Posted inଜାତୀୟ

ଶିନ୍ଦେ ଗୋଷ୍ଠୀ ନେତାଙ୍କ ବିବାଦୀୟ ବୟାନ, ଅଜିତ ପାଓ୍ବାରଙ୍କ ପାଖରେ ବସିଲେ ମୋତେ ବାନ୍ତି ଲାଗେ…

ମୁମ୍ବାଇ,୩୦।୮: ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି। ମହାୟୁତି ବିଧାନସଭା ନିର୍ବାଚନକୁ ନେଇ ଅଣ୍ଟା ଭିଡିଥିବାବେଳେ ଅଜିତ ପାଓ୍ବାରଙ୍କ କିଛି ବୟାନ ଏବେ ମେଣ୍ଟର ମୁଣ୍ଡବିନ୍ଧାର କାରଣ ସାଜିଛି। ଅଜିତଙ୍କ ଦଳ ବିରୋଧୀ ବୟାନ ଏବେ ଭାଜପାର ଟେନଶନ ବଢାଇଛି। ଗୁରୁବାର ଅଜିତ ପାଓ୍ବାର ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ଭାଙ୍ଗିବା ଘଟଣାରେ ମୌନ ବିରୋଧ ପ୍ରଦର୍ଶନ କରିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ଏପରିକି ଦଳର ଅନ୍ତଃ କନ୍ଦଳ ପଦାରେ ପଡିଥିଲା।

ତେବେ ଶୁକବ୍ରାର ଏକନାଥ ଶିନ୍ଦେଙ୍କ ଗୋଷ୍ଠୀ ଶିବସେନାର ଜଣେ ନେତା ଏପରି କିଛି ବୟାନ ନେଇଛନ୍ତି ଯାହା ପୁରା ମହାୟୁତି ମେଣ୍ଟରେ କମ୍ପନ ସୃଷ୍ଟି ହୋଇଛି। ଶିବସେନା ନେତା ତାନାଜୀ ସାଓ୍ବନ୍ତ କହିଛନ୍ତି, ଅଜିତଙ୍କ ପାଖରେ ବସିଲେ ମୋତେ ବାନ୍ତି ଲାଗେ।
ସାଓ୍ବନ୍ତ ଏପରି କିଛି ବିବାଦୀୟ ବୟାନ ଦେଇଛନ୍ତି ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି। ସେ କହିଛନ୍ତି, ମୁଁ କେବେ ଏନସିପି ସହ ସହମତି ନ ଥିଲି। ଏନସିପି କୋଳରେ କିମ୍ବା ପାଖରେ ବସିଲେ ମୋତେ ବାନ୍ତି ଲାଗେ। ସେ ଏପରି ବୟାନ ଦେଇ ଏନସିପି ସହ ତାଙ୍କ ସମ୍ପର୍କକୁ ଖୋଲାଖୋଲି ପଦାରେ ପକାଇଛନ୍ତି।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ମୁଁ ଜଣେ ଶିବ ସୈନିକ ଅଟେ। ଆମ ଜୀବନକାଳ ମଧ୍ୟରେ ଆମେ କେବେ ବି କଂଗ୍ରେସ କି ଏନସିପି ସହ ମେଣ୍ଟ କରିନାହୁଁ। ଏହା ଆଲର୍ଜି ପ୍ରଭାବ ଭଳି ଲାଗେ। ଯାହାଦ୍ୱାରା ନିଜକୁ ଅସହଜ କିମ୍ବା ବାନ୍ତି କଲାଭଳି ପ୍ରତୀତ ହୁଏ। ଆମ ବିଚାରଧାରା ସମ୍ପୂର୍ଣ୍ଣ ଭିନ୍ନ ତେଣୁ ସେମାନଙ୍କ ସହ ମେଣ୍ଟ କରିବା ସମ୍ଭବ ହୁଏନାହିଁ।

ସେ ଆହୁରି କହିଛନ୍ତି, ଯେତେବେଳେ କ୍ୟାବିନେଟ ବୈଠକ ହୁଏ, ସରିବା ପରେ ମୁଁ ତୁରନ୍ତ ବାହାରକୁ ଆସିଯାଏ କାରଣ ମୋତେ ବାନ୍ତି ଲାଗେ। ବାନ୍ତି ଏମିତି ଲାଗେ ବରଦାସ୍ତ କରିପାରେନି। ତେବେ ସାଓ୍ବନ୍ତଙ୍କ ଏହି ଟିପ୍ପଣୀ ଏବେ ମହାୟୁତିରେ ଝଡ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଛତ୍ରପୁର, ୨୧।୬ (ଦିଲ୍ଲୀପ ସାମଲ): ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ।ଭାରତୀୟ ଯୋଗ ସଂସ୍ଥାନ, ଏହି ଉପଲକ୍ଷେ ନୂଆଦିଲ୍ଲୀ ଛତ୍ରପୁର ଶାଖା ପକ୍ଷରୁ ସ୍ଥାନୀୟ ଷ୍ଟାଡିଅମ ପରିସରସ୍ଥ…

ବିପଦସଙ୍କୁଳ ବାଉଁଶ ଚାରା ଭରସାରେ ହଜାର ହଜାର ଲୋକ; ଧାମନଗରଦଶରଥପୁର ବୈତରଣୀ ସେତୁ ଏବେ ବି ଅଧପନ୍ତରିଆ

ତିହିଡ଼ି,୨୧।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଓ ଯାଜପୁର ଜିଲାର ଦଶରଥପୁର ବ୍ଲକର ସମେତ ପଡୋଶୀ ତିହିଡି ବ୍ଲକର ସାଧାରଣ ଲୋକଙ୍କ ଦୀର୍ଘଦିନର ସ୍ବପ୍ନ ଥିଲା…

‘ଇଟାଲୀର ଲୋକପ୍ରିୟତା ଆମେରିକା ସହିତ ସମ୍ପର୍କ ଉପରେ ନିର୍ଭର କରେ ନାହିଁ’: ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ

ରୋମ,୨୧।୬: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଆଜି, ଶନିବାର, ଟ୍ରମ୍ପ ପୁଣି ଥରେ ମେଲୋନିଙ୍କ…

ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପ୍ରାଇମ ଡେ’ର ୧୦ମ ସଂସ୍କରଣ

ଭୁବନେଶ୍ୱର,୨୧।୬: ଆସନ୍ତା ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରାଇମ ଡେ’-୨୦୨୬ର ୧୦ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହା ୪ ଜୁଲାଇ ରାତି ୧୨ଟାରୁ…

ମହାସଂଯୋଗ! ଆଜିଠୁ ଏହି ୫ଟି ରାଶିକୁ ମିଳିବ ଭାଗ୍ୟର ସାଥ୍‌, ଖୋଲିଯିବ ଉନ୍ନତିର ରାସ୍ତା

୨୧ ଜୁନ, ୨୧୨୬ ରେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ସପ୍ତମୀ ତିଥି ଏବଂ ରବିବାର ଦିନ ଅଟେ। ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ଏହା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ସାବଧାନ! ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ,୨୧।୬: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri