ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି ଗଞ୍ଜାମ ଜିଲା ଏବଂ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।

ଶିବ ପ୍ରସାଦ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖରକୁଦା ଗ୍ରାମର ବଟେଶ୍ୱର ଜେନା ଓ ବିଷ୍ଣୁପ୍ରିୟା ଜେନାଙ୍କ ଏକମାତ୍ର ପୁଅ। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରଦର୍ଶନ କରି ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ସେ ଜାତୀୟ ସ୍ତରକୁ ମନୋନିତ ହୋଇଥିଲେ। ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ଏହି ସଫଳତା ପାଇଁ ବାପା-ମା’ଙ୍କ ପ୍ରୋତ୍ସାହନ, କୋଚ୍ ପ୍ରେମ ସିଂ ଥାପାଙ୍କ ନିରନ୍ତର ମାର୍ଗଦର୍ଶନ ଓ ଭଗବାନଙ୍କ ଆଶୀର୍ବାଦକୁ  ଶ୍ରେୟ ଦେଇଛନ୍ତି ଶିବ ପ୍ରସାଦ। ପୂର୍ବରୁ ମଧ୍ୟ ସେ ବିଭିନ୍ନ ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ଅର୍ଜନ କରିଛନ୍ତି।

ଏହି ସଫଳତା ଆଗାମୀ ଦିନରେ ଆନ୍ତର୍ଜାତୀୟ ସ୍ତର ଏବଂ ଅଲିମ୍ପିକ୍‌ ଭଳି ବଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ତାଙ୍କର ସମ୍ଭାବନାକୁ ଆହୁରି ସୁଦୃଢ଼ କରିଛି। ଶିବ ପ୍ରସାଦଙ୍କ ଏହି କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ…

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଭାରତୀୟ ବିରଳ ମୃତ୍ତିକା ସଂରକ୍ଷଣ (ଆଇଆର୍‌ଇଏଲ୍‌) କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଭିତ୍ତିକଏବଂ ବେକାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟାନ୍ୟ…

୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି…

T20 ବିଶ୍ୱକପ ଫାଇନାଲରେ ପହଞ୍ଚିବା ପରେ ଭାବପ୍ରବଣ ହୋଇଗଲେ ବିଶ୍ୱର ସବୁଠାରୁ ସୁନ୍ଦରୀ କ୍ରିକେଟର

ନୂଆଦିଲ୍ଲୀ,୩।୭: ଚଳିତ ମହିଳା T20 ବିଶ୍ୱକପରେ ଇଂଲଣ୍ଡ ଦ୍ୱିତୀୟ ଫାଇନାଲିଷ୍ଟ ହୋଇଛି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଗତ ଗୁରୁବାର (ଜୁଲାଇ ୨) ଲଣ୍ଡନର କେନିଂଟନ ଓଭାଲରେ ଇଂଲଣ୍ଡ…

ଟିମ ଇଣ୍ଡିଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ସଚିନ ତେନ୍ଦୁଲକର! ‘ନମ୍ବର ୧୦’ ଦେଖି ପ୍ରଶଂସକଙ୍କ ମଧ୍ୟରେ ଖେଳିଗଲା…

ନୂଆଦିଲ୍ଲୀ,୩।୭: ସଚିନ ତେନ୍ଦୁଲକର ନୀଳ ୧୦ ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ପାଦ ଦେଇଥିଲେ। ଏହି ଚିତ୍ରଗୁଡ଼ିକ ଦେଖି ପ୍ରଶଂସକଙ୍କ ମଧ୍ୟରେ ତୁରନ୍ତ ଏକ ସ୍ମୃତିର ଭାବନା…

ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ: ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଜନସମ୍ମିଳନୀ ଓ ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ଛାଡିଲେ ସରକାରୀ ସୁରକ୍ଷା, ୧୬ ସୁରକ୍ଷାକର୍ମୀ, ୩ଟି ଗାଡ଼ି ଫେରାଇ ଦେଲେ

ରାଞ୍ଚି,୩।୭: ଅର୍ଥମନ୍ତ୍ରୀ ରାଧା କୃଷ୍ଣ କିଶୋର ତାଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପାଇଁ ପୋଲିସ ମୁଖ୍ୟାଳୟ ଉପରେ ଅସନ୍ତୁଷ୍ଟ। ଯଦିଓ ସେ ସ୍ପଷ୍ଟ ଭାବରେ ତାଙ୍କର ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri