Posted inଜାତୀୟ

ମନର ଯନ୍ତ୍ରଣା ବଖାଣିଲେ ଶିବପାଲ

ଲକ୍ଷ୍ନୌ,୧୮।୧୦: ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ରାମପୁରର ଏମ୍‌ପି-ବିଧାୟକ କୋର୍ଟ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ, ସ୍ତ୍ରୀ ତାଞ୍ଜିମ ଫାତିମା ଏବଂ ପୁଅ ଅବଦୁଲ୍ଲା ଆଜାମଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ସମାଜବାଦୀ ପାର୍ଟି ପାଇଁ ବଡ଼ ଝଟ୍‌କା। ଆଜମ ଏସପିର ଜଣେ ଶକ୍ତିଶାଳୀ ନେତା। ଅଖିଳେଶ ଯାଦବଙ୍କ ପରେ ଏବେ ଦାଦା ଶିବପାଲ ସିଂ ଯାଦବଙ୍କ ମଧ୍ୟ ଆଜମଙ୍କ ଦଣ୍ଡାଦେଶକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।
ଏସପି ନେତା ଶିବପାଲ ସିଂ ଯାଦବ କବିତା ମାଧ୍ୟମରେ ନିଜର ଯନ୍ତ୍ରଣା ପ୍ରକାଶ କରିଥିଲେ। ସେ ସୋସିଆଲ ମିଡିଆ ସାଇଟରେ ଏକ ପୋଷ୍ଟ ଲେଖିଥିଲେ। ଯେ ଲେଖିଥିବା କବିତାର ଅର୍ଥ ହେଉଛି, ଯଦି ସୂର୍ଯ୍ୟ ଅସ୍ତ ହୁଅନ୍ତି, ତେବେ ଅସୁବିଧା କଣ ହେବ, ସୂର୍ଯ୍ୟ ନିଶ୍ଚିତ ଭାବରେ ସକାଳେ ଆସିବେ। ଏକମାତ୍ର ସର୍ତ୍ତ ହେଉଛି ଆପଣ କିଛି ସମୟ ଅପେକ୍ଷା କରନ୍ତୁ।
କୋର୍ଟଙ୍କ ନିଷ୍ପତ୍ତି ଘୋଷଣା ହେବା ପରେ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ କହିଥିଲେ ଯେ, ଆଜାମ ଖାନଙ୍କୁ ମୁସଲମାନ ହେତୁ ଦଣ୍ଡିତ କରାଯାଇଛି। ତାଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇଛି।
ପୂର୍ବତନ ବିଧାୟକ ଅବଦୁଲ୍ଲା ଆଜମଙ୍କ ବିରୋଧରେ ଦୁଇଟି ଜନ୍ମ ପ୍ରମାଣପତ୍ର ମାମଲା ୨୦୧୯ ର ଅଟେ। ଭାଜପା ବିଧାୟକ ଆକାଶ ସକ୍ସେନା ଗଞ୍ଜ ପୋଲିସ ଷ୍ଟେଶନରେ ମାମଲା ଦାୟର କରିଥିଲେ। ଏହି ମାମଲାରେ ଆଜମ ଖାନ ଏବଂ ସ୍ତ୍ରୀ ତାଞ୍ଜିମ ଫାତିମାଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା। ତଦନ୍ତ ପରେ ପୋଲିସ ଚାର୍ଜସିଟ ଦାଖଲ କରିଥିଲା। ବୁଧବାର ଏହି ମାମଲାର ଶୁଣାଣି ବେଳେ କୋର୍ଟ ଏହାର ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri