Posted inଜାତୀୟ

ହୋଟେଲ ଗଲେ ଶିବସେନା ବିଧାୟକ

ନୂଆଦିଲ୍ଲୀ,୭।୬ : ମହାରାଷ୍ଟ୍ରରୁ ୬ ରାଜ୍ୟ ସଭା ଆସନ ଲାଗି ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭାଜପା ଘୋଡ଼ାବେପାରରେ ସାମିଲ ହେବା ଆଶଙ୍କା କରି ଶାସକ ଶିବସେନାର ବିଧାୟକମାନେ ସୋମବାର ସନ୍ଧ୍ୟାରେ ଏକ ଅଜଣା ହୋଟେଲକୁ ଯାଇଥିବା ଜଣାପଡ଼ିଛି। ସେମାନଙ୍କ ସହ କେତେଜଣ ସ୍ବାଧୀନ ବିଧାୟକ ମଧ୍ୟ ଲକ୍‌ଜ୍ୟୁରି ବସ୍‌ରେ ଅଜଣା ସ୍ଥାନକୁ ଯାଇଛନ୍ତି। ହୋଟେଲ ଯିବା ପୂର୍ବରୁ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବୈଠକ କରିଥିଲେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହା ପରେ ମହାରାଷ୍ଟ୍ର ସରକାରଙ୍କ ସହ୍ୟାଦ୍ରି ଗେଷ୍ଟ ହାଉସ୍‌ ବିପରୀତ ପାର୍ଶ୍ୱରେ ଦୁଇଟି ବସ୍‌ ରହିଥିବା ଦେଖିବାକୁ ମିଳିଥିଲା। ୬ ଆସନ ପାଇଁ ଶାସକ ମହାବିକାଶ ଅଘାଡ଼ି କ୍ୟାମ୍ପରୁ ଶିବସେନା ୨ ପ୍ରାର୍ଥୀ ଏବଂ କଂଗ୍ରେସ ଓ ଏନ୍‌ସିପି ଜଣେ ଲେଖାଏ ପ୍ରାର୍ଥୀ ଦେଇଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଭାଜପା ୩ ପ୍ରାର୍ଥୀ ଦେଇଛି। ତେଣୁ ଷଷ୍ଠ ଆସନ ଲାଗି ଶିବସେନାର ସଞ୍ଜୟ ପାଓ୍ବାର ଏବଂ ଭାଜପା ଧନଞ୍ଜୟ ମହାଦିକ୍‌ଙ୍କ ମଧ୍ୟରେ ଲଢ଼େଇ ହେବ। ଭାଜପା ଘୋଡ଼ାବେପାର କରିପାରେ ବୋଲି ଶାସକ ମେଣ୍ଟ ଆଶଙ୍କା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ମୁହାଁ ଏଏପି …

ଚଣ୍ଡିଗଡ଼,୧୦।୩ : ପଞ୍ଜାବରେ କଂଗ୍ରେସକୁ ପଛରେ ପକାଇ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ବିଜୟ ମୁହାଁ ହୋଇଛି। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ଆସନ ମଧ୍ୟରୁ...

ଗର୍ଭବତୀ ମହିଳା ଅଦା ଚା’ ପିଇବା ହାନିକାରକ

ଗର୍ଭବତୀ ମହିଳାଙ୍କୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ସ୍ବାସ୍ଥ୍ୟପ୍ରଦ ଖାଦ୍ୟ, ହାଲ୍‌କା ବ୍ୟାୟାମ୍‌ ଦ୍ୱାରା ଜଣେ ମହିଳା ସୁସ୍ଥସବଳ ଶିଶୁକୁ ଜନ୍ମ ଦେଇଥାଏ। ଗର୍ଭଧାରଣ...

ହରିୟାଣା ସରକାରଙ୍କ ବଡ ନିଷ୍ପତ୍ତି: ଘରୋଇ ସ୍କୁଲରେ ନର୍ସରୀ, ପ୍ରଥମ ଶ୍ରେଣୀ ପାଇଁ ୨୫ ପ୍ରତିଶତ ଗରିବ ପିଲାଙ୍କ ପାଇଁ ରହିବ ସଂରକ୍ଷିତ

ଚଣ୍ଡିଗଡ଼,୫ ।୪: ହରିୟାଣା ସରକାର ଶିକ୍ଷା ଅଧିକାର (ଆରଟିଇ) ଅଧିନିୟମ ଅନୁଯାୟୀ, ଗିରିବ ଶିଶୁଙ୍କ ପାଇଁ ଘରୋଇ ସ୍କୁଲରେ ପାଠ ପଢିବା ଲାଗି ଅଣ୍ଟା ଭିଡିଛନ୍ତି...

ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ: ପ୍ରଦୀପ ସିଂ ଟପ୍ପର, ୮ ନମ୍ବର ସ୍ଥାନରେ ଓଡ଼ିଶାର ଅଭିଷେକ

ନୂଆଦିଲ୍ଲୀ, ୪।୮: ୟୁପିଏସ୍‌ସି ପକ୍ଷରୁ ୨୦୧୯ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ପ୍ରଦୀପ ସିଂ ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଜତିନ୍‌...

ବନ୍ୟାଞ୍ଚଳ ବୁଲି ଦେଖିଲେ ଅମରିନ୍ଦର

ପଟିଆଲା,୨୩।୭: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଙ୍ଗଳବାର ବନ୍ୟା ପ୍ରଭାବିତ ପଟିଆଲା ଓ ସନଗୁର ଅଞ୍ଚଳକୁ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି। ଲଗାଣ ବର୍ଷା ଫଳରେ...

ଜାତୀୟ ପତାକା ଉତ୍ତୋଳନ କଲେ ଆତଙ୍କବାଦୀଙ୍କ ପିତା…

ଶ୍ରୀନଗର,୧୫।୮: ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ବୁରହାନ୍‌ ଓ୍ବାନୀଙ୍କ ପିତା ମୁଜଫର ଓ୍ବାନୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।...

ମୁଣ୍ଡରେ ହେଲ୍‌ମେଟ, ହାତରେ ଗିନି: ବିଧାନସଭାରେ ପହଞ୍ଚିଲେ ଆରଜେଡି ବିଧାୟକ

ପଟନା,୨୬।୭: ବିହାର ବିଧାନସଭାର ପାଞ୍ଚ ଦିନିଆ ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଗତ ବିଧାନସଭା ଅଧିବେଶନରେ ବିଧାୟକଙ୍କ ସହ ହୋଇଥିବା ମାରପିଟ ବିରୋଧରେ ବିରୋଧ...

ଏଣିକି ବିଦ୍ୟୁତ୍‌ ଚୋରଙ୍କୁ ଧରିବ ଡ୍ରୋନ୍‌

ନୂଆଦିଲ୍ଲୀ,୧୩।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିକଟରେ ଦିଲ୍ଲୀବାସୀଙ୍କ ପାଇଁ ଏକ ନୂଆ ଯୋଜନା ଆଣିଛନ୍ତି, ଯେଉଁଥିରେ ଯଦି ଗୋଟିଏ ପରିବାର ୨ଶହ ୟୁନିଟ ପର୍ଯ୍ୟନ୍ତ...

Advertisement
Archives

Model This Week