ଫେରାର ପରେ ତତ୍ପର

କଟକ ଅଫିସ, ୧୧।୪: ଗ୍ୟାଙ୍ଗଷ୍ଟର ଶେଖ୍‌ ହାଇଦର ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରୁ ଶନିବାର ଅପରାହ୍ନରେ ଫେରାର ହୋଇଯିବା ଘଟଣା କମିଶନରେଟ ପୋଲିସର ଏବେ ମୁଣ୍ଡ ବିନ୍ଧାର କାରଣ ସାଜିଛି। ତାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଯାଞ୍ଚ କରୁଛି। ଏପରି କି ପଡ଼ୋଶୀ କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲା ପୋଲିସ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ହାଇଦର ସର୍ଜରି ବିଭାଗର ୫ନଂ କ୍ୟାବିନରେ ଚିକିତ୍ସାଧୀନ ଥିଲେ। ତାଙ୍କ ଦାୟିତ୍ୱରେ ଶନିବାର ଜଣେ ସୁରକ୍ଷା କର୍ମୀ ଥିଲେ। କେଉଁ ପରିସ୍ଥିତିରେ ହାଇଦର ଫେରାର ହେଲେ ଏବଂ ତାଙ୍କୁୁ କିପରି ଖୁବ୍‌ଶୀଘ୍ର ଗିରଫ କରାଯିବ ସେନେଇ କମିଶନରେଟ ପୋଲିସ ମାନସ ମନ୍ଥନ ଆରମ୍ଭ କରିଛି। ଏପରି କି କଟକ ସହରକୁ ସଂଯୋଗ କରୁଥିବା ସମସ୍ତ ପଥକୁ ସିଲ୍‌ କରାଯାଇ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଯୋବ୍ରା ବ୍ୟାରେଜ୍‌, ଶିଖରପୁର, ତ୍ରିଶୂଳିଆ, ଗୋପାଳପୁର ଛକରେ କଡ଼ାକଡ଼ି ଯାଞ୍ଚ କରାଯାଇଥିବାବେଳେ ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ମଧ୍ୟ ଚଢ଼ାଉ କରାଯାଇଛି। ହାଇଦର ଫେରାର ହେବାର ପ୍ରାୟ ୨ ଘଣ୍ଟା ପରେ ପୋଲିସ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଥିବାରୁ ସେ ସହର ଛାଡ଼ି ଚାଲିଯାଇଥିବା ଆଶଙ୍କା କରାଯାଉଛି।

ପୋଲିସ କମିଶନରଙ୍କ ରୁଦ୍ଧଦ୍ୱାର ବୈଠକ

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇଥିବା ଜଣାପଡ଼ିବାପରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କଟକରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଡିସିପିଙ୍କ କାର୍ଯ୍ୟାଳୟରେ କମିଶନର ସୌମେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏକ ରୁଦ୍ଧଦ୍ୱାର ବୈଠକ ବସିଥିଲା। ଯେଉଁଥିରେ ଡିସିପି ପ୍ରତୀକ ସିଂ ଓ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ପୋଲିସ ଏନେଇ କୌଣସି ମୁହଁ ଖୋଲୁ ନ ଥିବାବେଳେ ବୈଠକରେ ହାଇଦରଙ୍କୁ କିପରି ତୁରନ୍ତ ଗିରଫ କରାଯିବ ସେନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ନିଜ ନାମ ଗୋପନ ରଖି ଜଣେ ପୋଲିସ ଅଧିକାରୀ କହିଛନ୍ତି, ଏହା ଏକ ବଡ଼ ଘଟଣା। ପୋଲିସ ଏହାକୁ ଗୁରୁତ୍ୱର ସହ ନେଉଛି। ହାଇଦରଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି।

ସାଢ଼େ ୩ଟାରେ ଟାବ୍‌ଲେଟ ଦେଇଥିଲି, ସାଢ଼େ ୫ଟାରେ ନ ଥିଲେ

ହାଇଦର ଚିକିତ୍ସିତ ହେଉଥିବା କ୍ୟାବିନରେ ଶନିବାର ଦାୟିତ୍ୱରେ ଥିବା ଷ୍ଟାଫ ନର୍ସଙ୍କ କହିବା ହେଲା ସେ ତାଙ୍କୁ ନିୟମିତ ବ୍ୟବଧାନରେ ଔଷଧ ଦେଉଥିଲେ। ଅପରାହ୍ନ ସାଢ଼େ ୩ଟାରେ ସେ ତାଙ୍କୁ ଟାବ୍‌ଲେଟ ଦେବାକୁ କ୍ୟାବିନକୁ ଯାଇଥିଲେ। ସେତେବେଳେ ସେଠାରେ ହାଇଦରଙ୍କ ନିକଟରେ ୪ରୁ ୫ଜଣ ବ୍ୟକ୍ତି ଏବଂ ଜଣେ ସୁରକ୍ଷା କର୍ମୀ ଥିଲେ। ସେତେବେଳେ ସେମାନେ ବିରାୟାନି ଖାଉଥିଲେ। ସାଢ଼େ ୫ଟା ବେଳକୁ ଆଉ ଥରେ କ୍ୟାବିନ୍‌କୁ ଗଲାବେଳକୁ ହାଇଦରଙ୍କୁ ଦେଖିବାକୁ ପାଇ ନ ଥିଲେ। ଏଥିସହ ସୁରକ୍ଷାକର୍ମୀ ତଳେ ପଡ଼ିଥିଲେ। ସୁରକ୍ଷାକର୍ମୀଙ୍କୁ ଉଠାଇ ହାଇଦରଙ୍କ ବିଷୟରେ ପଚାରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇପାରି ନ ଥିଲେ। ସଙ୍ଗେ ସଙ୍ଗେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏନେଇ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri