ଆଜିଠୁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା ଅଫିସ,୧୬।୬: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ବର୍ଷାଦିନ ଆରମ୍ଭ ହେଉଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ୪ ମାସ ଯାଏ ଶିମିଳିପାଳ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ଉତ୍ତର ଶିମିଳିପାଳର ଏସିଏଫ୍‌ ପ୍ରଦୀପ କୁମାର ଦେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ସାଧାରଣତଃ ପ୍ରତିବର୍ଷ ମୌସୁମୀ ଆଗମନ ପୂର୍ବରୁ ଶିମିଳିପାଳକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ। କାରଣ ବର୍ଷା ଦିନରେ ଶିମିଳିପାଳ ଅଭୟାରଣ୍ୟ ଭିତର ମାଟିରାସ୍ତା ଓ ପୋଲ ବିପଦପୂର୍ଣ୍ଣ ହୋଇଯାଏ। ବର୍ଷା କମିବା ପରେ ଆଭ୍ୟନ୍ତରୀଣ ରାସ୍ତା ଓ ପୋଲର ମରାମତି କରାଯାଇ ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଗେଟ୍‌ ଖୋଲାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କୁ ଘଣ୍ଟ ଘୋଡ଼ାଇଲେ କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୧୩ା୯: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କେବଳ ଗଣେଶ ପୂଜା ହେବ। କୌଣସି ଭୋଜି ହୋଇପାରିବ ନାହିଁ ବୋଲି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଥିଲା।...

ଫେକ୍‌ ଭୋଟରଙ୍କୁ ହଟାଇବା ଦାବି

ନୟାଗଡ଼,୧୯।୯(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାରେ ସ୍ଥାନୀତ ହୋଇଥିବା ୨୦ ହଜାର ଫେକ ଭୋଟରଙ୍କୁ ହଟାଇବା ପାଇଁ ନୟାଗଡ଼ର କେତେଜଣ ଭୋଟର ସୌମ୍ୟ...

କ୍ରଶର ବିରୋଧରେ ମେଳି

ଢେଙ୍କାନାଳ ଅଫିସ, ୨୫।୪: ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ପଞ୍ଚାୟତର କଷ୍ଟିପାଳ ଗ୍ରାମରେ ବେଆଇନ ଖଣି ଏବଂ କ୍ରଶର ବିରୋଧରେ ମେଳି ବାନ୍ଧିଛନ୍ତି ସ୍ଥାନୀୟ ଅଞ୍ଚଳର...

ଲୋକଙ୍କୁ ଚାଲାଣ, ପୋଲିସକୁ ମାଫ୍‌

ବ୍ରହ୍ମପୁର ଅଫିସ୍‌,୧।୩: ବ୍ରହ୍ମପୁର ସହରରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯାଇ ଟ୍ରିପଲ୍‌ ରାଇଡିଂ ଓ ମୋବାଇଲ୍‌ ଫୋନ୍‌ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଏଥିସହ...

ରାସ୍ତା ଦୁର୍ଘଟଣାରେ ମା’ ପୁଅଙ୍କ ମୃତ୍ୟୁ

ଲେଫ୍ରିପଡ଼ା,୧୯।୨(ଡି.ଏନ୍‌.ଏ.) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବର୍ତ୍ତନକେଲା ଛକଠାରେ ମଙ୍ଗଳବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌୍‌ ଭ୍ୟାନ ଗାଡ଼ି ଗୋଟିଏ ବାଇକ୍‌କୁ ଧକ୍କା...

ମା’ ଝାରି କୁଆଁଦେଈଙ୍କ ବାର୍ଷିକ ଯାତ୍ରା

ଛେଣ୍ଡିପଦା,୧୭।୪(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଚାଙ୍ଗୁଡ଼ିଆ ପଞ୍ଚାୟତ ବଡ଼ବେରେଣା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଝାରି କୁଅଁାଦେଈ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଛି। ପୀଠ...

ଅଦା ବୋଝେଇ ଟ୍ରକରେ ଗଞ୍ଜେଇ

ଜୟପୁର, ୧୫ା୭: ଏକ ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗୁରୁବାର ସଦରଥାନା ପୋଲିସ ହାତରେ ଧରାପଡିଛି। ଟ୍ରକ (ପିବି୬୫ ଭି-୪୪୫୬) ଯୋଗେ...

ଆନ୍ଦୋଳନ ଯୋଗୁ ୧.୪୭ କୋଟି କ୍ଷତି

ତାଳଚେର,୧୧ା୧୦(ନି.ପ୍ର.)- ସୋଲଡା ରୋଡ ସେଲ ପଏଣ୍ଟରୁ ଟ୍ରକ୍‌ରେ କୋଇଲା ପରିବହନ ଦାବି କରି ତାଳଚେର ବ୍ଲକ ଡଅଁରା ଗ୍ରାମବାସୀ ଓ ବଳରାମ ଟ୍ରକ୍‌ ଆସୋସିଏଶନ ପକ୍ଷରୁ...

Advertisement
Archives

Model This Week