Posted inଖେଳ

ଭାରତୀୟ ଦଳରେ ଓଡ଼ିଶାର ଆଶିଷ

ଭୁବନେଶ୍ୱର, ୧୩।୮(କ୍ରୀଡ଼ା ପ୍ରତିନିଧି): ଇରାନର ତେହେରାନଠାରେ ୧୪ତମ ୧୮ ବର୍ଷରୁ କମ୍‌ ଏସିଆନ ପୁରୁଷ ଭଲିବଲ ଚାମ୍ପିୟନଶିପ୍‌ ଚଳିତ ମାସ ୧୫ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଶୁକ୍ରବାର ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ଆଶିଷ କୁମାର ସ୍ବାଇଁ ସ୍ଥାନ ପାଇଛନ୍ତି। ମନୋନୀତ ୧୨ ଖେଳାଳି ଓ ୪ ଅଫିସିଆଲ୍‌ ତେହେରାନ ଯାତ୍ରା କରିଛନ୍ତି। ଭଲିବଲ ଫେଡେରେଶନ ଅଫ୍‌ ଇଣ୍ଡିଆ (ଭିଏଫ୍‌ଆଇ) ପକ୍ଷରୁ ଓଡ଼ିଶା ଭଲିବଲ ଆସୋସିଏଶନକୁ ସମ୍ଭାବ୍ୟ ୨୦ ଖେଳାଳିଙ୍କୁ ନେଇ କୋଚିଂ କ୍ୟାମ୍ପ ଆୟୋଜନ ଦାୟିତ୍ୱ ଦିଆଯାଇଥିଲା। କୋଚିଂ କ୍ୟାମ୍ପ କିଟ୍‌ ବିଶ୍ୱବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ମେ’ ୨୦ ତାରିଖରୁ ଆରମ୍ଭ ହୋଇ ଗତ ୧୧ରେ ଶେଷ ହୋଇଥିଲା। ପ୍ରଦର୍ଶନଭିତ୍ତିରେ ଉକ୍ତ ୨୦ ଖେଳାଳିଙ୍କ ମଧ୍ୟରୁ ୧୨ ଜଣଙ୍କୁ ଚୟନ କରାଯାଇଥିଲା। ଏହି ୧୨ ଜଣଙ୍କ ମଧ୍ୟରେ ଓଡ଼ିଶାର ଜଣେ ଖେଳାଳି ଆଶିଷ ସ୍ବାଇଁ (ନୟାଗଡ଼) ଅନ୍ତର୍ଭୁକ୍ତ। କ୍ୟାମ୍ପ ପରିଚାଳନା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ସହ ଖେଳାଳି ଓ ଅଫିସିଆଲ୍‌ଙ୍କୁ କିଟ୍‌ ପ୍ରଦାନ କରିଥିବା ଭିଏଫ୍‌ଆଇ ସଭାପତି ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଆଗାମୀ ପ୍ରତିଯୋଗିତା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।
ଭାରତୀୟ ଦଳ: ଖୁସ୍‌ ସିଂ, ଶେଖର ତରୁନ, ଆଦିତ୍ୟ ରାଣା, ନୟନଭାଇ ଧ୍ରୁଭିଲ ପଟେଲ, ଲାଭି କୁମାର, ଆଶିଷ କୁମାର ସ୍ବାଇଁ, କାର୍ତ୍ତିକ ଶର୍ମା (ଅଧିନାୟକ), କାର୍ତ୍ତିକ ୟମନ (ଲିବେରୋ), ଅତୁଲ ସିଂ, ଅଭିଷେକ, କାବିଲନ ମହେନ୍ଦ୍ରନ, ଆର୍ଯ୍ୟନ ବଲିଆନ। ଅଫିସିଆଲ୍‌: ଜୟକୁମାର ନଦରାଜନ (ମ୍ୟାନେଜର), ବୀର ସିଂ ଯାଦବ (ମୁଖ୍ୟ କୋଚ୍‌), ଶୈଳେଶ ଚୌଧୁରୀ (ସହକାରୀ କୋଚ୍‌), ମହେନ୍ଦ୍ର ସିଂ ସରନ (ରେଫରି)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଟାରୌବା,୨୯ା୭:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି ବ୍ରାଏନ ଲାରା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବ। ଦିନିକିଆ ସିରିଜ୍‌କୁ କ୍ଲିନ୍‌ ସୁଇପ୍‌...

ରାଜସ୍ଥାନର ଜବରଦସ୍ତ ବିଜୟ

ଶାରଜା,୨୮।୯(ପି.ଟି.): ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକ ହାଇସ୍କୋରିଂ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦମ୍‌ଦାର ପ୍ରଦର୍ଶନ କରି...

କମେଣ୍ଟ୍ରି ବକ୍ସରେ ଭାରତୀୟ କ୍ରିକେଟର ତ୍ରିମୂର୍ତ୍ତି

ଲଣ୍ଡନ,୩୧।୫- ଏଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଆଇସିସି ବିଶ୍ୱକପ୍‌ ପ୍ରଥମ ମ୍ୟାଚ୍‌ରେ ପ୍ରଶଂସକମାନେ ଏକ ଭିନ୍ନ ମଜା ପାଇଛନ୍ତି। ଭାରତୀୟ କ୍ରିକେଟର...

ଦକ୍ଷିଣ ଆଫ୍ରିକାର ଦଳ ଘୋଷଣା

ନୂଆଦିଲ୍ଲୀ,୧୭।୫: ଆଇପିଏଲ୍‌ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏଥିଲାଗି ଦକ୍ଷିଣ ଆଫ୍ରିକା ଟିମ୍‌ ଜୁନ୍‌ରେ...

ଅଷ୍ଟ୍ରେଲିୟ ଅଧିନାୟକଙ୍କୁ କିଣିଲେ ନାହିଁ କୌଣସି ଫ୍ରାଞ୍ଚାଇଜ୍‌, ରାଗିଯାଇ ଏଭଳି କହିଲେ ମାଇକେଲ କ୍ଲାର୍କ

ନୂଆଦିଲ୍ଲୀ,୨୦।୨: ନିକଟରେ ଶେଷ ହୋଇଛି ଆଇପିଏଲ୍‌ ୧୪ତମ ସଂସ୍କରଣ ଲାଗି ଖେଳାଳି ନିଲାମ ପ୍ରକ୍ରିୟା। ସମସ୍ତ ୮ ଫ୍ରାଞ୍ଚାଇଜ୍‌ ୨୨ ବିଦେଶୀ ଖେଳାଳିଙ୍କୁ କିଣିଛି। ହେଲେ...

ରାଜେଶ କୁମାରଙ୍କ ନାମ ସୁପାରିସ କଲେ ସାନ୍ଧୁ

ନୂଆଦିଲ୍ଲୀ,୧୩ା୬(ପି.ଟି.)-ଚଳିତବର୍ଷର ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ପୂର୍ବତନ ଜାତୀୟ ବକ୍ସିଂ କୋଚ୍‌ ଗୁର୍‌ବକ୍ସ ସିଂ ସାନ୍ଧୁ ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା ମନୋଜ କୁମାରଙ୍କ ବ୍ୟକ୍ତିଗତ...

ଲିଜେଣ୍ଡ୍ସ ଲିଗ୍‌ ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ

ଭୁବନେଶ୍ୱର, ୨୫।୮ (କ୍ରୀଡ଼ା ପ୍ରତିନିଧି): ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଦ୍ୱିତୀୟ ସଂସ୍କରଣ ସେପ୍ଟେମ୍ବର ୧୬ ତାରିଖରେ ଆରମ୍ଭ ହେବ। ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି...

ମୁଁ ଅନୁଷ୍କାଙ୍କୁ କହିଥିଲି, କୋହଲି ଅଧିନାୟକ ହୋଇ ଭୁଲ କରୁଛନ୍ତି: ଶୋଏବ ଅଖତର

ନୂଆଦିଲ୍ଲୀ,୨୫।୭: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର। କୋହଲି ଦଳର ଦ୍ରୁତ ବୋଲରଙ୍କ ମଧ୍ୟରେ ଆକ୍ରୋଶ...

Advertisement
Archives

Model This Week