Posted inଜାତୀୟ

ଶିବରାଜଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ତୁଳସୀରାମ-ଗୋବିନ୍ଦ ହେଲେ କ୍ୟାବିନେଟ୍‌ ମନ୍ତ୍ରୀ

ଭୋପାଳ,୩।୧: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହୋଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ତୁଳସୀରାମ ସିଲାଓ୍ବଟ ଏବଂ ଗୋବିନ୍ଦ ସିଂ ରାଜପୁତଙ୍କୁ ନୂଆ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସାମିଲ କରାଯାଇଛି। ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶିବରାଜଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏହାକୁ ମିଶାଇ ତୃତୀୟ ଥର ପାଇଁ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ତୁଳସୀ ଏବଂ ଗୋବିନ୍ଦ ପୂର୍ବରୁ ମଧ୍ୟ ଶିବରାଜଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ରହିଥିଲେ। ୨୦୨୦ ଏପ୍ରିଲ୍‌ ୨୧ରେ ଦୁହେଁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ତେବେ ସେତେବେଳେ ସେମାନେ ବିଧାୟକ ନ ଥିଲେ। ଉପନିର୍ବାଚନ ଲଢ଼ିବା ପାଇଁ ସେମାନେ ୨୦୨୦ ନଭେମ୍ବର ୨୮ରେ ଇସ୍ତଫା ଦେଇଥିଲେ। ଏବେ ସେମାନେ ବିଜୟୀ ହେବା ପରେ ପୁଣି କ୍ୟାବିନେଟ୍‌ରେ ସାମିଲ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶକୁ ବଦନାମ୍‌ କଲେ ଆମେ ଚୁପ୍‌ ବସିବୁ ନାହିଁ: ଆଇନମନ୍ତ୍ରୀ…

ନୂଆଦିଲ୍ଲୀ,୧୬।୩ : କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ତାଙ୍କୁ କ୍ଷମା ମାଗିବାକୁ କହିଛନ୍ତି। ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି...

ଧୂମଧାମରେ ହୋଇଥିଲା ବିବାହ; ପରଦିନ କରୋନା ସଂକ୍ରମିତ ହେଲେ ବର: ୯ମ ଦିନରେ…

ନୂଆଦିଲ୍ଲୀ,୧୧।୫: ସହର ପରେ ଏବେ ଗାଁ ମୁହାଁ କରୋନା। ଫଳରେ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଏହାସତ୍ତ୍ୱେ ଗାଁମାନଙ୍କରେ ଠିକ୍‌ ଭାବେ କରୋନା ଗାଇଡ୍‌ଲାଇନ୍‌...

ଦୈନିକ ସଂକ୍ରମଣ ୩ ହଜାରରୁ କମ,ସକ୍ରିୟ ମାମଲା ୩୧ ହଜାର ତଳେ…

ନୂଆଦିଲ୍ଲୀ, ୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ସୁଶାନ୍ତଙ୍କ ‘ଛିଛୋରେ’କୁ ମିଳିଲା ଶ୍ରେଷ୍ଠ ଫିଲ୍ମ

ନୂଆଦିଲ୍ଲୀ,୨୨।୩ :  ୨୦୧୯ ବର୍ଷ ପାଇଁ ସୋମବାର ଘୋଷଣା କରାଯାଇଛି ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଏଥିରେ ସ୍ବର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ...

ଜାମିଆ ହିଂସାକୁ ନେଇ ଦିଲ୍ଲୀ ପୋଲିସର ଖବରଦାତା ସମ୍ମିଳନୀ: ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ରବିବାର ହୋଇଥିବା ହିଂସାତ୍ମକ ପ୍ରଦର୍ଶନ ପରେ ସୋମବାର ଦିଲ୍ଲୀ ପୋଲିସ ଏକ ଖବରଦାତା ସମ୍ମିଳନୀ କରିଛି। ଏଥିରେ ପୋଲିସ...

ଜୀବନ୍ତ ଜଳିଗଲେ ୫ ହଜାର କୁକୁଡା

ଉଦୟପୁର,୧୫।୧୨: ରାଜସ୍ଥାନର ଉଦୟପୁରରେ ମଙ୍ଗଳବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ଏଠାରେ ଏକ କୁକୁଡ଼ା ଫାର୍ମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ଏହି...

ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ: ୨୪ଘଣ୍ଟାରେ ୫ ନିହତ, ୩୦କିଲୋ ଆଇଡି ଜବତ

ଶ୍ରୀନଗର,୧୧।୮: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ନିରୋଧୀ ଅଭିଯାନ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବଡଗାମ ଏବଂ ରାଜୌରୀର ଦୁଇଟି ଭିନ୍ନ ସ୍ଥାନରେ...

କଶ୍ମୀରରେ ୫ ଡାକ୍ତର କରୋନା ପଜିଟିଭ

ଶ୍ରୀନଗର,୧୮।୫: ଜମ୍ମୁ-କଶ୍ମୀରରେ ୫ ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୪ ଜଣ ଜଣେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା କହିଛନ୍ତି...

Advertisement
Archives

Model This Week