ମନୋଜଙ୍କ ଉପରୁ ବାସନ୍ଦ ଉଠିବନି

ଭୁବନେଶ୍ୱର, ୩୧।୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦକୁ ନେଇ ଓଲିଉଡ଼ରେ ବଢୁଥିବା ବିବାଦ ସମାଧାନର କୌଣସି ବାଟ ବାହାରିପାରୁନି। ଆଲୋଚନା ବଦଳରେ କେବଳ ବୟାନବାଜି ଚାଲୁଥିବାରୁ ସ୍ଥିତି ଆହୁରି ବିଗିଡି ଯାଉଛି। ଏପରିସ୍ଥିତିରେ ସୋମବାର କୋଶଲ ରାଏଜ୍‌ ମିଲିତ୍‌ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ୧୫ ତାରିଖ କୋଶଳ ମହାବନ୍ଦ ଡାକରା ଦିଆଯାଇଛି। ଏପଟେ ୩ଜଣ ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, ଏନ୍‌. ଜି. ରେଡ୍ଡୀ ଓ ରବୀନ୍ଦ୍ର ପଣ୍ଡା ଭୁବନେଶ୍ୱରରେ ଖବରଦାତା ସମ୍ମିଳନୀ କରି ମନୋଜଙ୍କ ଆଭିମୁଖ୍ୟ ସମ୍ପର୍କରେ କହିବା ସହ ତାଙ୍କ ଉପରୁ ବାସନ୍ଦ ଉଠିବନି ବୋଲି ସ୍ପଷ୍ଟ କରିଛନ୍ତି।
କହିଛନ୍ତି, ଅରିନ୍ଦମଙ୍କ ପ୍ରଯୋଜନାରେ ତିଆରି ହୋଇଥିବା ‘ରାମ୍‌’କୁ ସମ୍ବଲପୁରରେ ରିଲିଜ୍‌ କରିବାକୁ ଦିଆଗଲା ନାହିଁ। ଏନେଇ ଅରିନ୍ଦମ କହିବା ପରେ ପ୍ରଯୋଜକମାନେ ଏକାଠି ହୋଇଥିଲୁ। ବୈଠକ ବସିଥିବାବେଳେ ମନୋଜ ମିଶ୍ରଙ୍କୁ ଫୋନ୍‌ କରାଯାଇଥିଲା। ଫୋନ୍‌ ରିସିଭ୍‌ କରି ସେ କହିଥିଲେ, ଫିଲ୍ମରୁ ଜିତୁ ମଙ୍ଗରାଜଙ୍କ ସିନ୍‌ କାଢ଼ି ପାରିବ କି? ତା’ସିନ୍‌ କାଢ଼ିଲେ, ଏ ଅଞ୍ଚଳରେ ଫିଲ୍ମ ଚାଲିବ। ତାଙ୍କର ଏସବୁ କଥା ଆମେ ଶୁଣିବା ପରେ ତାଙ୍କୁ ୨ବର୍ଷ ବାସନ୍ଦ ପାଇଁ ଉତ୍କଳ ସିନେ ଚାମ୍ବର୍ସ ଅଫ୍‌ କମର୍ସ (ୟୁସିସିସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ବିବାଦ ବଢ଼ିବା ପରେ ସମାଧାନ ପାଇଁ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତା ଅନୁଭବ ମହାନ୍ତି, ପରେ ବାବୁଶାନ୍‌ ମହାନ୍ତି ଓ ଅରିନ୍ଦମ ମଧ୍ୟ ନିବେଦନ କରିଥିଲେ। ହେଲେ ଆଲୋଚନାକୁ ମନୋଜ ଆସିଲେ ନାହିଁ। ଭିଡିଓ ଜାରି କରି କହିଲେ, ମୁଁ ଯିବିନି। ଯଦି ସେ ଆସିବେନି, ବସିବେନି, କଥାହେବେନି- ତା’ହେଲେ ସମାଧାନ ହେବ କେମିତି? ଏଥିରୁ ଜଣାପଡ଼ୁଛି ମନୋଜ ସମସ୍ୟା ସମାଧାନ କରିବାକୁ ଚାହୁଁନାହାନ୍ତି। କଥା ହେବା ପରିବର୍ତ୍ତେ ଭିଡିଓ ଛାଡୁଛନ୍ତି। ସେହିପରି ‘ଚାମ୍ପିଅନ୍‌’ ଫିଲ୍ମରେ ମନୋଜ ଅଭିନୟ କରିଥିଲେ। ସେହି ଫିଲ୍ମର ପ୍ରଯୋଜନା କରିଥିଲେ ଦୀପ୍ତି ରେଡ୍ଡୀ। ସେହି ଫିଲ୍ମ ପାଇଁ ମନୋଜ ପୁରସ୍କୃତ ହୋଇଥିଲେ। ତା’ହେଲେ ସେ କେଉଁ ଓଡ଼ିଶାରେ? ଆମର ଏଠି ଗୋଟିଏ ସରକାର। ରାଜ୍ୟ ଗୋଟିଏ, ଭାଷା ଗୋଟିଏ। ଆମେ ସମସ୍ତଙ୍କୁ ସମ୍ମାନ ଦେଉଛୁ। ପଶ୍ଚିମ ଓଡ଼ିଶା, ପୂର୍ବ ଓଡ଼ିଶା କହିବା ମନୋଜ ହିଁ ଆରମ୍ଭ କଲେ। ଆମେ ତାଙ୍କ ଉପରୁ ବ୍ୟାନ୍‌ ଉଠାଇବୁନି। ଆମେ ତାଙ୍କୁ ବ୍ୟାନ୍‌ କରୁଛୁ, ତାଙ୍କ ଫିଲ୍ମକୁ ନୁହଁ ବୋଲି ପ୍ରଯୋଜକମାନେ କହିଛନ୍ତି।

ପୁଣି ସମାଧାନ ପାଇଁ ଅନୁରୋଧ କଲେ ଅରିନ୍ଦମ୍‌

ଅରିନ୍ଦମ ରାୟ ରବିବାର ଖବରଦାତା ସମ୍ମିଳନୀରେ ସମାଧାନ ପାଇଁ ପ୍ରସ୍ତାବ ରଖିବା ସହ ପୁଣି ସୋମବାର ଫେସ୍‌ବୁକ୍‌ରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଉକ୍ତ ପୋଷ୍ଟରେ ବିବାଦର ଅବସାନ ଘଟାଇବାକୁ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି ଅରିନ୍ଦମ। ସେ ଲେଖିଛନ୍ତି, ତୁମ ସହ ସମାଧାନ ଲାଗି ମୁଁ ପ୍ରୟାସ କରିଛି। ହେଲେ, ମନୋଜ ଭାଇ ଆପଣ କୌଣସି ପଦକ୍ଷେପ ନେଉନାହାନ୍ତି। ଆପଣ ମୋ ଫିଲ୍ମ ‘ରାମ’କୁ ବ୍ୟାନ୍‌ କରିନାହାନ୍ତି କହିଛନ୍ତି। ମାତ୍ର ଭିଡିଓରେ ପ୍ରତିବାଦକାରୀ ଆପଣଙ୍କ ନାଁ ନେଇଛନ୍ତି। ଦୟାକରି ଆସନ୍ତା ୧୫ ବନ୍ଦ ଡାକରାକୁ ଆପଣ ସମର୍ଥନ କରନ୍ତୁନି। ଆମେ ଏକ, ଆମ ରାଜ୍ୟ ଓଡ଼ିଶା ଏକ। କୌଣସି ଫିଲ୍ମ ରାଜ୍ୟଠାରୁ ଉପରେ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri