ଇମ୍ରାନ୍‌ଙ୍କୁ ଝଟ୍‌କା: ଏପ୍ରିଲରେ ପଞ୍ଜାବ-ଖାଇବର ପସ୍ତୁନଖ୍ବାରେ ନିର୍ବାଚନ…

ଇସଲାମାବାଦ,୨୫।୧ : ପାକିସ୍ତାନର ନିର୍ବାଚନ ଆୟୋଗ ଏପ୍ରିଲରେ ପଞ୍ଜାବ ଏବଂ ଖାଇବର ପସ୍ତୁନଖ୍ବା ପ୍ରଦେଶରେ ବିଧାନସଭା ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରଦେଶଗୁଡିକ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳ ଦ୍ୱାରା ଶାସିତ ହୋଇଥିଲେ ମଧ୍ୟ ଦେଶରେ ତୁରନ୍ତ ସାଧାରଣ ନିର୍ବାଚନ ଦାବି କରିବା ନେଇ ପିଟିଆଇ ପ୍ରାଦେଶିକ ସଭାଗୁଡ଼ିକୁ ବିଲୋପ କରି ଦେଇଥିଲା। ତେବେ ପାକ ସରକାର ନୋଇବାକୁ ମନା କରିଦେଇଥିଲେ। ଚଳିତ ବର୍ଷ ଅଗଷ୍ଟ ପରେ ନିର୍ବାଚନ ଠିକ ସମୟରେ କରିବାକୁ ଜିଦ ଧରିଥିଲେ।

ବୁଧବାର ପାକିସ୍ତାନ ନିର୍ବାଚନ ଆୟୋଗ ପ୍ରସ୍ତାବ ଦେଇଛନ୍ତି ଯେ ଏପ୍ରିଲ ୯ ରୁ ୧୩ ମଧ୍ୟରେ ପଞ୍ଜାବରେ ଏବଂ ଏପ୍ରିଲ ୧୫ ରୁ ୧୭ ମଧ୍ୟରେ ଖାଇବର ପସ୍ତୁନଖ୍ବାରେ ବିଧାନସଭା ନିର୍ବାଚନ ହେବା ଉଚିତ।

ବିଧାନସଭା ଭଙ୍ଗ ହେବା ପରେ ଦୁଇ ପ୍ରଦେଶରେ କାର୍ଯ୍ୟନିର୍ବାହୀ ସରକାର ନିଯୁକ୍ତ ହୋଇଥିଲେ। ନିୟମ ଅନୁଯାୟୀ, ବିଧାନସଭା ଭଙ୍ଗ ହେବାର ୯୦ ଦିନ ମଧ୍ୟରେ ନିର୍ବାଚନ ହେବା ଆବଶ୍ୟକ। ତେଣୁ ପାକିସ୍ତାନର ନିର୍ବାଚନ ଆୟୋଗ ପ୍ରାଦେଶିକ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ୨୨ ଜାନୁଆରୀରେ ପଞ୍ଜାବର କାର୍ଯ୍ୟନିର୍ବାହୀ ମୁଖ୍ୟ ଭାବରେ ସୟଦ ମୋହସିନ ରଜା ନାକଭି ଶପଥ ଗ୍ରହଣ କରିଥିବାବେଳେ ମହମ୍ମଦ ଆଜାମ ଖାନ ୨୧ ଜାନୁଆରୀରେ ଖାଇବର ପସ୍ତୁନଖ୍ବାରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ଖାଇବର ପସ୍ତୁନଖ୍ବାରେ ବିଧାନସଭା ୧୪ ଜାନୁଆରୀରେ ଏବଂ ପଞ୍ଜାବ ବିଧାନସଭା ୧୮ ଜାନୁଆରୀରେ ବିଲୋପ କରାଯାଇଥିଲା। ନିର୍ବାଚନ ଆୟୋଗ ଦୁଇ ପ୍ରଦେଶର ରାଜ୍ୟପାଳଙ୍କ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ପାକିସ୍ତାନର ସମ୍ବିଧାନର ଧାରା ୨୨୪କୁ ଉଲ୍ଲେଖ କରିଛନ୍ତି, ଯାହା ବିଧାନସଭା ଭଙ୍ଗ ହେବାର ୯୦ ଦିନ ମଧ୍ୟରେ ନିର୍ବାଚନ କରିବାକୁ ବ୍ୟବସ୍ଥା ସମ୍ପର୍କରେ ସୂଚିତ କରିଛି। ତେବେ ସମ୍ପୃକ୍ତ ରାଜ୍ୟପାଳଙ୍କ ଦ୍ୱାରା ଚୂଡ଼ାନ୍ତ ନିର୍ବାଚନ ତାରିଖ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri