Posted inଖେଳ

ପାକିସ୍ତାନ ଦଳରେ ରାଜନୀତି ଯୋଗୁ କ୍ରିକେଟ ଛାଡ଼ିବାକୁ ଚିନ୍ତା କରିଥିଲେ ଆଫ୍ରିଦୀ

ଇସଲାମାବାଦ,୧୬।୫: ପାକିସ୍ତାନ ଦଳରେ ଆନ୍ତଃ ରାଜନୀତି ଯୋଗୁ ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦୀ ୨୦୦୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ସମ୍ପୂର୍ଣ୍ଣ ସନ୍ନ୍ୟାସ ନେବାକୁ ଚିନ୍ତା କରିଥିଲେ। ପାକିସ୍ତାନର ଅନ୍ୟତମ ଲୋକପ୍ରିୟ ଖେଳାଳିଙ୍କ ଏଭଳି ମନ୍ତବ୍ୟ ଜାତୀୟ ଦଳ ଓ ପିସିବିରେ ଝଡ଼ ସୃଷ୍ଟି କରିବା ପାଇଁ ଯଥେଷ୍ଟ। ନିକଟରେ ସାମା ଟିଭିକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଆଫ୍ରିଦୀ କହିଥିଲେ, ୨୦୦୯ରେ ପାକିସ୍ତାନ ଟି୨୦ ବିଶ୍ୱକପ୍‌ ଜିତିଥିଲା। ଏହାପରେ ଜାତୀୟ ଦଳରେ ବହୁ ରାଜନୀତି ପରେ ଶୋଏବ ମଲିକଙ୍କୁ ଦିଆଯାଇଥିଲା ନେତୃତ୍ୱ ଦାୟିତ୍ୱ। ସେତେବେଳେ ମୁଁ କ୍ରିକେଟ କ୍ୟାରିୟର ଶେଷ କରିବାକୁ ଚିନ୍ତା କରୁଥିଲି।

ଜଣେ ବୃଦ୍ଧଙ୍କ ପରାମର୍ଶ ଯୋଗୁ ଖେଳ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ୨୦୧୦ରେ ଟେଷ୍ଟ କ୍ରିକେଟରୁ ସେ ଅବସର ଘୋଷଣା କରିଥିଲେ। ଏହାପରେ ୨୦୧୫ ବିଶ୍ୱକପ୍‌ରେ ଦିନିକିଆରୁ ଅବସର ନେବାର ଦୁଇ ବର୍ଷ ପର୍ଯ୍ୟନ୍ତ ଟି୨୦ରେ ଖେଳିବା ଜାରି ରଖିଥିଲେ। ୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କରିଥିବା ଆଫ୍ରିଦୀ କ୍ୟାରିୟରରେ ୨୭ ଟେଷ୍ଟ, ୩୯୮ ଦିନିକିଆ ଓ ୯୯ ଟି୨୦ ମ୍ୟାଚ୍‌ ଖେଳିଥିଲେ। ଯଥାକ୍ରମେ ୧୭୧୬, ୮୦୬୪ ଓ ୧୪୧୬ ରନ୍‌ କରିବା ସହ ମୋଟ ୫୪୧ ଉଇକେଟ ହାତେଇଥିଲେ ପାକିସ୍ତାନର ଏହି ମହାନ ଅଲରାଉଣ୍ଡର।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri