Posted inଖେଳ

ଚମତ୍କାରୀ ଚିନ୍ମୟୀ

ଆକ୍ସନ ଫିଲ୍ମ ପ୍ରତି ଆଗ୍ରହରୁ ଫାଇଟିଂ ଶିଖିବାର ସଉକ। ନିଷ୍ଠା ଏବଂ କଠିନ ପରିଶ୍ରମ ବଳରେ ସେ ଏବେ ବନିଯାଇଛନ୍ତି ସଫଳ କ୍ରୀଡ଼ାବିତ୍‌। କେବଳ ସେତିକି ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଓ୍ବାଲର୍‌ଡ ପୋଲିସ ଆଣ୍ଡ ଫାୟାର ଗେମ୍ସରେ ୨ଟି ସ୍ବର୍ଣ୍ଣ ପଦକ ଜିତି ସେ ରାଜ୍ୟ ଓ ଦେଶକୁ ଗର୍ବିତ କରିଛନ୍ତି। ଓଡ଼ିଶା କ୍ରୀଡ଼ା ଜଗତରେ ଏପରି ଏକ କାହାଣୀର ସଫଳ ନାୟିକା ହେଲେ କରାଟେକା ଚିନ୍ମୟୀ ଭୂୟାଁ। ତାଙ୍କ କ୍ୟାରିୟର ଏବଂ ଯାତ୍ରାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…

ଫାଇଟିଂ ଶିଖିବାର ସଉକରୁ ସଫଳ କ୍ରୀଡ଼ାବିତ୍‌। ସେ କେବଳ ରାଜ୍ୟ କିମ୍ବା ଜାତୀୟ ସ୍ତରରେ ପ୍ରଦର୍ଶନର ଛାପ ଛାଡ଼ି ନାହାନ୍ତି, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦକ୍ଷତା ଦେଖାଇ ରାଜ୍ୟ ଏବଂ ଦେଶକୁ ଗର୍ବିତ କରିଛନ୍ତି। ଓଡ଼ିଶା କ୍ରୀଡ଼ା ଜଗତରେ ଏପରି ଏକ କାହାଣୀର ସଫଳ ନାୟିକା ହେଲେ କରାଟେକା ଚିନ୍ମୟୀ ଭୂୟାଁ। ଆକ୍ସନ ଫିଲ୍ମ ଦେଖିବାରେ ତାଙ୍କର ପ୍ରବଳ ଆଗ୍ରହ। ଏଥିରୁ ନିଜେ ଫାଇଟ୍‌ କରିବାର ମନୋବୃତ୍ତି ଜନ୍ମ ନେଇଥିଲା। ଫିଟ୍‌ନେସ ଗୁରୁ ହରି ପ୍ରସାଦ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ସ୍ବପ୍ନ ସାକାର ହେଲା। କାନାଡ଼ାରେ ନିକଟରେ ଶେଷ ହୋଇଥିବା ବିଶ୍ୱ ପୋଲିସ ଆଣ୍ଡ ଫାୟାର ଗେମ୍ସରେ ୨ଟି ସ୍ବର୍ଣ୍ଣ ପଦକ ଜିତି ନିଜ କ୍ୟାରିୟରକୁ ରୁଦ୍ଧିମନ୍ତ କରିଛନ୍ତି ଏହି ସାହସୀ ଯୁବତୀ। ଚିନ୍ମୟୀଙ୍କ ମା’ ମଞ୍ଜୁଲତା ଏବଂ ବାପା କ୍ଷୀରୋଦ କୁମାର ଭୂୟାଁ। ଘର ଭଦ୍ରକ, ମାତ୍ର ଦୀର୍ଘ ୨୦ ବର୍ଷ ଧରି ଭୁବନେଶ୍ୱରରେ ରହୁଛନ୍ତି।
ଟିମ୍‌ ଫାଇଟ୍‌ ସ୍ବର୍ଣ୍ଣ ସ୍ମରଣୀୟ
କାନାଡ଼ାରେ ଅନୁଷ୍ଠିତ ଓ୍ବାଲର୍‌ଡ ପୋଲିସ ଆଣ୍ଡ ଫାୟାର ଗେମ୍ସରେ ୨୦ଟି ଭିନ୍ନଭିନ୍ନ ଦେଶରୁ ପ୍ରତିଯୋଗୀମାନେ ଆସିଥିଲେ। ଯେହେତୁ ବିଶ୍ୱ ଚାମ୍ପିୟନଶିପ୍‌ ଥିଲା ତେଣୁ ସବୁ ଦେଶରୁ ଶ୍ରେଷ୍ଠ ପ୍ରତିଯୋଗୀମାନେ ହିଁ ଚୟନ ହୋଇଥିଲେ। ତେଣୁ ପ୍ରତିଯୋଗିତା ଅତ୍ୟନ୍ତ ଟପ୍‌ ଥିଲା। କାମ୍ବୋଡ଼ିଆ, ବ୍ରାଜିଲ, ଫ୍ରାନ୍ସ, ଫିଲିପାଇନ୍ସ, ନାଇଜେରିଆ ଦେଶର ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ତାଙ୍କୁ ଲଢ଼ିବାକୁ ପଡ଼ିଥିଲା। ତେବେ ନାଇଜେରିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷ ଫାଇଟ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା ବୋଲି ଚିନ୍ମୟୀ କହିଛନ୍ତି। ବିଶ୍ୱ ପ୍ରତିଯୋଗିତାରେ ଚିନ୍ମୟୀ ୨ଟି ସ୍ବର୍ଣ୍ଣ ପଦକ ପାଇଥିଲେ। ଏଥିରୁ ଗୋଟିଏ ଥିଲା ୬୦ ବର୍ଷରୁ କମ୍‌ ବର୍ଗ ବ୍ୟକ୍ତିଗତ ଫାଇଟ୍‌ ଏବଂ ଅନ୍ୟଟି ଟିମ୍‌ ଫାଇଟ୍‌। ଏଥିରେ ଚିନ୍ମୟୀଙ୍କ ସମେତ ଭାରତ ପକ୍ଷରୁ ୩ ଜଣ ଅଂଶଗ୍ରହଣ କରିଥିଲେ। ଟିମ୍‌ ଫାଇଟ୍‌ ସମୟରେ ଟିମ୍‌ ଇଣ୍ଡିଆ ସମ୍ବୋଧନ ତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ଥିଲା। ଫାଇଟ୍‌ ପାଇଁ ଦେଶର ନାଁ ଡକା ଯାଉଥିବାବେଳେ ଯେଉଁ ରୋମାଞ୍ଚ ସୃଷ୍ଟି ହେଉଥିଲା ତାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଚିନ୍ମୟୀଙ୍କ ସହିତ ଆଇଟିବିପିର ବୈଶାଳୀ ଚକ୍ରବର୍ତ୍ତୀ ଓ ସିଆଇଏସ୍‌ଏଫ୍‌ର ଆଭା ସିଂ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।
ଆରମ୍ଭର କଥା
କ୍ୟାରିୟର ଆରମ୍ଭର କଥା ସମ୍ପର୍କରେ ଚିନ୍ମୟୀ କୁହନ୍ତି ଯେ, ”୨୦୧୪ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସେଲ୍ଫ ଡିଫେନ୍ସ (ଆତ୍ମରକ୍ଷା କୌଶଳ) ଆରମ୍ଭ ହେଲା। ମୁଁ ସେତେବେଳେ ଉତ୍କଳ କରାଟେ ସ୍କୁଲ ଆସି କୋଚ୍‌ ଡ. ହରିପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସେଲ୍ଫ ଡିଫେନ୍ସର ରିଆକ୍ଟ କୋର୍ସ କରିଥିଲି। ସେତେବେଳେ ଗ୍ରାଜୁଏଶନ କରୁଥିଲି। ସେଲ୍ଫ ଡିଫେନ୍ସ କରିବାପରେ ମୋତେ କରାଟେ ଭଲ ଲାଗିଥିଲା। ତେବେ ଏହି ଖେଳରେ ରାଜ୍ୟ କିମ୍ବା ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବି ବୋଲି କେବେ ଭାବି ନ ଥିଲି। କେବଳ ଫାଇଟିଂ ଶିଖିବି ବୋଲି ଆସିଥିଲି। ଏଇଠୁ ମୋ କରାଟେ ଯାତ୍ରା ଆରମ୍ଭ ହେଲା। ଏହାପରେ ରାଜ୍ୟ ପ୍ରତିଯୋଗିତା ଏବଂ ଜାତୀୟ ପ୍ରତିଯୋଗିତାରେ ପଦକ ପାଇଲି। ପ୍ରଦର୍ଶନକୁ ଦୃଷ୍ଟିରେ ରଖି ୨୦୨୧ରେ ମୋତେ ଓଡ଼ିଶା ପୋଲିସରେ ନିଯୁକ୍ତି ମିଳିଲା। ୨୦୨୨ରେ ଦିଲ୍ଲୀରେ ଅନୁଷ୍ଠିତ ପୋଲିସ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ପାଇବାପରେ ମୁଁ ଓ୍ବାଲର୍‌ଡ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲି। ଆକ୍ସନ ଫିଲ୍ମ ବହୁତ ପସନ୍ଦ ଥିବାରୁ ଫାଇଟିଂ ପ୍ରତି ଆଗ୍ରହ ଥିଲା, ମାତ୍ର ଫାଇଟିଂ ପ୍ରକୃତରେ କ’ଣ ମୋତେ ଜଣା ନ ଥିଲା। କିଛି ନୂଆ ଶିଖିବାର ଇଚ୍ଛା ଏବଂ ଫାଇଟ୍‌ କରିବାର ନିଶାରୁ ହିଁ ମୁଁ କରାଟେକୁ ଆସିଯାଇଥିଲି“।
କରାଟେ ଶୃଙ୍ଖଳା ଶିଖାଇଥାଏ
ମୁଁ କରାଟେରେ ଥିବାରୁ ବହୁତ ଖୁସି ଲାଗୁଛି। କାରଣ ଜଣେ ଝିଅର ସେଲ୍ଫ ଡିଫେନ୍ସ ପାଇଁ କରାଟେ ନିହାତି ଆବଶ୍ୟକ। ଶାରୀରିକଭାବେ ଫିଟ୍‌ ସହିତ ପୂରା ଫୋକସ ରହିଥାଏ। ମୁଁ ଯେଉଁ ପରିବେଶ (ଉତ୍କଳ କରାଟେ ସ୍କୁଲ)ରେ ଟ୍ରେନିଂ ନେଉଛି ସେଠାରେ ଶୃଙ୍ଖଳାକୁ ହିଁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ତେଣୁ କରାଟେ ଦ୍ୱାରା ପୂରା ଜୀବନ ଶୃଙ୍ଖଳିତ ହୋଇଯାଇଥାଏ ବୋଲି ନିଜ ଅନୁଭବରୁ ପ୍ରକାଶ କରିଛନ୍ତି ଚିନ୍ମୟୀ।
ଚର୍ଚ୍ଚିତ ୨୦୧୭: ୨୦୧୭ ରେ ଚିନ୍ମୟୀ ବହୁତ ଚର୍ଚ୍ଚାରେ ରହିଥିଲେ। ସେ ଉତ୍କଳ କରାଟେ ସ୍କୁଲରୁ ରାତି ୯ଟାରେ ଟ୍ରେନିଂ ସାରି ଫେରୁଥିବାବେଳେ ୩ ଜଣ ଲୁଟେରା ଆସି ତାଙ୍କ ସୁନା ଚେନ୍‌ ଓ ମୋବାଇଲ ଝାମ୍ପିନେଇ ପଳାଇ ଯାଉଥିଲେ। ସାହସୀ ଚିନ୍ମୟୀ ଡରି ନ ଯାଇ ସେମାନଙ୍କୁ ଫଲୋ କରି କିଛି ବାଟ ଯିବାପରେ ସେମାନଙ୍କ ସହ ଲଢ଼ିଥିଲେ। ଶେଷରେ ତାଙ୍କର ବିଜୟ ହୋଇଥିଲା ଏବଂ ସେ ନିଜ ଜିନିଷ ଫେରି ପାଇଥିଲେ। ଏହି ଘଟଣାରେ ତାଙ୍କୁ ସ୍ପେଶାଲ ପୋଲିସ ଆଓ୍ବାର୍ଡ ଦିଆ ଯାଇଥିଲା।
ସ୍ବପ୍ନ ସାକାର
ଓ୍ବାଲର୍‌ଡ ଗେମ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିବା ପରେ ଜାତୀୟ ସଙ୍ଗୀତ ବାଜିଥିଲା। ତାହା ଚିନ୍ମୟୀଙ୍କୁ ଅତ୍ୟନ୍ତ ରୋମାଞ୍ଚତ୍ତ କରିଥିଲା। ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବା ସବୁ କ୍ରୀଡ଼ାବିତ୍‌ଙ୍କର ଇଚ୍ଛା ଥାଏ। ତାହା ପୂରଣ ହୋଇଥିବାରୁ ସେ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି କହିଛନ୍ତି।
କୋଚ୍‌ଙ୍କୁ ଶ୍ରେୟ
ନିଜ ସଫଳତା ପାଇଁ କୋଚ୍‌ ହରିପ୍ରସାଦ ପଟ୍ଟନାୟକଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ଚିନ୍ମୟୀ। ”କୋଚ୍‌ ମୋତେ ଜଣେ ଭଲ ମଣିଷଭାବେ ଗଢ଼ିଛନ୍ତି। ମୁଁ ଖୁସିରେ ଫାଇଟିଂ ଶିଖିବାକୁ ଆସିଥିଲି। ମାତ୍ର ସେ ମୋତେ ଜଣେ ସଫଳ ଆଥଲେଟ୍‌ରେ ପରିଣତ କରିଛନ୍ତି। ତାଙ୍କ ପ୍ରଶିକ୍ଷଣ ଯୋଗୁ ମୁଁ ଓ୍ବାଲର୍‌ଡ ଗେମ୍ସରେ ପ୍ରତଦ୍ୱନ୍ଦ୍ୱିତା କରିବା ସମ୍ଭବ ହୋଇଛି। ଓଡ଼ିଶା ପୋଲିସକୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହିଁବି। କାରଣ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥିବାରୁ ମୁଁ କାନାଡ଼ା ଯାଇ ବିଶ୍ୱ ପୋଲିସ କ୍ରୀଡ଼ାରେ ଭାଗ ନେଇପାରିଲି“ ବୋଲି ଚିନ୍ମୟୀ ପ୍ରକାଶ କରିଛନ୍ତି।

-ପ୍ରସ୍ତୁତି: ତପନ ସ୍ବାଇଁ

ଫଟୋ: ବିକାଶ ରଞ୍ଜନ ନାୟକ

 


Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?