ସାଙ୍ଗ ଘରୁ ଫେରୁଥିଲେ, ବସ୍‌ଷ୍ଟାଣ୍ଡରେ ଟଳିପଡ଼ିଲେ ଯୁବତୀ

ଜଳେଶ୍ୱର,୨୪ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବସ୍‌ଷ୍ଟାଣ୍ଡରେ ଜଣେ ଯୁବତୀଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ଷ୍ଟେଶନବଜାର ବସ୍‌ଷ୍ଟାଣ୍ଡ ନିକଟରେ ବସିଥିବା ବେଳେ ହଠାତ୍‌ ପଡିଯାଇଥିଲେ। ସାଧାରଣ ଲୋକେ ୧୦୮କୁ ଖବର ଦେଇଥିଲେ। ତାଙ୍କୁ ଜିକେଭଟ୍ଟର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବାପରେ ରାଇବଣିଆ ଥାନା ଅଧୀନ ସର୍ଦ୍ଦାରବନ୍ଧ ପଞ୍ଚାୟତର ଗେଙ୍ଗଟାବଣି ଅଞ୍ଚଳର ତାଙ୍କ ମା’ ଜବା ସିଂ ଓ ସମିତି ସଦସ୍ୟ ଗଣେଶ ସରେନ୍‌ ହସ୍‌ପିଟାଲରେ ପହଞ୍ଚିଥିଲେ।  ସେ ସ୍ବର୍ଗତ କାଳିଚରଣ ସିଂଙ୍କ ଝିଅ ରୂପାଲି ସିଂ(୨୫) ବୋଲି ଜଣାପଡିଛି।ଗତ ୩ଦିନ ତଳେ ପଞ୍ଚୁଘଣ୍ଟା ଗାଁର ତାଙ୍କ ସାଙ୍ଗ ଘରକୁ ବୁଲି ଆସିଥିବା ସେମାନେ କହିଥିଲେ ା ଆଜି ଘରକୁ ଫେରୁଥିବା ବେଳେ ଏପରି ଘଟଣା ଘଟିଥିବା ପରିବାର ପକ୍ଷରୁ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥାୟୀ ମଣ୍ଡପରେ ଦେବୀଙ୍କୁ ପୂଜାର୍ଚ୍ଚନା କଲେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିବେ ଆଉ ୩ ମନ୍ତ୍ରୀ, ୪ ବିଧାୟକ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆଉ ୩ ଦିନ ପରେ ୨୦ ତାରିଖରେ ଉଦ୍‌ଯାପିତ ହେବ। ରବିବାର ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ…

‘ପ୍ରକୃତିର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ’

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଳିତ ବର୍ଷଠାରୁ ପ୍ରଥମଥର ପାଇଁ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ) ସ୍ଥଳୀଗୁଡ଼ିକରେ ପ୍ରକୃତି ପରିଚୟ…

ଦିଲ୍ଲୀବାସୀ ଖାଇବେ ରାୟଗଡ଼ାର ‘ଆମ୍ରପଲ୍ଲୀ’ ଆମ୍ବ, ରପ୍ତାନି ହେଲା ୨.୫ ମେଟ୍ରିକ୍‌ ଟନ୍‌

ଗୁଣପୁର,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାରେ ସାମୂହିକ ବିପଣନକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଚାଷୀଙ୍କ ପାଇଁ ଉତ୍ତମ ବଜାର ସଂଯୋଗ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା…

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

ଭାଉଜଙ୍କ ବାପଘରେ ରହି ପଢୁଥିଲେ ନଣନ୍ଦ, କାଜୁଗଛରେ ଝୁଲୁଛି ମୃତଦେହ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଗିରିଧିନା ଗ୍ରାମର କାଜୁବଗିଚାର ଏକ ଗଛରୁ ରବିବାର ପୂର୍ବାହ୍ନରେ ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷର…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼, ୧୭।୫ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରର ପ୍ରତିଷ୍ଠିତ କୋଇଲା ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ (ପିଲୁ)ଙ୍କ ବାସଭବନ ଉପରକୁ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼…

ବାଇକରେ ଆସି ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅମରପାଲି, ୧୭।୦୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ଦୁର୍ଗାଦେବୀପାଲି ଗ୍ରାମରେ ଜଣେ ଚାଷୀଙ୍କ ଛେଳି ଗୁହାଳରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri