତି। ଉପବାଚସ୍ପତି ପକ୍ଷପାତ କରି ସରକାରଙ୍କୁ ଅନୁଗ୍ରହ ଦେଖାଇଥିବା ସେମାନେ ଅଭିଯୋଗ ଆଣିଛନ୍ତି। ପାକିସ୍ତାନ ସୁପ୍ରିମକୋର୍ଟ ଉପବାଚସ୍ପତିଙ୍କ ପଦକ୍ଷେପକୁ ଅସାମ୍ବିଧାନିକ ଦର୍ଶାଇ ଖାରଜ କରିବାର ଦିନକ ପରେ ବିରୋଧୀ ନେତା ମୁର୍ତଜା ଜାଭେଦ୍‌ ଅବ୍ବାସି ନ୍ୟାଶନାଲ ଆସେମ୍ବ୍ଲି ସେକ୍ରେଟାରିଙ୍କ ନିକଟରେ ଏହି ପ୍ରସ୍ତାବ ଦାଖଲ କରିଛନ୍ତି। ଇତିମଧ୍ୟରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଇମ୍ରାନ୍‌ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ନ ପାରିଲେ ଅନାସ୍ଥା ଭୋଟ ଜରିଆରେ ବିଦା ହେବାରେ ସେ ହେବେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ଏହା ପରେ ବିରୋଧୀ ମେଣ୍ଟ ପକ୍ଷରୁ ବିରୋଧୀ ଦଳ ନେତା ଶେହଓ୍ବାଜ୍‌ ଶରିଫ୍‌ଙ୍କୁ ପ୍ରଧାନମନ୍ତ୍ରୀ ବଛାଯିବ। ତେବେ ପାକିସ୍ତାନ ମୁସଲିମ୍‌ ଲିଗ୍‌ (ନଓ୍ବାଜ୍‌) ଅଧ୍ୟକ୍ଷ ଶେହଓ୍ବାଜ୍‌ ୨୦୨୩ ଅଗଷ୍ଟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିପାରିବେ। ତା’ପରେ ଦେଶରେ ସାଧାରଣ ନିର୍ବାଚନ ହେବ। ୩୪୨ ଆସନ ବିଶିଷ୍ଟ ନ୍ୟାଶନାଲ ଆସେମ୍ବ୍ଲିରେ ମ୍ୟାଜିକ୍‌ ନମ୍ବର ୧୭୨ ହୋଇଥିବାବେଳେ ବିରୋଧୀ ତହିଁରୁ ଅଧିକ ଏମ୍‌ପିଙ୍କ ସମର୍ଥନ ହାସଲ କରିଥିବା ଦାବି କରିଛନ୍ତି। ପ୍ରକାଶ ଯେ, ପାକିସ୍ତାନ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀ ପୂରା ୫ ବର୍ଷ ଧରି ଶାସନ କ୍ଷମତାରେ ରହିପାରି ନାହାନ୍ତି। ୨୦୧୮ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଇମ୍ରାନ୍‌ ତାଙ୍କ ସରକାରର ପତନ ଘଟାଇବା ପାଇଁ ବିଦେଶୀ ଷଡ଼ଯନ୍ତ୍ର କାମ କରିଥିବା ଅଭିଯୋଗ ଆଣିଥିବାବେଳେ ଏହାର ତଦନ୍ତ ଲାଗି ଏକ କମିଶନ ଗଠନ କରାଯାଇଛି। ଅବସରପ୍ରାପ୍ତ ସେନା ଅଧିକାରୀ ଲ୍ୟୁଟ୍‌ନାଣ୍ଟ ଜେନେରାଲ ତାରିକ୍‌ ଖାନ୍‌ ଏହି ତଦନ୍ତ କମିଶନର ଅଧ୍ୟକ୍ଷତା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri