Posted inଜାତୀୟ

ସାୱରକରଙ୍କ ପୋଷ୍ଟରକୁ ନେଇ ବିବାଦ, ଶିମୋଗାରେ ଲାଗିଲା କର୍ଫ୍ୟୁ, ସ୍କୁଲ କଲେଜ ବନ୍ଦ

ଶିମୋଗା,୧୬ ।୮: କର୍ନାଟକର ଶିମୋଗାରେ ସ୍ୱାଧିନତା ଦିବସରେ ସାୱରକର ଓ ଟିପୁ ସୁଲତାନଙ୍କ ପୋଷ୍ଟର ବିବାଦକୁ ନେଇ ହିଂସା ଉପୁଜିଛି । ଏହି ଘଟଣାରେ ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି । ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥିତି ଅଣାୟତ ହେବାରୁ ପ୍ରଶାସନ ପକ୍ଷରୁ ସହରରେ ୧୮ ଅଗଷ୍ଟ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି । ଏହାସହ ସହରର ସମସ୍ତ ସ୍କୁଲ କଲେଜକୁ ବି ବନ୍ଦ କରି ଦିଆଯାଇଛି ।

ଟିପୁ ସୁଲତାନ ସେନାର କେତେଜଣ ସଦସ୍ୟଙ୍କ ଦ୍ୱାରା ସହରର ଅମିଦ ଅମହମ୍ମଦ ସର୍କଲରେ ଖମ୍ବରେ ଲାଗିଥିବା ସାୱରକରଙ୍କ ପୋଷ୍ଟରକୁ ଚିରି ଦେଇଥିବା ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏହା ଜଣାପଡିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ସେଠାରୁ ଲୋକଙ୍କୁ ଘଉଡାଇବା ପାଇଁ ଲାଠିଚାର୍ଜ କରିଥିଲା । କୁହାଯାଉଛି କି ହିନ୍ଦୁବାଦୀ ସଙ୍ଗଠନ ସହ ଜଡ଼ିତ କେତେଜଣ ବ୍ୟକ୍ତି ସାୱରକରଙ୍କ ପୋଷ୍ଟର ସେଠାରେ ଲଗାଇଥିଲେ । ଏହାର କିଛି ସମୟ ପରେ ଟିପୁ ସୁଲତାନ ସେନାର ପତାକା ଧରି କେତେଜଣ ମୁସଲମାନ ଯୁବକ ସେଠାରେ ପହଞ୍ଚି ସାୱରକରଙ୍କ ପୋଷ୍ଟରକୁ ଚିରିବାକୁ ଚେଷ୍ଟା କରିଥିଲେ । ହିନ୍ଦୁ ଓ ମୁସଲମାନ ଯୁବକଙ୍କ ମଧ୍ୟରେ ଏହାକୁ ନେଇ କଥା କଟାକଟି ଆରମ୍ଭ ହୋଇ ଯାଇଥିଲା । ପରେ ଏହା ହିଂସାର ରୂପ ନେଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ କଂଗ୍ରେସର କଳହକୁ ନେଇ କେଜରିୱାଲ କହିଲେ, ‘ସେ ତାଙ୍କ ଘର ସମ୍ଭାଳିପାରୁ ନାହାନ୍ତି’

ନୂଆଦିଲ୍ଲୀ,୨୬ ।୯: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବଦଳିବାକୁ ନେଇ ଅଶୋକ ଗେହଲଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି । ଗେହଲଟଙ୍କୁ ସମର୍ଥନ କରୁଥିବା...

ନିର୍ଭୟା ପାଣ୍ଠିର ଅଧା ବିନିଯୋଗ ହୋଇଛି

ନୂଆଦିଲ୍ଲୀ ,୧୭।୧୨: ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାକୁ ୧୦ ବର୍ଷ ବିତିଛି। ହେଲେ ରାଜଧାନୀର ମହିଳାମାନଙ୍କ ପାଇଁ କିଛି ବଦଳି ନ ଥିବା...

କେରଳରେ ଟମାଟୋ ଫ୍ଲୁ, ୮୦ରୁ ଅଧିକ ଶିଶୁ ଆକ୍ରାନ୍ତ…

ତିରୁଭାନନ୍ତପୁରମ୍‌, ୧୧।୫ : ଫୁଡ୍‌ ପଏଜନିଂ ଘଟଣାରେ କେରଳରୁ ଚିନ୍ତାଜନକ ଖବର ଆସିଛି। ରାଜ୍ୟର ବହୁ ସ୍ଥାନରେ ଟମାଟୋ ଫ୍ଲୁ ମାମଲା ଦେଖିବାକୁ ମିଳିଛି। ଅଦ୍ୟାବଧି...

ନିର୍ବାଚନ ପ୍ରଚାରକୁ ନେଇ ଆସିଲା ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ,୩୧।୧: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ପ୍ରଚାର ପାଇଁ ନିର୍ବାଚନ ଆୟୋଗ ସୋମବାର ନୂତନ ଗାଇଡଲାଇନ୍‌ ଜାରି କରିଛନ୍ତି। ଏହି ଅନୁଯାୟୀ, ଫେବୃୟାରୀ...

ସିଏଏକୁ ବିରୋଧ କରି ବିରୋଧୀଙ୍କ ‘ଗାନ୍ଧୀ ଶାନ୍ତି ଯାତ୍ରା’

ମୁମ୍ବାଇ,୯।୧: ମହାରାଷ୍ଟ୍ରରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍‌ଆର୍‌ସି)କୁ ବିରୋଧ କରି ବିରୋଧୀ ଦଳ ପକ୍ଷରୁ ଗୁରୁବାର ‘ଗାନ୍ଧୀ ଶାନ୍ତି ଯାତ୍ରା’ ବାହାର...

‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ବନ୍ଦ: ଲୋକେ ଏହାକୁ ପାଳନ କରିବେ ଏପରି…

ମୁମ୍ବାଇ, ୧୧।୮: ଚଳିତ ବର୍ଷ ମୁମ୍ବାଇରେ ଜନ୍ମାଷ୍ଟମୀ ପରଦିନ ‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ପାଳନ କରାଯିବ ନାହିଁ। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି...

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା: ପୁଡୁଚେରୀରେ ସଂଖ୍ୟା ଗରିଷ୍ଠତା ହରାଇଲେ ସରକାର

ନୂଆଦିଲ୍ଲୀ,୧୬।୨: ଆଗକୁ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବ। ତେବେ ଏହା ପୂର୍ବରୁ ଏଠାକାର ଶାସକ କଂଗ୍ରେସ ଦଳ ନିଜର ସଂଖ୍ୟା ଗରିଷ୍ଠତା ହରାଇ ବସିଛି। ଦଳର...

ଦିଲ୍ଲୀରେ ଅଟୋରେ ବୁଲିଲେ ବ୍ଲିଙ୍କେନ୍‌

ନୂଆଦିଲ୍ଲୀ, ୪ା୩: ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ନୂଆଦିଲ୍ଲୀରେ ଏକ ଅଟୋରିକ୍ସାରେ ବୁଲୁଥିବା ଦେଖାଯାଇଛି। ଶୁକ୍ରବାର ସେ...

Advertisement
Archives

Model This Week