ଧରାପଡ଼ିଲେ ବ୍ରାଉନ୍‌ସୁଗାର ବେପାରୀ ସେକ୍‌ ଜାମ୍‌ସେଦ୍‌

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ହଳଦିପଡ଼ିଆ ବସ୍ତିରୁ ମୋଷ୍ଟ ଓ୍ବାଣ୍ଟେଡ ବ୍ରାଉନ୍‌ସୁଗାର ବେପାରୀ ସେକ୍‌ ଜାମ୍‌ସେଦ୍‌ଙ୍କୁ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଗିରଫ କରିଛି। ଜାମସେଦ୍‌ ହେଉଛନ୍ତି ଜେଲରେ ଥିବା ନିଶା ବେପାରୀ ଶିବ ପ୍ରସାଦ ଦାସ ଓରଫ ଶିବୁଙ୍କ ଘନିଷ୍ଠ ସହଯୋଗୀ। ଜାମ୍‌ସେଦ୍‌ଙ୍କୁ ଶୁକ୍ରବାର ଏସ୍‌ଟିଏଫ୍‌ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଜାମ୍‌ସେଦ୍‌ ଦୁଇଟି ମାମଲାରେ ଏସ୍‌ଟିଏଫ୍‌ ପାଇଁ ୱାଣ୍ଟେଡ୍‌ ଥିଲେ। ତାଙ୍କ ନାମରେ ଏସ୍‌ଟିଏଫ୍‌ ବ୍ୟତୀତ ଲାଲବାଗ୍‌ ଓ ବାଲିଅନ୍ତା ଥାନାରେ ମଧ୍ୟ ଗୋଟିଏ ଲେଖାଏ ମାମଲା ରହିଛି।
ସୂଚନାନୁଯାୟୀ, ଶିବୁ ମାଛ ବ୍ୟବସାୟ ଆଳରେ ନୟାଗଡ଼ ଜିଲା ଉଦୟପଥ ଲେନ୍‌ରେ ଘରଭଡ଼ା ନେଇ ରହିବା ସହ ଜାମ୍‌ସେଦ୍‌ ଓ ଅନ୍ୟ ସହଯୋଗୀଙ୍କ ମାଧ୍ୟମରେ ବ୍ରାଉନ୍‌ସୁଗାର ହୋଲ୍‌ସେଲ୍‌ କରୁଥିଲେ। ଏସ୍‌ଟିଏଫ୍‌ ସୂଚନା ପାଇବା ପରେ ଜାନୁୟାରୀ ୨୫ ରାତିରେ ସେଠାରେ ଚଢ଼ାଉ କରିଥିଲା। ହେଲେ ଶିବୁ ଖସିଯାଇଥିଲେ ମଧ୍ୟ ସହଯୋଗୀ ଭିକି ରାଓଙ୍କୁ ଏସ୍‌ଟିଏଫ୍‌ ଗିରଫ କରିବା ସହ ଉକ୍ତ ଘରୁ ୩ କେଜି ୧୦୦ ଗ୍ରାମ୍‌ ବ୍ରାଉନ୍‌ସୁଗାର, ୬୫ଲକ୍ଷ ୩୨ ହଜାର ଟଙ୍କା, ୩ ପିସ୍ତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା। ଫେବୃୟାରୀ ୨୦ ବିଳମ୍ବିତ ରାତିରେ ୧୬ ନଂ. ଜାତୀୟ ରାଜପଥର ପାହାଳ କ୍ରସିଂ ନିକଟରୁ ଶିବୁଙ୍କୁ ଗିରଫ କରାଯାଇଥିଲା। ତାଙ୍କଠାରୁ ଗୋଟିଏ ବାଇକ୍‌ ସହ ୧ କେଜି ୨୨୭ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଥିଲା। ହେଲେ ସେଠାରୁ ସହଯୋଗୀ ସେକ୍‌ ଜାମ୍‌ସେଦ୍‌ ଖସି ପଳାଇଥିଲେ। ଏସ୍‌ଟିଏଫ୍‌ ମାମଲା(ନଂ.୫/୨୦୨୨) ରୁଜୁ କରି ଶିବୁଙ୍କୁ କୋର୍ଟଚାଲାଣ କରିବା ପରେ ଜାମ୍‌ସେଦ୍‌ଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

ବିଜେଡି ଛାଡ଼ିଲେ ରବିନାରାୟଣ

ଭୁବନେଶ୍ୱର,୩ା୫: ଶୁକ୍ରବାର ବିଜେଡି ଛାଡ଼ିଛନ୍ତି ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ନୟାଗଡ଼ ଜିଲାର ରଣପୁର ବିଧାୟକ ଥିଲେ। ୨୦୧୨ରୁ ୨୦୧୪...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

ଭୁବନେଶ୍ୱର,୩।୫: ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଜମିଜମା ମାମଲାର...

ନିର୍ବାଚନ ଲଢ଼ିବେ ଦେବାଶିଷ

ଭୁବନେଶ୍ୱର,୩ା୫: ଦେବାଶିଷ ନାୟକ ନିର୍ବାଚନ ଲଢ଼ିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ବରୀବାସୀଙ୍କ ପାଇଁ...

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

କାହିଁକି ସୁଜାତାଙ୍କୁ କରାଗଲା ବଦଳି: ଚାଲିଛି ଜୋରଦାର ଚର୍ଚ୍ଚା

ଭୁବନେଶ୍ୱର,୩।୫(ସୁନିତ୍‌ ମିଶ୍ର):ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ବିରୋଧରେ ଭାଜପାର ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ନିକଟରେ ଫେରାଦ ହେବା...

ବାଦ୍‌ ପଡ଼ିଲେ ୩୫ ବିଧାୟକ, ୪୦ ନୂଆ ମୁହଁକୁ ଭରସା

ଭୁବନେଶ୍ୱର,୩ା୫(ଅନିଲ ଦାସ): ଚଳିତ ବିଧାନସଭା ନିର୍ବାଚନ ପାଇଁ ବିଜେଡି ୧୪୭ ପ୍ରାର୍ଥୀଙ୍କ ତାଲିକା ୯ଟି ପର୍ଯ୍ୟାୟରେ ଘୋଷଣା କରିଛି। ଦଳ ଗତଥର ଭରସା କରିଥିବା ୧୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri