ଶିଳ୍ପାଙ୍କ ପୁଅ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ଭିଡିଓ ଭାଇରାଲ

ମୁମ୍ବାଇ,୧୭।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପୁଅ ଭିଆନ କୁନ୍ଦ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଶିଳ୍ପାଙ୍କ ଫ୍ୟାନମାନେ ବେଶ୍‌ ପସନ୍ଦ କରିବା ସହ ପ୍ରଂଶସା ମଧ୍ୟ କରିଛନ୍ତି। ଭିଆନଙ୍କୁ ସଂସ୍କାରି ବୋଲି ମଧ୍ୟ କୁହାଯାଇଛି। ଭାଇରାଲ ହୋଇଥିବା ଭିଡିଓରେ ଶିଳ୍ପାଙ୍କ ମା’ ସୁନନ୍ଦା ସେଟ୍ଟୀଙ୍କ ଗୋଡ଼ ଭିଆନ ମସାଜ କରୁଥିବା ଦେଖିବାକୁ ମିଳିଛି। ଏଥିରେ ଭିଆନ ବହୁତ କ୍ୟୁଟ ଦେଖାଯାଉଛନ୍ତି। ସୂଚନାଯୋଗ୍ୟ, ଶନିବାର ରାମ ନବମୀ ଦିନ ଶିଳ୍ପା ତାଙ୍କ ମା’, ଭଉଣୀ ଓ ଭିଆନଙ୍କ ସହ ମୁମ୍ବାଇର ଇସ୍କନ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ଆସିବା ପରେ ଭିଆନ ତାଙ୍କ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ବେଳେ ଶିଳ୍ପା ତାଙ୍କର ଭିଡିଓ କରିଥିଲେ। ଭିଡିଓରେ ଶିଳ୍ପା କ’ଣ କରୁଛ ବୋଲି ତାଙ୍କୁ ପ୍ରଶ୍ନ କରିବାରୁ ସେ ଆଇଙ୍କ ଗୋଡ଼ ମସାଜ କରୁଛି ବୋଲି ଉତ୍ତର ଦେଇଥିଲେ। ଏହାପରେ ସୁନନ୍ଦା ଭିଆନଙ୍କ ମୁଣ୍ଡରେ ହାତ ରଖି ଆର୍ଶୀବାଦ ଦେଉଥିବା ନଜର ଆସିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ମଧ୍ୟ ଭିଆନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ବାହୁବଳୀ ଫେମ୍‌ ପ୍ରଭାସଙ୍କ ସେ ନକଲ କରିବା ପାଇଁ ଚେଷ୍ଟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍‌ କପୁରଙ୍କ ଶାକାହାରୀ ରହସ୍ୟ

ବଲିଉଡ୍‌ର ଶୋ’ ମ୍ୟାନ୍‌ ରାଜ କପୁର। କେବଳ ଜଣେ ଅଭିନେତା ନୁହନ୍ତି, ଜଣେ ପ୍ରଯୋଜକ, ନିର୍ଦ୍ଦେଶକ ଭାବରେ ତାଙ୍କର ବେଶ୍‌ ସୁଖ୍ୟାତି ରହିଛି। ତାଙ୍କ ପ୍ରଯୋଜିତ,...

ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ପ୍ରଖ୍ୟାତ ମଡେଲ ତଥା ବଲିଉଡ ଅଭିନେତ୍ରୀ ଲିଜା ହେଡେନ ପୁଣିଥରେ ମା’ ହେବାକୁ ଯାଉଛନ୍ତି। ଇନଷ୍ଟାଗ୍ରାମ ଜରିଆରେ ନିଜେ ଏହାର ଖୁଲାସା କରିଛନ୍ତି ଲିଜା। ଗର୍ଭବତୀ...

ଆମେରିକାରେ ରେକର୍ଡ ଭାଙ୍ଗିବ ‘ଜଓ୍ବାନ’

ମୁମ୍ବାଇ: କିଙ୍ଗ୍‌ଖାନ ଶାହାରୁଖ ୨୦୨୩ ବର୍ଷ ତାଙ୍କ ଫିଲ୍ମ ‘ପଠାନ’ରୁ ଆରମ୍ଭ କରିଥିଲେ। ଶାହାରୁଖଙ୍କ ଏହି ଫିଲ୍ମ ବ୍ଲକବଷ୍ଟର ପ୍ରମାଣିତ ହୋଇଛି। ଏବେ ଶାହାରୁଖଙ୍କ ‘ଜବାନ’...

କ୍ୟାଟ୍‌ଙ୍କୁ ଛାଡପତ୍ର ଦେବେ କି ଭିକି!

ମୁମ୍ବାଇ,୧୭।୫:ବଲିଉଡର ପ୍ରୋମିସଂଗ ଥଙ୍ଗ୍‌ ଭିକି କୌଶଲ ଲକ୍‌ଡାଉନ ପରେ ପୁଣି ବଡ ପରଦାକୁ ଫେରିଛନ୍ତି। ତେବେ ତାଙ୍କର ଦୁଇଟି ଫିଲ୍ମ ଓଟିଟିରେ ରିଲିଜ୍‌ ହୋଇଛି। ୩ବର୍ଷ...

‘ଦୟାକରି ମୋ’ ନାଁ ନିଅନ୍ତୁନି’

ମୁମ୍ବାଇ: କରଣ ଜୋହରଙ୍କ ଲୋକପ୍ରିୟ ଚାଟ୍‌ ଶୋ’ କଫି ଓ୍ବିଥ୍‌ କରଣ-୭ର ସିଜନ ଶେଷ ହୋଇଛି। ଏହି ଶୋ’ର ଶେଷ ଏପିସୋଡ୍‌ ଡିଜ୍‌ନି ପ୍ଲସ୍‌ ହଟଷ୍ଟାରରେ...

କାହା ସହ ଟାଇମ୍‌ ପାସ୍‌ କରିବାକୁ ଚାହୁଁନାହିଁ, କହିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ହସିନ ଦିଲ୍‌ରୁବା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାପସୀ ଏବେ ତାଙ୍କ ବିବାହ ଏବଂ ଜୀବନସାଥୀ...

ବଲିଉଡ୍‌ରେ ଏଣ୍ଟ୍ରି କରିବେ ନିକ୍‌!

ମୁମ୍ବାଇ: ବଲିଉଡ୍‌ର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍‌ ଜୋନାସ ଖୁବ୍‌ଶୀଘ୍ର ବଲିଉଡ୍‌ରେ ପ୍ରବେଶ କରିବେ । ନିକଟରେ ଏକ ସାକ୍ଷାତକାରରେ ନିକ୍‌ ବଲିଉଡ ଫିଲ୍ମର...

‘ମୁଁ ଜଣେ ଉପଯୁକ୍ତ ସ୍ବାମୀ ନୁହେଁ’

ମୁମ୍ବାଇ: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ ବଲିଉଡ୍‌ର ସୁପରହିଟ୍‌ ଯୋଡ଼ି ଭାବେ ପରିଚିତ। ଅନେକ ଦର୍ଶକ ତାଙ୍କ ଯୋଡିକୁ ପସନ୍ଦ କରିଥାନ୍ତି। ତେବେ ନିକଟରେ...

Advertisement
Archives

Model This Week