Posted inଖେଳ

କୋହଲିଙ୍କୁ ଆଉ ଅଧିକ ତଳକୁ ଖସୁଥିବା ଦେଖିପାରିବି ନାହିଁ: ଅଖ୍‌ତର

ମୁମ୍ବାଇ,୨୭।୫: ଆଇପିଏଲ୍‌ ୨୦୨୨ର କ୍ୱାଲିଫାୟାର-୨ ମୁକାବିଲାରେ ରାଜସ୍ଥାନକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ସନ୍ଧ୍ୟା ୭.୩୦ ମିନିଟ ସମୟରେ ଏହି ମ୍ୟାଚ୍‌ ଖେଳାଯିବ। ତେବେ ଏହି ମୁକାବିଲା ପୂର୍ବରୁ ପାକିସ୍ତାନ ଟିମ୍‌ର ପୂର୍ବ ଦ୍ରୁତ ବୋଲର ଶୋଏବ ଅଖତର ଆର୍‌ସିବି ଷ୍ଟାର ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ତାଙ୍କୁ ଏହାଠାରୁ ଅଧିକ ତଳକୁ ଖସୁଥିବା ଦେଖିବାକୁ ଚାହାନ୍ତି ନାହିଁ ବୋଲି ଶୋଏବ କହିଛନ୍ତି।

ଷ୍ଟୋଟ୍ସକିଡା ସହ ସାକ୍ଷାତକାରରେ ଶୋଏବ କହିଛନ୍ତି, ଆଜି ବିରାଟ ନିଜର ଶୋ’ କରନ୍ତୁ ବୋଲି ଚାହୁଁଛି। ସେ ଦଳକୁ ଏଠାରୁ ଆଗକୁ ନିଅନ୍ତୁ। କାରଣ ତାଙ୍କୁ ଅଧିକ ତଳକୁ ଖସୁଥିବା ଦେଖିପାରୁନାହିଁ। ଏସବୁକୁ ଦେଖିଲେ ଆଜିର ମ୍ୟାଚ୍‌ ଦେଖିବା ଉପଯୋଗୀ। ସେ ବିଜୟ ଇନିଂସ ଖେଳନ୍ତୁ ବୋଲି ଚାହୁଁଛି। ଆର୍‌ସିବିକୁ କୂଳରେ ଲଗାଇ ଦିଅନ୍ତୁ। ମୁଁ ତାଙ୍କୁ ଖୁସିରେ ଦେଖିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

ଏହାଛଡ଼ା କୋହଲି ଜଣେ ଭଲ ଖେଳାଳି। ତାଙ୍କୁ ବିନା କାରଣରେ ଲୋକେ ଟ୍ରୋଲ କରିଥାନ୍ତି। ହେଲେ ଆଜି ଡରିବା ଦରକାର ନାହିଁ। ମଇଦାନରେ ନିଜର ଖେଳ ଦେଖାଇ ବିପକ୍ଷ ଟିମ୍‌କୁ ବିରାଟ କୋହଲି କିଏ ତାଙ୍କୁ ଜଣାନ୍ତୁ ବୋଲି ସେ କହିଛନ୍ତି।

କହିରଖୁଛୁ, କୋହଲି ଏଯାବତ ଏହି ସିଜନରେ ୧୫ ମ୍ୟାଚ୍‌ ଖେଳିଥିବା ବେଳେ ୩୩୪ ରନ୍‌ କରିଛନ୍ତି। ଏଥିରେ ତାଙ୍କର ମାତ୍ର ଦୁଇଟି ଅର୍ଦ୍ଧଶତକ ରହିଛି। ଚଳିତ ସିଜନରେ ସେ ତିନି ଥର ଗୋଲ୍ଡେନ୍‌ ଡକ୍‌ରେ ଆଉଟ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri