Posted inଖେଳ

ଅଖତରଙ୍କ ବଡ଼ ଚ୍ୟାଲେଞ୍ଜ: ‘ମୋର ଯେତୋଟି ବଲ୍‌ ଖେଳିପାରିବ ସେତୋଟି ବାଇକ୍‌ ଦାନ କରିବି’

ନୂଆଦିଲ୍ଲୀ,୪।୬: ଚର୍ଚ୍ଚାରେ ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍‌ ସୋଏବ ଅଖତର। କାରଣଟି ହେଲା ତାଙ୍କର କିଛି ସୋସିଆଲ ମିଡିଆ ପୋଷ୍ଟ। ମଜାରେ କିଛି କଥା କହୁ କହୁ ସୋଏବଙ୍କ ପୋଷ୍ଟ ଗମ୍ଭୀର ଆଡ଼କୁ ଗତି କରିଯାଇଛି। ସୋଏବ ପାକିସ୍ତାନର ଅଭିନେତା ଫହାଦ ମୁସ୍ତଫାଙ୍କୁ ଏକ ଚ୍ୟାଲେଞ୍ଜ ଦେଇଥିଲେ। ହସର ଇମୋଜି ସହ ମୋର ୬ ବଲ୍‌ ଖେଳିଦେଲେ ଗୋଟିଏ ମୋଟରସାଇକେଲ ତୋର ବୋଲି ସେ ଲେଖିଥିଲେ। ଜବାବରେ ଅଭିନେତା କିଛି କହି ନ ଥିଲେ ହେଁ ତାଙ୍କ ସ୍ଥାନରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପୂର୍ବ ସ୍ପେଶାଲ ଆସିଷ୍ଟାଣ୍ଟ ସୈୟଦ ଜେ ବୁଖାରୀ ପ୍ରତିକ୍ରିୟା ରଖି ଚ୍ୟାଲେଞ୍ଜଟିକୁ ସ୍ବୀକାର କରିନେଇଥିଲେ। ଏଥିରେ ଦେଖ, ଆଉ ଜଣେ ଚ୍ୟାଲେଞ୍ଜର ଆସିଛନ୍ତି। ସବୁ କିଛି ଠିକ୍‌ ଚାଲିଛି ତ ବୁଖାରୀ ଆଜ୍ଞା ବୋଲି କ୍ରିକେଟର ଲେଖିଥିଲେ। ଜବାବରେ ହଁ। ସବୁକିଛି ଠିକ୍‌ ଅଛି। ମୁଁ ସିରିୟସ୍‌ ହୋଇ କହୁଛି। ଯେତେବେଳେ ମୁଁ କୌଣସି ବଲ୍‌ ମିସ୍‌ କରିବି, ସେତେବେଳେ ଗୋଟିଏ ବାଇକ୍‌ ଦାନ ଦେବି ବୋଲି ବୁଖାରୀ ପୁନଃ ଟୁଇଟ୍‌ କରିଥିଲେ। କଥା ଅନ୍ୟ ଆଡକୁ ଯାଉଥିବା ଦେଖି ସୋଏବ ‘ଏହା ତ ଗମ୍ଭୀର ହେବାକୁ ଯାଉଛି। ଏଭଳି କଥା ଯଦି ଯେତେଟା ବଲ୍‌ ଆପଣ ଖେଳିପାରିବେ, ସେତେଟା ବାଇକ୍‌ ଦାନ କରିବି। କ’ଣ କହୁଛନ୍ତି? କେବେ କରିବା’ ବୋଲି କହିଛନ୍ତି। ଉଭୟଙ୍କ ଏହି କଥା ଏବେ ଭାଇରାଲ ହେଉଛି। କେତେବେଳେ ଏହି ଚ୍ୟାଲେଞ୍ଜ ସତ ହେବ ଦେଖିବାକୁ ବାକି ରହିଲା ବୋଲି ଅଖତରଙ୍କ ପ୍ରଶଂସକ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଧୋନୀଙ୍କ କ୍ୟାପଟେନଶିପ୍‌ ଷ୍ଟାଇଲ ଏବଂ ମୋ ଶୈଳୀରେ ସମାନତା ଅଛି’

ବେଙ୍ଗାଲୁରୁ,୧୩।୩: ପ୍ରଥମ ଥର ପାଇଁ ଆଇପିଏଲରେ ନେତୃତ୍ୱ ନେବାକୁ ଯାଉଛନ୍ତି ଫାଫ ଡୁ’ପ୍ଲେସିସ। ତାଙ୍କ ନେତୃତ୍ୱ ଶୈଳୀ ‘କ୍ୟାପଟେନ କୁଲ’ ଭାବେ ପରିଚିତ ମହେନ୍ଦ୍ର ସିଂ...

ମଜୁରି ଲାଗୁଥିବା କୁସ୍ତିଯୋଦ୍ଧାଙ୍କ ସହାୟତା ପାଇଁ ହାତ ବଢ଼ାଇଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୫।୨ – ମଜୁରିଆ ଭାବେ କାର୍ଯ୍ୟ କରୁଥିବା ମଧ୍ୟପ୍ରଦେଶର ଜଣେ କୁସ୍ତିଯୋଦ୍ଧା ସନ୍ନି ଯାଦବଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ୨.୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ...

ହରିୟାଣାକୁ ହରାଇଲା ଓଡ଼ିଶା

ପୁରୀ ଅଫିସ, ୬ା୨ : ତାଳବଣିଆ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ରବିବାରଠାରୁ ୪୪ତମ ଜାତୀୟ ସଫ୍ଟବଲ ପୁରୁଷ ଓ ମହିଳା ଚାମ୍ପିୟନଶିିପ୍‌ ଆରମ୍ଭ ହୋଇଛି। ଏହା ୯...

ଜୋଶୁଆ ଡି’ସିଲ୍‌ଭାଙ୍କ ଶତକ

ମାଞ୍ଚେଷ୍ଟର, ୩।୭- କରୋନା ଭାଇରସ ସଂକ୍ରମଣ ଜନିତ ଅନ୍ତର୍ଜାତୀୟ କ୍ରିକେଟ ପ୍ରଭାବିତ ହେବାପରେ ପ୍ରଥମ ଶତକ ହାସଲ କରିଛନ୍ତି ଓ୍ବେଷ୍ଟଇଣ୍ଡିଜର ଜୋଶୁଆ ଡି’ସିଲ୍‌ଭା। ଇଂଲଣ୍ଡ ବିପକ୍ଷ...

ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା: ମୟୂରଭଞ୍ଜରୁ ୨୦ ଖେଳାଳି

ବାରିପଦା ଅଫିସ,୨୨ା୧୦- ରାଜ୍ୟସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବର୍ଗର ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ...

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ କ୍ରିକେଟ ଟ୍ରେନିଂ ଦେଉଛନ୍ତି ବୀରେନ୍ଦ୍ର ସେହ୍ବାଗ, ଶେୟାର କଲେ ଫଟୋ

ନୂଆଦିଲ୍ଲୀ,୧୪।୨: ପୁଲଓ୍ବାମା ଆକ୍ରମଣକୁ ବର୍ଷେ ପୂରିଛି। ଏହି ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର...

ସୋଏବ ଅଖତର ଶେୟାର କଲେ ଦ୍ୱିତୀୟ ପୁଅର ଫଟୋ, ଏମିତି କହିଲେ ହରଭଜନ ସିଂ

ଭାରତ ଏବଂ ପାକିସ୍ତାନ ଖେଳାଳିମାନେ କେବଳ ପଡିଆରେ ନୁହେଁ, ପଡିଆ ବାହାରେ ମଧ୍ୟରେ ପରସ୍ପର ଟିପ୍ପଣୀ ଦେବା ଦେଖାଯାଏ। ଏହା ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି।...

ଅଜୟ ଜାଡେଜାଙ୍କୁ ପୂରିଲା ୪୯: ମାଧୁରୀଙ୍କ ସହ ଥିଲା ପ୍ରେମ ସମ୍ପର୍କ

ମୁମ୍ବାଇ, ୧।୨: ଭାରତୀୟ କ୍ରିକେଟର ଅଜୟ ଜାଡେଜା ଖେଳ ପଡ଼ିଆରୁ ବିଦାୟ ନେଇଥିଲେ ମଧ୍ୟ ଏବେ ବି କ୍ରିକେଟ୍‌ ନିଶା ଛାଡି ନାହାଁନ୍ତି। କେତେକ ସମୟରେ...

Advertisement
Archives

Model This Week