Odisha Elections 2024
Posted inଜାତୀୟ

ମନର ଯନ୍ତ୍ରଣା ବଖାଣିଲେ ଶିବପାଲ

ଲକ୍ଷ୍ନୌ,୧୮।୧୦: ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ରାମପୁରର ଏମ୍‌ପି-ବିଧାୟକ କୋର୍ଟ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ, ସ୍ତ୍ରୀ ତାଞ୍ଜିମ ଫାତିମା ଏବଂ ପୁଅ ଅବଦୁଲ୍ଲା ଆଜାମଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ସମାଜବାଦୀ ପାର୍ଟି ପାଇଁ ବଡ଼ ଝଟ୍‌କା। ଆଜମ ଏସପିର ଜଣେ ଶକ୍ତିଶାଳୀ ନେତା। ଅଖିଳେଶ ଯାଦବଙ୍କ ପରେ ଏବେ ଦାଦା ଶିବପାଲ ସିଂ ଯାଦବଙ୍କ ମଧ୍ୟ ଆଜମଙ୍କ ଦଣ୍ଡାଦେଶକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।
ଏସପି ନେତା ଶିବପାଲ ସିଂ ଯାଦବ କବିତା ମାଧ୍ୟମରେ ନିଜର ଯନ୍ତ୍ରଣା ପ୍ରକାଶ କରିଥିଲେ। ସେ ସୋସିଆଲ ମିଡିଆ ସାଇଟରେ ଏକ ପୋଷ୍ଟ ଲେଖିଥିଲେ। ଯେ ଲେଖିଥିବା କବିତାର ଅର୍ଥ ହେଉଛି, ଯଦି ସୂର୍ଯ୍ୟ ଅସ୍ତ ହୁଅନ୍ତି, ତେବେ ଅସୁବିଧା କଣ ହେବ, ସୂର୍ଯ୍ୟ ନିଶ୍ଚିତ ଭାବରେ ସକାଳେ ଆସିବେ। ଏକମାତ୍ର ସର୍ତ୍ତ ହେଉଛି ଆପଣ କିଛି ସମୟ ଅପେକ୍ଷା କରନ୍ତୁ।
କୋର୍ଟଙ୍କ ନିଷ୍ପତ୍ତି ଘୋଷଣା ହେବା ପରେ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ କହିଥିଲେ ଯେ, ଆଜାମ ଖାନଙ୍କୁ ମୁସଲମାନ ହେତୁ ଦଣ୍ଡିତ କରାଯାଇଛି। ତାଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇଛି।
ପୂର୍ବତନ ବିଧାୟକ ଅବଦୁଲ୍ଲା ଆଜମଙ୍କ ବିରୋଧରେ ଦୁଇଟି ଜନ୍ମ ପ୍ରମାଣପତ୍ର ମାମଲା ୨୦୧୯ ର ଅଟେ। ଭାଜପା ବିଧାୟକ ଆକାଶ ସକ୍ସେନା ଗଞ୍ଜ ପୋଲିସ ଷ୍ଟେଶନରେ ମାମଲା ଦାୟର କରିଥିଲେ। ଏହି ମାମଲାରେ ଆଜମ ଖାନ ଏବଂ ସ୍ତ୍ରୀ ତାଞ୍ଜିମ ଫାତିମାଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା। ତଦନ୍ତ ପରେ ପୋଲିସ ଚାର୍ଜସିଟ ଦାଖଲ କରିଥିଲା। ବୁଧବାର ଏହି ମାମଲାର ଶୁଣାଣି ବେଳେ କୋର୍ଟ ଏହାର ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…

ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍‌କି ବାର୍‌ ୪୦୦ ପାର୍‌’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା...

ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ,୨୧।୫: ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ଭାଜପା...

ସିସୋଡିଆଙ୍କୁ ବଡ଼ ଝଟ୍‌କା; ଇଡି-ସିବିଆଇ ମାମଲାରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଆମ୍‌ ଆଦମୀ ପାର୍ଟୀ ନେତା ମନୀଷ ସିସୋଡିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଉଭୟ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ...

ରାହୁଲଙ୍କୁ ଝଟ୍‌କା: ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ସମନ ଜାରି

ନୂଆଦିଲ୍ଲୀ,୨୧।୫: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ...

କେଜରିଓ୍ବାଲ ଏବେ କାହିଁକି ଆଳାପ କରୁଛନ୍ତି ପାକିସ୍ତାନୀ-ପାକିସ୍ତାନୀ?

ନୂଆଦିଲ୍ଲୀ,୨୧।୫: ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜରିୱାଲ କହିଛନ୍ତି, ଆଜି ମୁଁ ଆପଣଙ୍କୁ ତିନୋଟି କଥା କହିବାକୁ ଚାହେଁ। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଥିବାରୁ...

କାହିଁକି ଏଥର ୪୦୦ ପାର୍‌ କଥା କହୁଛି ଭାଜପା? ୨୪ ଘଣ୍ଟାରେ ମୋଦି କ’ଣ କ’ଣ କରିଛନ୍ତି ସେଥିରୁ ବୁଝାପଡିବ…

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ। ଏହି କାରଣରୁ ସମସ୍ତ ରାଜନୈତିକ ଦଳ କଠିନ ପରିଶ୍ରମ କରୁଛନ୍ତି ଏବଂ ରାଲି କରୁଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri