Posted inଫୁରସତ

ଜଣେ ପୁରୁଷଙ୍କ ସ୍ତ୍ରୀ ହୋଇଛନ୍ତି ୩ ଭଉଣୀ, କାରଣ ଜାଣିଲେ…

ଆପଣ ନିଶ୍ଚିତ ଭାବରେ ଏହି କଥା ଶୁଣିଥିବେ ଯେ, ଜଣେ ମହିଳା ସବୁକିଛି ବାଣ୍ଟି ପାରିବେ କିନ୍ତୁ ପ୍ରେମ କିମ୍ବା ସ୍ବାମୀଙ୍କୁ କାହା ସହ ବାଣ୍ଟି ପାରିବେ ନାହିଁ। କିନ୍ତୁ ଜଣେ ମହିଳା ଏହି ଭାବନାକୁ ବଦଳାଇ ଦେଇଛନ୍ତି। ସେ ନିଜ ସ୍ବାମୀଙ୍କୁ ଦୁଇଜଣଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ଏହି ମହିଳା ଜଣକ ଯେତେବେଳେ ଛୋଟ ଥିଲେ ସେ ଭଉଣୀଙ୍କ ସହ ସବୁକିଛି ସମାନ ଭାବରେ ବାଣ୍ଟୁଥିଲେ। ଯେତେବେଳେ ସେ ବିବାହ କଲେ ଭଉଣୀମାନଙ୍କ ସହିତ ସ୍ବାମୀଙ୍କୁ ମଧ୍ୟ ବାଣ୍ଟି ଦେଲେ। କାରଣ ବଡ଼ ଭଉଣୀ ହିସାବରେ ସେ ଚାହୁଁଥିଲେ ମୋର ଯେଉଁଥିରେ ଅଧିକାର ଅଛି ମୋ’ ଭଉଣୀମାନଙ୍କର ମଧ୍ୟ ଅଛି। ଅର୍ଥାତ୍‌ ମହିଳା ଜଣକ ନିଜର ଦୁଇ ଭଉଣୀଙ୍କୁ ତାଙ୍କ ସ୍ବାମୀଙ୍କର ଆଉ ଦୁଇ ସ୍ତ୍ରୀ ଭାବରେ ରଖିବାର ସ୍ବୀକୃତି ଦେଇଛନ୍ତି। ଏମିତି କି ଏମାନଙ୍କ ମଧ୍ୟରେ କେବେ କଳି ଝଗଡ଼ା ଲାଗେ ନାହିଁ ବୋଲି ଏକ ସାକ୍ଷାତକାରରେ ମହିଳା ଜଣକ କହିଛନ୍ତି।

ଏପରି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ତାଞ୍ଜାନିଆରେ। ଏହି ମହିଳାଙ୍କ ନାମ ଖ୍ରୀଷ୍ଟିନା। ଆଶ୍ଚର୍ଯ୍ୟର କଥା ଖ୍ରୀଷ୍ଟିନା ତାଙ୍କ ପଦକ୍ଷେପ ପାଇଁ ଗର୍ବିତ। ସେ ଖୁସି ଯେ, ତାଙ୍କ ସ୍ବାମୀ ଦୁଇ ଭଉଣୀ ଏଲିନ ଏବଂ ତୁମାଙ୍କ ଯତ୍ନ ନିଅନ୍ତି। ତିନି ଭଉଣୀ ଗୋଟିଏ ଛାତତଳେ ଖୁସିରେ ରହୁଛନ୍ତି। କୌଣସି କଥାକୁ ନେଇ ବାଦ ବିବାଦ ନାହିଁ ବୋଲି ଖ୍ରୀଷ୍ଟିନା କୁହନ୍ତି। ତାଙ୍କ ସ୍ବାମୀଙ୍କ ନାମ ଓମ୍ବେନି। ୩ ଭଉଣୀଙ୍କର ମିଶି ୧୦ ସନ୍ତାନ ମଧ୍ୟ ଅଛନ୍ତି। ଓମ୍ବେନି ପିଲାମାନଙ୍କର ଦାୟିତ୍ୱ ବେଶ୍‌ ଭଲ ଭାବେ ତୁଲାଉଛନ୍ତି। ଅଭାବ ଅସୁବିଧାରେ ବଡ଼ ପରିବାର ଚଳାଇବାରେ କଷ୍ଟ ହେଉଥିଲେ ମଧ୍ୟ ସେସବୁକୁ କେହି ଖାତିର ନ କରି ନିଜ ନିଜ କାମ କରିଥାନ୍ତି।

ଖ୍ରୀଷ୍ଟିନା କୁହନ୍ତି, ଦିନେ ତାଙ୍କ ମନକୁ ଆସିଲା ଭଉଣୀମାନେ ବଡ଼ ହେଲେଣି ବିବାହ କରିବେ। କିନ୍ତୁ ଯଦି ମୋ’ ସ୍ବାମୀଙ୍କୁ ବିବାହ କରନ୍ତି ତେବେ ଆମେ ୩ ଭଉଣୀ ଖୁସିରେ ରହିବୁ। ଏଥିରେ ତାଙ୍କ ଭଉଣୀ ଦୁଇଜଣ ମଧ୍ୟ ଆପତ୍ତି ଉଠାଇ ନ ଥିଲେ। ସେମାନେ ଏହି ବିବାହରେ ରାଜି ହୋଇଯାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri