
ଥୁଆମୂଳ ରାମପୁର,୧୯ା୨ (ଦୁର୍ଗା କୀର୍ତ୍ତି): ସାମଗ୍ରୀ ଚୋରି ନେଇ ଥୁଆମୂଳ ରାମପୁର ବ୍ଲକର ୪ ଏସ୍ଏଚ୍ଜି ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗକ୍ରମେ ବ୍ଲକର ନବରନ୍ନ ଏସ୍ଏଚ୍ଜି, ମା’ ବନଦୁର୍ଗା, ବିଶ୍ବ ଆଦିଶକ୍ତି, ବିଶ୍ବ ମା’ ମାଣିଶ୍ବରୀ ଗୋଷ୍ଠୀର ମହିଳା ମିଳିତ ଭାବେ କଫି ଚାରା ଉତ୍ପାଦନ କାର୍ଯ୍ୟରେ ବ୍ୟବହାର ପାଇଁ ଲୁହା ଖମ୍ବ, ତାର ଜାଲି ଓ ବିଦ୍ୟୁତ୍ ତାର ଆଦି ୪ଲକ୍ଷ ଟଙ୍କାର ସାମଗ୍ରୀ କିଣିଥିଲେ। ହେଲେ ଗତ ୧୭ତାରିଖ ରାତିରେ ଏସବୁ ସାମଗ୍ରୀ କେହି ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ଏ ନେଇ ସେମାନେ ଥୁଆମୁଳ ରାମପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।