Posted inଜାତୀୟ

ନୀତୀଶଙ୍କ ଆଉ କେତେ ଥର ଭାଜପାକୁ ଯିବେ, କ’ଣ ଇତିହାସ ରଚିବେ: ଶିବାନନ୍ଦ

ପାଟନା,୨୬।୧: ନୀତୀଶ କୁମାରଙ୍କ ପଲଟୁରାମ ନୀତି ଯୋଗୁ ବିହାର ରାଜନୀତି ଏବେ ଚର୍ଚ୍ଚାରେ ରହିଛି। ଆର୍‌ଜେଡିର ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଖପ୍ପା ହୋଇଛନ୍ତି। ଏବେ ଲାଲୁ ଯାଦବଙ୍କ ହାତ ଛାଡ଼ିବା ଲାଗି ପ୍ରସ୍ତୁତ ଥିବା ନୀତୀଶଙ୍କ ହାବଭାବ ଦେଖି ଆର୍‌ଜେଡିର ବରିଷ୍ଠ ନେତା ଶିବାନନ୍ଦ ତିଓ୍ବାରୀ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି।

ଲାଲୁଙ୍କ ନିକଟତର କୁହାଯାଉଥିବା ଶିବାନନ୍ଦ କହିଛନ୍ତି, ସେ କେତେଥର ଆଉ ଯିବେ, କ’ଣ ଇତିହାସ ରଚିବେ? ଅନ୍ତିମ ନିଷ୍ପତ୍ତି ଆସୁ। ଭାଜପାର ଚପରାସୀଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଲାଗି ଦ୍ୱାର ବନ୍ଦ କରିଦେଇଥିଲେ, ହେଲେ ସେ କେଉଁ ମୁହଁରେ ଯିବେ, ତାହା ସେ ହିଁ କହିପାରିବେ। ନୀତୀଶଙ୍କ ସହ ଆଲୋଚନା କରିବା ଲାଗି ଆମେ ସମୟ ମାଗୁଛୁ। ହେଲେ ସେ ସମୟ ଦେଉନାହାନ୍ତି। ଆମେ ତାଙ୍କ ପାଇଁ ଲଢ଼ି ବହୁତ କିଛି କରିଛୁ। ଏବେ ଆମକୁ ବିଶ୍ୱାସ ହେଉନାହିଁ ଯେ ସେ ଏଭଳି ଭୁଲ କରିବେ। ବୁଝିବା ଏବଂ ଜାଣିବାକୁ ଆଉ କ’ଣ ଅଛି। ଯାହା ଦେଖାଯାଉଛି ସବୁକିଛି ସ୍ପଷ୍ଟ ହୋଇ ସାରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ପାଖ ଘର

ଇମ୍ଫାଲ,୧୬।୬: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳି ଉଠିଲା ରାଜଧାନୀ ଇମ୍ଫାଲରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ସରକାରୀ ଆବାସ।...

ଫ୍ରିଜ୍‌ରୁ ମିଳିଥିଲା ଗୋମାଂସ, ୧୧ ଜଣଙ୍କ ଘର ଉପରେ ବୁଲ୍‌ଡୋଜର ଚଢ଼ାଇଲା ପୋଲିସ

ଭୋପାଳ,୧୬।୬: ମଧ୍ୟପ୍ରଦେଶର ମଣ୍ଡଳାରେ ୧୧ଜଣଙ୍କ ଘରେ ଥିବା ଫ୍ରିଜ୍‌ରୁ ଗୋମାଂସ ମିଳିଥିଲା। ପ୍ରଶାସନ ପକ୍ଷରୁ ଉକ୍ତ ଘରଗୁଡ଼ିକୁ ବୁଲଡୋଜର ଚଳାଇ ଭାଙ୍ଗି ଦିଆଯାଇଛି। ଏପରିକି ପୋଲିସ...

ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ଆଜି ଜମ୍ମୁ କଶ୍ମୀର ଗସ୍ତ କରିବେ ଅମିତ ଶାହା

ଜମ୍ମୁ କଶ୍ମୀର,୧୬।୬: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରବିବାର ଜମ୍ମୁକଶ୍ମୀର ଗସ୍ତ କରିବେ। ସେଠାରେ ସେ...

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ୧୮ ଗିରଫ

ପାଟନା,୧୫ା୬: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି)-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ସହ ବ୍ୟାପକ ଅନିୟମିତତା ଅଭିଯୋଗ...

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା; ୨ ମାସ ମଧ୍ୟରେ…

ନୂଆଦିଲ୍ଲୀ,୧୫।୬: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ବଡ଼ ଘୋଷଣା କରିଛନ୍ତି। ମାତ୍ର ୨ ମାସ ମଧ୍ୟରେ ଦେଶରେ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍‌ ଗଡ଼ିବ।...

ମୋଦିଙ୍କୁ ପ୍ରଶଂସା କଲେ ଶରଦ ପାଓ୍ବାର, କହିଲେ ତୁମ ପାଇଁ ଆମେ…

ମୁମ୍ବାଇ,୧୫ା୬: ଶନିବାର ଏମ୍‌ଭିଏ ନେତା ଶରଦ ପାଓ୍ବାର, ଉଦ୍ଧବ ଠାକରେ ଏବଂ ପୃଥ୍ବୀରାଜ ଚୌହାନ ମୁମ୍ବାଇରେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ୨୦୨୪ ଲୋକ...

ଇନ୍ଦିରା ଗାନ୍ଧୀଙ୍କୁ ‘ମଦର ଅଫ୍‌ ଇଣ୍ଡିଆ’ କହିଲେ ମୋଦି ସରକାରଙ୍କ ଏହି ମନ୍ତ୍ରୀ, କଂଗ୍ରେସର ବି କଲେ ପ୍ରଶଂସା

ନୂଆଦିଲ୍ଲୀ,୧୫।୬: ମୋଦି ସରକାରଙ୍କ ଜଣେ ମନ୍ତ୍ରୀ କଂଗ୍ରେସ ଏବଂ ଇନ୍ଦିରା ଗାନ୍ଧୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସେ ହେଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପି। ପୂର୍ବତନ ପ୍ରଧାନମନ୍ତ୍ରୀ...

ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୮ ମାଓବାଦୀ: ଜଣେ ଯବାନ ଶହୀଦ

ବିଜାପୁର,୧୫।୬: ଛତିଶଗଡ଼ ବିଜାପୁର ଜିଲାର ଅବୁଝମାଡ଼ ଜଙ୍ଗଲରେ ଶନିବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବନିମୟ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri