ଇମ୍ରାନଙ୍କ ପୋଷ୍ଟମର୍ଟମ କରାଇବାକୁ କହିଲେ ଶେହବାଜ ସରିଫ…

ଇସଲାମାବାଦ,୭।୧୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବିବୃତ୍ତି ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଇମ୍ରାନଙ୍କୁ ପୋଷ୍ଟମର୍ଟମ କରିବାକୁ ପରାମର୍ଶ ଦେଉଥିବାର ନଜର ଆସିଛନ୍ତି।

ଶେହବାଜ କହିଛନ୍ତି ଯେ ଇମ୍ରାନଙ୍କୁ ୪ଟି ଗୁଳି, ୮ଟି ଗୁଳି କିମ୍ବା ୧୬ଟି ଗୁଳି ମାଡ କରାଯାଇଛି … ଏହାର ରିପୋର୍ଟ ଦେଶବାସୀଙ୍କୁ ଜଣାଇବା ଉଚିତ। ସର୍ବଶେଷରେ, କାହିଁକି ପୋଷ୍ଟମର୍ଟମ ଏପର୍ଯ୍ୟନ୍ତ କରାଯାଇ ନାହିଁ? ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ. ପ୍ରଧାନମନ୍ତ୍ରୀ କ’ଣ ଜାଣନ୍ତି ନାହିଁ ଯେ ଜୀବିତ ଅବା ମୃତ ବ୍ୟକ୍ତି କାହାର ପୋଷ୍ଟମର୍ଟମ କରାଯାଏ। କିଛି ୟୁଜର ସୋସିଆଲ ମିଡିଆରେ ଲେଖୁଛନ୍ତି କି ଶେହବାଜ ଜୀବିତ ଥିବା ଇମ୍ରାନଙ୍କ ପୋଷ୍ଟମର୍ଟମ କରିବାକୁ ଚାହୁଁଛନ୍ତି କି?

ଏହି ପ୍ରସଙ୍ଗରେ ଏଫଆଇଆର ପଞ୍ଜୀକରଣ ନକରିବା ବିଷୟରେ ପ୍ରଧାନମନ୍ତ୍ରୀ ଶହେବାଜ କହିଛନ୍ତି, ଏନେଇ ପଞ୍ଜାବ ସରକାରଙ୍କୁ ପଚାର। ପଞ୍ଜାବରେ ତାଙ୍କ ସରକାର, ମୋ ସରକାର ହାନାନ୍ତି। ପଞ୍ଜାବରେ ତାଙ୍କର ଆଇଜି ଅଛନ୍ତି, ତାଙ୍କର ମୁନିସିଫ ଅଛନ୍ତି। ଇମ୍ରାନ ଅଭିଯୋଗ କରିଥିଲେ ଯେ ହତ୍ୟା ମାମଲାରେ ଏଫଆଇଆର୍‌ ପଞ୍ଜୀକୃତ ହୋଇ ନାହିଁ। ସେନା ଜେନେରାଲଙ୍କ ନାମ ଅଭିଯୋଗରୁ ନ ହଟିବା ପର୍ଯ୍ୟନ୍ତ ଅଧିକାରୀମାନେ ମାମଲା ପଞ୍ଜିକରଣ କରିବାକୁ ମନା କରିଦେଇଥିଲେ।

ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ମୁଖ୍ୟ ଥିବା ଇମ୍ରାନ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ, ଗୃହମନ୍ତ୍ରୀ ରାଣା ସନାଉଲ୍ଲା ଏବଂ ମେଜର ଜେନେରାଲ ଫୈସଲ ନାସିର ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

ସରପଞ୍ଚଙ୍କ ଗାଁ ରାସ୍ତା ଶୋଚନୀୟ: ପାଦ ଚଲା ରାସ୍ତା ପାଇଁ ବି ନୁହେଁ ଉପଯୋଗୀ

ଗଞ୍ଜାମ,୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ଅବହେଳିତ ଅବସ୍ଥାରେ ଥିବାବେଳେ ଖୋଦ ସରପଞ୍ଚଙ୍କ ଗାଁ ନୀଳାଦ୍ରିପୁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି…

ଫାଇନ୍‌ରେ ଟ୍ରାଫିକ ନିୟନ୍ତ୍ରଣ, ହେଉନି ସ୍ଥାୟୀ ପ୍ରତିକାର

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ସମେତ ଜିଲାରେ ଟ୍ରାଫିକ ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ସହରସ୍ଥିତ ଯେଉଁ ରାସ୍ତାକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି। କେଉଁଠି ବେଆଇନ ପାର୍କିଂ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଦାଦନ ଖଟିବାକୁ ପୁଣେ ଯାଇଥିଲେ ରୂପଧର: ହଠାତ୍‌ ଘଟିଲା…

ନୂଆପଡ଼ା,୨ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ତରବୋଡ ଗଁାର ଜଣେ ଶ୍ରମିକ ମହାରାଷ୍ଟ୍ରର ପୁଣେକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ…

ଫେମ୍‌ ଇଣ୍ଡିଆର ଟପ୍‌ ୨୫ରେ ଝାରସୁଗୁଡ଼ା ଏସ୍‌ପି: ଓଡ଼ିଶା ପୋଲିସ ପାଇଁ ଆଣିଲେ ଗୌରବ

ଝାରସୁଗୁଡ଼ା,୨ା୯(ଆଶିଷ ରଞ୍ଜନ ଦାଶ):ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ପ୍ରକାଶିତ ଦେଶର ୨୫ ଜଣ ପ୍ରମୁଖ ପୋଲିସ ଅଧିକାରୀଙ୍କ ତାଲିକାରେ ଝାରସୁଗୁଡ଼ା ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ…

ଟିମ ଇଣ୍ଡିଆରେ ହେଲା ବଡ଼ ଓଲଟପାଲଟ: ବୈଭବଙ୍କୁ ମିଳିଲା ସ୍ଥାନ, ୩ ବଡ଼ ଖେଳାଳି ପଡିଲେ ବାଦ୍‌

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ବିସିସିଆଇ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱରେ ୧୫ ଜଣିଆ ଦଳରେ…

ତଳେ ଘଣ୍ଟାଏ ଜଗିରହିଲା ଦନ୍ତା: ଗଛରେ ଚଢ଼ି ଜୀବନ ବଞ୍ଚାଇଲେ ବନ କର୍ମଚାରୀ

ଛେଣ୍ଡିପଦା,୨ା୯(ଅଜିତ ଧଳ):ଗଁାରେ ପଶିଥିବା ହାତୀ ଘଉଡ଼ାଇବାକୁ ଯାଇଥିବା ହାତୀ ସ୍କ୍ବାଡ୍‌ଙ୍କୁ ମାରି ଗୋଡ଼ାଇଲା ଦନ୍ତା। ଏପରି କି ଜୀବନ ବଞ୍ଚାଇବାକୁ ସ୍କ୍ବାଡ୍‌ର ଜଣେ ସଦସ୍ୟ ଆମ୍ବ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri