Posted inଖେଳ

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି ବାମହାତୀ ଓପନର ଏବେ ଭାରତୀୟ ଦଳର ଜଣେ ପ୍ରମୁଖ ଆକର୍ଷଣ। ଭାରତୀୟ କ୍ରିକେଟ୍‌ରୁ ମହାନ ଖେଳାଳିଙ୍କଠାରୁ ଗୋଟିଏ ସ୍କିଲ ନେବାର ସୁଯୋଗ ମିଳିଲେ ସେ କାହାର କେଉଁ ଦକ୍ଷତା ନେବେ ପଚରାଯିବାରୁ
ସେ ଅଜବ ଜବାବ ଦେଇଛନ୍ତି। ବିରାଟ କୋହଲିଙ୍କ ନାଁ ଆସିବା ମାତ୍ରେ ଅଭିଷେକ ହସି ହସି କହିଛନ୍ତି ‘ସବୁକିଛି’। ଅର୍ଥାତ୍‌ ବିରାଟଙ୍କ ବ୍ୟାଟିଂର ସମସ୍ତ ଦକ୍ଷତା ନିଜ ଭିତରେ ଆଣିବାକୁ ଚାହାନ୍ତି ସେ। ତାଙ୍କର ଏହି ମଜାଦାର ଉତ୍ତର କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ଅଭିଷେକ ଶର୍ମାଙ୍କ କ୍ରିକେଟ ଜୀବନରେ ଯୁବରାଜ ସିଂହଙ୍କର ବିଶେଷ ଭୂମିକା ରହିଛି। ଯୁବରାଜ ତାଙ୍କ ମେଣ୍ଟର ଭାବେ ମାର୍ଗଦର୍ଶନ କରିଆସିଛନ୍ତି। ଅଭିଷେକ କହିଛନ୍ତି ଯେ, ସେ ଯୁବରାଜଙ୍କ ମ୍ୟାଚ ଜିତାଇବାର କ୍ଷମତା ନିଜ ଭିତରେ ଆଣିବାକୁ ଚାହାନ୍ତି। ସେହିପରି ମହେନ୍ଦ୍ର ସିଂହ ଧୋନୀଙ୍କ ନାଁ ଆସିବାରୁ ତାଙ୍କ ମ୍ୟାଚ ଫିନିସ କରିବାର ଦକ୍ଷତାକୁ ବାଛିଥିଲେ ଅଭିଷେକ। ରୋହିତ ଶର୍ମାଙ୍କ ବ୍ୟାଟିଂ ଦକ୍ଷତା ମଧ୍ୟ ଅଭିଷେକଙ୍କୁ ପ୍ରଭାବିତ କରେ। ରୋହିତଙ୍କ ବଲ୍‌କୁ ଠିକ ଭାବେ ଟାଇମିଂ କରିବାର କଳାକୁ ସେ ନିଜ ଖେଳରେ ଆଣିବାକୁ ଚାହାନ୍ତି। କେବଳ ଭାରତୀୟ ଖେଳାଳି ନୁହନ୍ତି, ୱେଷ୍ଟଇଣ୍ଡିଜ୍ର ଷ୍ଟାର୍‌ କ୍ରିକେଟରଙ୍କ ଦକ୍ଷତା ମଧ୍ୟ ଅଭିଷେକଙ୍କୁ ଆକର୍ଷିତ କରେ। କ୍ରିସ ଗେଲ, କିରନ ପୋଲାର୍ଡ, ଡ୍ବେନ୍‌ ବ୍ରାଭୋ ମଧ୍ୟ ଅଭିଷେକଙ୍କୁ ବେଶ ପସନ୍ଦ।

ଅଭିଷେକ ନିଜେ ଜଣେ ବିସ୍ଫୋରକ ବ୍ୟାଟର ହୋଇଥିଲେ ମଧ୍ୟ ଅନ୍ୟ ମହାନ ଖେଳାଳିଙ୍କଠାରୁ ଶିଖିବାର ଇଚ୍ଛା ତାଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି। କାହାର ମ୍ୟାଚ ଫିନିସିଂ, କାହାର ଟାଇମିଂ, ଆଉ କାହାର ପାୱାର୍‌ ଏହି ସବୁ ଗୁଣକୁ ନିଜ ଖେଳରେ ଯୋଡ଼ିବାକୁ ଚାହାନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?