ଡ୍ରାଫ୍ଟଚାର୍ଜରେ ସୀମିତ କାର୍ଯ୍ୟାନୁଷ୍ଠାନ

ଯାଜପୁର ଅଫିସ,୯ା୪: କୃଷି ବିଭାଗର ଅତିରିକ୍ତ ସଚିବଙ୍କୁ ଗତ ୨୯ ତାରିଖରେ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟର ପ୍ରଶାସନିକ ଅଧିକାରୀ ଦେଇଥିବା ତଥ୍ୟରେ ୨୦୧୪ରୁ ଏଯାଏ ୩୨ ଜଣ ବିଭାଗୀୟ ଦୁର୍ନୀତିଖୋର ଅଧିକାରୀଙ୍କ ନାମରେ ଡ୍ରାଫ୍ଟଚାର୍ଜ ହୋଇଛି। ହେଲେ ସେଥିରୁ ୧୭ ଜଣ ଅଧିକାରୀଙ୍କ ସମ୍ପର୍କରେ ତଦନ୍ତ ରିପୋର୍ଟ ଦାଖଲ ହୋଇ ନ ଥିବାବେଳେ ମାତ୍ର ୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚୂଡ଼ାନ୍ତ ହୋଇଛି। ୩ ଜଣଙ୍କ ନାମରେ ଭିଜିଲାନ୍ସ ତଦନ୍ତ ଚାଲିଥିବାବେଳେ ବାକି ୧୦ ଜଣଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ।
୨୦୧୯ ଜୁଲାଇରେ ବିଧାନସଭାରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟରେ ୮୩୬ ଦୁର୍ନୀତିଖୋର ଅଫିସର ଦଣ୍ଡିତ ହୋଇଥିଲେ ବୋଲି ଉତ୍ତର ମିଳିଥିଲା। ଏଥିରେ ୭୯ଜଣ ନିଲମ୍ବିତ, ୨୨ ଜଣଙ୍କୁ କାର୍ଯ୍ୟରୁ ଅନ୍ତର, ୩୫ ଜଣଙ୍କ ନାମରେ ଡ୍ରାଫ୍ଟଚାର୍ଜ, ୨୬୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଥିଲାବେଳେ ୪୩୨ ଜଣଙ୍କୁ ଜବାବ ମଗାଯାଇଥିଲା। ଏହି ୩ ବର୍ଷ ମଧ୍ୟରେ ଆହୁରି କେତେଜଣ ଅଧିକାରୀ ଦଣ୍ଡିତ ହୋଇଥିବେ। କିନ୍ତୁ କୃଷି ବିଭାଗର ତଥ୍ୟକୁ ଅବଲୋକନ କଲେ ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବଳ ଡ୍ରାଫ୍ଟଚାର୍ଜରେ ସୀମିତ ରହିଥିବା ମନେ ହେଉଛି। ୨୦୧୪ରେ ଖୋର୍ଦ୍ଧା ଉଦ୍ୟାନ ବିଭାଗର ବରିଷ୍ଠ କିରାଣି ବିଜୟ କୁମାର ଭଞ୍ଜଙ୍କ ନାମରେ ଚାର୍ଜଶିଟ ଜାରି ହୋଇଥିଲା। ଏହି ମାମଲା ଏବେ ବି ଭିଜିଲାନ୍ସ ବିଚାରାଧୀନ ରହିଛି। ୨୦୧୪ରେ କେନ୍ଦ୍ରାପଡ଼ା ଏଡିଏଚ୍‌୍‌ (ଆଡିଶନାଲ ଡାଇରେକ୍ଟର ଅଫ ହର୍ଟିକଲଚର) ବିଭାଗର ଅଭିରାମ ଦାସଙ୍କ ନାମରେ ଡ୍ରାଫ୍ଟଚାର୍ଜ ଜାରି ହୋଇଥିଲେ ହେଁ ତଦନ୍ତ ରିପୋର୍ଟ ଦାଖଲ ହୋଇପାରିନାହିଁ। ସେହିପରି ପୁରୀ ଏଡିଏଚ୍‌୍‌ର ରବୀନ୍ଦ୍ର କୁମାର ନାଥ, ଗଞ୍ଜାମ ଏଡିଏଚ୍‌୍‌ର ଦୁର୍ଯ୍ୟୋଧନ ପାତ୍ର, ଲକ୍ଷ୍ମୀଧର ପାତ୍ର, ଢେଙ୍କାନାଳ ଏଡିଏଚ୍‌୍‌ର ସୁରେନ୍ଦ୍ର ନାଥ ମହାନ୍ତି, କେନ୍ଦ୍ରାପଡ଼ା ଏଡିଏଚ୍‌୍‌ର ଦୀପ୍ତିକାନ୍ତ ଓଝା, ଭୁବନେଶ୍ୱର ଏଡିଏଚ୍‌ର ଚିତ୍ତରଞ୍ଜନ ମହାନ୍ତି, ନୟାଗଡ଼ ଏଡିଏଚ୍‌ର କିଶୋର ଚନ୍ଦ୍ର କଲାସ, ବାଲିଗୁଡା ଏଡିଏଚ୍‌୍‌ର ସାଧୁଚରଣ ସିଂ, ଯାଜପୁର ଏଡିଏଚ୍‌୍‌ର ପ୍ରଶାନ୍ତ କୁମାର ବସ୍ତିଆ, ଭଦ୍ରକ ଏଡିଏଚ୍‌୍‌ର ଗିରିଧାରୀ ଜେନା, ଭଞ୍ଜନଗର ଏଡିଏଚ୍‌୍‌ର ଉମା ଚରଣ ବେହେରା, ଆନନ୍ଦପୁର ଏଡିଏଚ୍‌୍‌ର ଦିଲୀପ କୁମାର ବିଶ୍ୱାଳ, ସୁନ୍ଦରଗଡ଼ ଏଡିଏଚ୍‌୍‌ର ଦୀନବନ୍ଧୁ ମହାପାତ୍ର, କରଞ୍ଜିଆ ଏଡିଏଚ୍‌୍‌ର ମନୋଜ କୁମାର ସାହୁଙ୍କ ନାମରେ ଡିପାର୍ଟମେଣ୍ଟାଲ ପ୍ରୋସିଡିଂ ଫାଇଲରେ ବନ୍ଧାପଡ଼ିଛି। କୃଷି ଓ ଉଦ୍ୟାନ ବିଭାଗରେ ବିଭିନ୍ନ ଯୋଜନାରେ ଯେଉଁ ପରିମାଣରେ ଦୁର୍ନୀତି ହେଉଛି ସେହି ତୁଳନାରେ ଅଫିସର କିମ୍ବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନଗଣ୍ୟ ବୋଲି ମତପ୍ରକାଶ ପାଇଛି।
ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ମାଧ୍ୟମରେ ପ୍ରଦର୍ଶନ କ୍ଷେତ୍ର, ନୂତନ ଜ୍ଞାନକୌଶଳ ତାଲିମ ଶିବିର, ପ୍ରାୟ ୫୦ ଭାଗ ରିହାତି ମାଧ୍ୟମରେ ଫୁଆର ଜଳସେଚନ, ପାଣି ମଡ଼ାଇବା ପାଇପ୍‌, ରେନ୍‌ଗନ୍‌, ପାଣି ପମ୍ପ, ହସ୍ତ ଓ ଶକ୍ତିଚାଳିତ କୀଟନାଶକ ସିଞ୍ଚନ ଯନ୍ତ୍ର ଇତ୍ୟାଦି ପ୍ରଦାନ କରାଯାଉଛି। ସେହିପରି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମୁଖ୍ୟ ବୀମା ସୁରକ୍ଷା, ଜଳନିଧି ଯୋଜନା, ଗଭୀର ଓ ଅଗଭୀର ନଳକୂପ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଊଦ୍ୟୋଗ ଯୋଜନା, କୃଷି ଯନ୍ତ୍ରୀକରଣ ଯୋଜନା, ସୌର ଜନନିଧି ଯୋଜନା କାର୍ଯ୍ୟକାରୀ ହୋଇଛି। ଅପରପକ୍ଷରେ ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ ବିକାଶ, ଜଳଛାୟା ପ୍ରକଳ୍ପ, ମତ୍ସ୍ୟସମ୍ପଦରେ ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି। ହେଲେ ଅଧିକାଂଶ ପ୍ରକୃତ ଚାଷୀ ଏହିସବୁ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି। କେତେକ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ହେଲେ କେତେଜଣ ଦୁର୍ନୀତିଗ୍ରସ୍ତ ବଡ଼ବଡ଼ିଆ ଅଧିକାରୀ ଖସି ଯାଉଥିବାବେଳେ ତଳିଆ କର୍ମଚାରୀ ଫସି ଯାଉଛନ୍ତି। ଏ ସଂକ୍ରାନ୍ତରେ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟର ପ୍ରଶାସନିକ ଅଧିକାରୀ ପ୍ରିୟଙ୍କା ଦ୍ୱିବେଦୀଙ୍କ ମତାମତ ନେବାକୁ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri