ଶିଳ୍ପାଙ୍କ ପୁଅ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ଭିଡିଓ ଭାଇରାଲ

ମୁମ୍ବାଇ,୧୭।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପୁଅ ଭିଆନ କୁନ୍ଦ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଶିଳ୍ପାଙ୍କ ଫ୍ୟାନମାନେ ବେଶ୍‌ ପସନ୍ଦ କରିବା ସହ ପ୍ରଂଶସା ମଧ୍ୟ କରିଛନ୍ତି। ଭିଆନଙ୍କୁ ସଂସ୍କାରି ବୋଲି ମଧ୍ୟ କୁହାଯାଇଛି। ଭାଇରାଲ ହୋଇଥିବା ଭିଡିଓରେ ଶିଳ୍ପାଙ୍କ ମା’ ସୁନନ୍ଦା ସେଟ୍ଟୀଙ୍କ ଗୋଡ଼ ଭିଆନ ମସାଜ କରୁଥିବା ଦେଖିବାକୁ ମିଳିଛି। ଏଥିରେ ଭିଆନ ବହୁତ କ୍ୟୁଟ ଦେଖାଯାଉଛନ୍ତି। ସୂଚନାଯୋଗ୍ୟ, ଶନିବାର ରାମ ନବମୀ ଦିନ ଶିଳ୍ପା ତାଙ୍କ ମା’, ଭଉଣୀ ଓ ଭିଆନଙ୍କ ସହ ମୁମ୍ବାଇର ଇସ୍କନ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ଆସିବା ପରେ ଭିଆନ ତାଙ୍କ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ବେଳେ ଶିଳ୍ପା ତାଙ୍କର ଭିଡିଓ କରିଥିଲେ। ଭିଡିଓରେ ଶିଳ୍ପା କ’ଣ କରୁଛ ବୋଲି ତାଙ୍କୁ ପ୍ରଶ୍ନ କରିବାରୁ ସେ ଆଇଙ୍କ ଗୋଡ଼ ମସାଜ କରୁଛି ବୋଲି ଉତ୍ତର ଦେଇଥିଲେ। ଏହାପରେ ସୁନନ୍ଦା ଭିଆନଙ୍କ ମୁଣ୍ଡରେ ହାତ ରଖି ଆର୍ଶୀବାଦ ଦେଉଥିବା ନଜର ଆସିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ମଧ୍ୟ ଭିଆନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ବାହୁବଳୀ ଫେମ୍‌ ପ୍ରଭାସଙ୍କ ସେ ନକଲ କରିବା ପାଇଁ ଚେଷ୍ଟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୧ ବର୍ଷରେ ପୁଣି ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ: ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଜେନିଫର ୱିଙ୍ଗେଟ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସିଙ୍ଗାପୁରର ବ୍ୟବସାୟୀ ୱିଲିୟମ ଇସମାଏଲଙ୍କୁ ସେ ଜୀବନସାଥୀ ଭାବେ ବାଛିଛନ୍ତି। ଜେନିଫରଙ୍କ…

ଅଗଷ୍ଟ ୨୮ରେ ରିଲିଜ ହେବନାହିଁ Shraddha Kapoorଙ୍କର ‘ଇଥା’!

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ନିଜର ଆଗାମୀ ଫିଲ୍ମ ‘ଇଥା’କୁ ନେଇ ଚର୍ଚ୍ଚାରେ। ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟିଜର ସୋସିଆଲ ମିଡିଆରେ ବେଶ…

ପ୍ରେମରେ ଉବୁଟୁବୁ ଶେହନାଜ: କହୁ କହୁ କହିଦେଲେ…

ଆଜିକାଲି ପ୍ରେମରେ ଉବୁଟୁବୁ ହେଉଛନ୍ତି ଅଭିନେତ୍ରୀ ଶେହନାଜ ଗିଲ। ସିଦ୍ଧାର୍ଥ ଶୁକ୍ଲାଙ୍କ ଯିବା ପରେ ଶେହନାଜ ଏବେ ଅଭିନେତା ରାଘବ ଜୁୟାଲଙ୍କ ପ୍ରେମରେ ପଡ଼ିଛନ୍ତି। ଏହାକୁ ନେଇ…

୧ ବିଲିୟନ ଡଲାର କ୍ଲବରେ ‘ମାଇକେଲ୍‌’

ଲସ୍‌ ଆଞ୍ଜେଲସ୍‌, ୧୪।୭: କିଙ୍ଗ୍‌ ଅଫ୍‌ ପପ୍‌ ଭାବେ ପରିଚିତ ମାଇକେଲ୍‌ ଜ୍ୟାକସନ୍‌ଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ୍‌’ ବିଶ୍ୱ ବକ୍ସ ଅଫିସରେ ନୂଆ ରେକର୍ଡ…

ଗୌରୀଙ୍କ ସହ ବିବାହର ୧୦ ଦିନ ଭିତରେ ଗୁଡ୍‌ନ୍ୟୁଜ୍‌ ଦେଲେ ଆମିର, ଖବର ଶୁଣି ସମସ୍ତେ ଚକିତ

ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନ ଗତ ଜୁଲାଇ ୫ ତାରିଖରେ ନିଜ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟ୍‌ଙ୍କୁ ବିବାହ କରିଛନ୍ତି। ବିବାହ ପରେ ଏହି ନବଦମ୍ପତି ନିଜ…

‘ଜୁରାସିକ୍‌ ପାର୍କ’ ଅଭିନେତା ସାମ୍‌ ନିଲ୍‌ଙ୍କ ପରଲୋକ

ଓ୍ବେଲିଙ୍ଗଟନ, ୧୪।୭: ହଲିଉଡ୍‌ର ଅଲଟାଇମ୍‌ ସୁପରହିଟ ଫିଲ୍ମ ‘ଜୁରାସିକ୍‌ ପାର୍କ’ ଏବଂ ‘ଦି ପିଆନୋ’ ପାଇଁ ବିଶ୍ୱପ୍ରସିଦ୍ଧ ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ ଅଭିନେତା ସାମ୍‌ ନିଲ୍‌ଙ୍କର ୭୮ବର୍ଷ ବୟସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri