୨ ହହଜାର ଟଙ୍କିଆ ନୋଟ୍‌ ବଦଳାଇବାକୁ ସାଧାରଣ ଲୋକଙ୍କୁ ଢାଲ

ଭୁବନେଶ୍ୱର,୩୧।୧୦(ସତ୍ୟଜିତ୍‌ ରାଉତ):୨ ହଜାର ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର କରିବା ପାଇଁ ମେ’୧୯ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନିଷ୍ପତ୍ତି ନେଇଥିଲା। ଏହି ବଡ଼ ନୋଟ୍‌କୁ ମେ’୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ଦେଇ ଅନ୍ୟ ନୋଟ୍‌ଗୁଡ଼ିକୁ ନିଆଯାଇପାରିବ ବୋଲି କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ସମୟସୀମା ଅକ୍ଟୋବର ୭ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ଅକ୍ଟୋବର ୮ରୁ ଲୋକମାନେ କେବଳ ଆର୍‌ବିଆଇର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟରେ ହିଁ ଏହି ନୋଟ୍‌କୁ ବଦଳାଇପାରିବାର ଗାଇଡ୍‌ଲାଇନ୍‌ ରହିଛି। ଜଣେ ବ୍ୟକ୍ତି ୧୦ ଖଣ୍ଡ ନୋଟ୍‌ ଅର୍ଥାତ୍‌ ୨୦ ହଜାର ଟଙ୍କା ବଦଳାଇପାରିବେ। ତେବେ ୫ ମାସ ପରେ ଲୋକଙ୍କ ପାଖରେ ବିପୁଳ ୨ହଜାରିଆ ନୋଟ୍‌ ଗଚ୍ଛିତ ରହିଥିବାରୁ ଏବେ ଭୁବନେଶ୍ୱରସ୍ଥିତ ଆର୍‌ବିଆଇର ଆଞ୍ଚଳିକ କାର୍ଯ୍ୟାଳୟରେ ପ୍ରବଳ ଭିଡ଼ ହେଉଛି। ଗତ ଦୁଇ ସପ୍ତାହରୁ ଅଧିକ ହେବ ଲମ୍ବା ଧାଡ଼ି ଲାଗୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ଆର୍‌ବିଆଇ ଅଧିକାରୀମାନେ ଚିନ୍ତାରେ ପଡ଼ିଥିବାବେଳେ ଏହାକୁ ନେଇ ମଧ୍ୟ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ଉକ୍ତ ଟଙ୍କାଗୁଡିକୁ ବେଆଇନ ଭାବେ ଗଚ୍ଛିତ ରଖିଥିବା ଶିଳ୍ପପତି, ରାଜନେତା, ବିଲ୍ଡର ଓ ଅପରାଧୀମାନେ ବଦଳାଇବାକୁ ସାଧାରଣ ଲୋକଙ୍କୁ ଲଗାଉଥିବା କୁହାଯାଉଛି। ଏଥିରେ ଏକାଧିକ ର଼୍ୟାକେଟ ଲାଗିଥିବା ମଧ୍ୟ ସନ୍ଦେହ କରାଯାଉଛି। ଏଥିପାଇଁ ଗାଁରୁ ରାଜଧାନୀକୁ ଲୋକଙ୍କୁ ଗାଡିରେ ବୁହାଯାଉଛି। ଏପରିକି ଭୁବନେଶ୍ୱରର ବସ୍ତି ଲୋକଙ୍କୁ ମଧ୍ୟ ଏଥିରେ ନିୟୋଜିତ କରାଯାଉଥିବା ସୂଚନା ମିଳିଛି। ତେବେ ପଚରାଉଚରାବେଳେ ବହୁ ଲୋକ ମୁହଁ ଖୋଲୁ ନ ଥିବାରୁ ଓ ଗଣମାଧ୍ୟମକୁ ଦେଖିଲେ ଆକ୍ରମଣାତ୍ମକ ହେଉଥିବାରୁ ଏଭଳି ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଛି।
ସୋମବାର ମଧ୍ୟ ଆର୍‌ବିଆଇ ସାମ୍ନାରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ହେଲେ ଦିନ ପ୍ରାୟ ୨ଟାରେ ଆର୍‌ବିଆଇ ମଧ୍ୟକୁ ଏହି ନୋଟ ବଦଳାଇବାକୁ ଲୋକଙ୍କୁ ପ୍ରବେଶ କରାଯାଇ ନ ଥିଲା। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଗଞ୍ଜାମ ଜିଲାର ଥିଲେ। ଅନ୍ୟପକ୍ଷରେ ଆର୍‌ବିଆଇ ସାମ୍ନା ରାସ୍ତାର ପାର୍ଶ୍ୱରେ ଜଣେ ଲୋକ ୫ଶହ ଟଙ୍କିଆ ନୋଟ ଦେଇ କିଛି ଲୋକଙ୍କଠାରୁ ୨ ହଜାରିଆ ନୋଟ ନେଉଥିବା ଦେଖିବାକୁ ମିଳିଥିଲା। ହେଲେ ଏହା ଉପରେ ପୋଲିସ, ପ୍ରଶାସନ ଅବା କୌଣସି ତଦନ୍ତକାରୀ ସଂସ୍ଥାର କାହାର ନଜର ନାହିଁ। ଆର୍‌ବିଆଇରେ କାର୍ଯ୍ୟରତ ଜଣେ କର୍ମଚାରୀ କହିଛନ୍ତି, ମେ ୨୩ରୁ ଏହି ନୋଟ ବଦଳାଇବାକୁ ଆର୍‌ବିଆଇରେ ଭିଡ଼ ହେଉ ନ ଥିଲା। ଗତ ୧୫ଦିନ ହେଲା ଏହିଭଳି ଭିଡ଼ ଦେଖିବାକୁ ମିଳୁଛି। ଏସବୁ ଲୋକଙ୍କୁ ନେତା, ମନ୍ତ୍ରୀ ଓ ବ୍ୟବସାୟୀମାନେ ବ୍ୟବହାର କରୁଛନ୍ତି। ବଡ଼ବଡ଼ିଆଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ୨ ହଜାରିଆ ନୋଟଥିବାବେଳେ ସେମାନେ ଏସବୁ ନୋଟ୍‌କୁ ବଦଳାଇ ପାରୁନାହାନ୍ତି। ତେଣୁ ସାଧାରଣ ଲୋକଙ୍କୁ କିଛି ଟଙ୍କାର ଲୋଭ ଦେଖାଇ ୨ ହଜାରିଆ ନୋଟ ବଦଳାଇବାକୁ ବାଧ୍ୟ କରାଯାଉଥାଇପାରେ ବୋଲି ଅଧିକାରୀ ଜଣକ କହିଛନ୍ତି। ଗଞ୍ଜାମ ଖଲ୍ଲିକୋଟରୁ ଆସିଥିବା ରବୀନ୍ଦ୍ର କୁମାର ସ୍ବାଇଁ କହିଛନ୍ତି, କିଛି ୨ ହଜାରିଆ ନୋଟ ବଦଳାଇବାକୁ ଆସି ଫେରିବାକୁ ପଡ଼ୁଛି। ଏହି ଭିଡ଼ ହେଉଥିବାରୁ ଆର୍‌ବିଆଇ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି କହିଛନ୍ତି। ଆଉ କେତେଜଣ ନୋଟ୍‌ ବଦଳାଇବାକୁ ଭୁବନେଶ୍ୱରରେ କିଛିଦିନ ହେବ ରହିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri