ମନର ଯନ୍ତ୍ରଣା ବଖାଣିଲେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ବ୍ୟବସାୟୀ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ଦୂର ହେବାର ନାଁ ନେଉନାହିଁ। ଏବେ ଉଭୟଙ୍କ ନାଁରେ ଠକେଇ ଅଭିଯୋଗ ଆସିଛି। ମୁମ୍ବାଇର ଜଣେ ବ୍ୟବସାୟୀ ନୀତିନ ବରଇ ଶିଳ୍ପା ତାଙ୍କ ସ୍ବାମୀ ରାଜ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ଦେଢ କୋଟି ଟଙ୍କାର ଠକେଇ ମାମଲା ରୁଜୁ ହୋଇଛି। ଉଭୟଙ୍କ ନାଁରେ ବାନ୍ଦ୍ରା ପୋଲିସ ଷ୍ଟେଶନରେ ଦେଢ କୋଟି ଟଙ୍କା ହଡପ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ପଚରାଉଚରା କରିବାକୁ ସଜବାଜ ହେଉଛି।
ଏଭଳି ଅଭିଯୋଗ ଆସିବା ପରେ ଶିଳ୍ପା ଏଫଆଇଆର୍‌ ସମ୍ବନ୍ଧରେ ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି ଏବଂ ଆଇନର ଆଭିମୁଖ୍ୟରେ ତାଙ୍କ ନାଗରିକ ଅଧିକାରର ସୁରକ୍ଷା ପାଇଁ ସର୍ବସାଧାରଣରେ ଆବେଦନ କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆରେ ଏକ ନୋଟ ଶେୟାର କରିଥିଲେ। ସେ ଲେଖିଛନ୍ତି, ମୁଁ ସକାଳେ ଉଠିବା ମାତ୍ରେ ଏଫଆଇଆରରେ ନିଜ ଏବଂ ରାଜଙ୍କ ନାମ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ମୁଁ କାହାଠୁ ଟଙ୍କାଟେ ବି ଆଣିନି। ମୁଁ ଆଜି ଯେଉଁ ସ୍ଥାନରେ ଅଛି, ତାହା ମୋର ଗତ ୨୮ ବର୍ଷର ପରିଶ୍ରମର ଫଳ। ହେଲେ ଏବେ ମୋ ନାଁକୁ ବଦନାମ କରାଯାଉଛି । ମୋ ମାନ, ସମ୍ମାନକୁ ଦଳିଚକଟି ନଷ୍ଟ କରାଯାଉଛି, ଫଳରେ ମୋ ପ୍ରତିଷ୍ଠା ଉପରେ ଆଞ୍ଚ ଆସୁଛି। ଏହା ମୋତେ ଖୁବ କଷ୍ଟ ଦେଉଛି ବୋଲି ଶିଳ୍ପା କହିଛନ୍ତି।
ଅଶ୍ଳୀଳ ଭିଡିଓ ତିଆରି କରୁଥିବା ମାମଲାରେ ରାଜ କୁନ୍ଦ୍ରା ଦୀର୍ଘ ଦିନ ଜେଲ୍ରେ ରହି ଫେରିବା ପରେ କିଛି ଦିନ ପୂର୍ବେ ବାହାରକୁ ଆସିଛନ୍ତି। ଏହାମଦ୍ୟରେ ସେ ସୋଶାଲ ମିଡିଆରୁ ଦୂରେଇ ଯାଇଥିବା ବେଳେ ଇନଷ୍ଟା, ଟୁଇଟରରୁ ନିଜ ଆକାଉଣ୍ଟ ଡିଲିଟ କରି ଦେଇଥିଲେ। ଉଭୟ ରାଜ ଓ ଶିଳ୍ପା ଦେବୀ ଦର୍ଶନ ପାଇଁ ହିମାଚଳ ପ୍ରଦେଶ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ସର୍ବ ସମ୍ମୁଖରେ ବିଜୟ ଦେବାକୋଣ୍ଡାଙ୍କୁ ‘ଡାର୍ଲିଂ’ ବୋଲି ଡାକିଲେ ରଶ୍ମିକା

ଚେନ୍ନାଇ:ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତା ବିଜୟ ଦେବରକୋଣ୍ଡା ସେମାନଙ୍କ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ଯଦିଓ ଉଭୟ ନିଜ ରିଲେସନଶିପକୁ ନିଶ୍ଚିତ...

ରିଲିଜ ହେଲା ଫିଲ୍ମ ‘କ୍ରୁ’: ଦମ୍‌ ଦେଖାଇଲେ ଏହି ୩ ଅଭିନେତ୍ରୀ

ମୁମ୍ବାଇ: କିଛି ବର୍ଷ ହେଲା ବଲିଉଡ୍‌ ଅଭିନେତ୍ରୀମାନେ ଫିଲ୍ମରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି। ଏବେ ଫିଲ୍ମଗୁଡ଼ିକରେ ଆକ୍ସନ କେବଳ ହିରୋଙ୍କ କାନ୍ଧରେ ନୁହେଁ ବରଂ ଏହାର...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଅନୁଷ୍କାଙ୍କ ସ୍ମାଇଲ୍‌

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା କିଛିଦିନର ବ୍ୟବଧାନ ପରେ ପୁଣି ଇନ୍‌ଷ୍ଟାଗ୍ରାମକୁ ଫେରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ଲଣ୍ଡନରେ ଥାଇ ନବଜାତ ପୁତ୍ର ଅକାୟଙ୍କ ଯତ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri