ପ୍ରତିଶୋଧ ପାଇଁ ପ୍ରେମିକଙ୍କ ତଣ୍ଟି କାଟିଥିଲେ

ଖୋର୍ଦ୍ଧା ଅଫିସ,୨୦ା୬: ଖୋର୍ଦ୍ଧା ଟାଉନ ଥାନା ଅଧୀନ ମଲ୍ଲିପୁର ପଞ୍ଚାୟତ ନିଆଳ ଗ୍ରାମର ପଥରଖଣିରୁ ଅତାଉଲ୍ଲା ଖାଁଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ପ୍ରେମରେ ପ୍ରତାରଣା ପରେ ପ୍ରତିଶୋଧ ପରାୟଣ ହୋଇ ଅତାଉଲ୍ଲାଙ୍କୁ ହତ୍ୟା କରାଯାଇଥିବା ଖୋର୍ଦ୍ଧା ଡିଏସ୍‌ପି ସଞ୍ଜୟ ପଟ୍ଟନାୟକ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୃତକଙ୍କ ସ୍ତ୍ରୀ ଅସ୍‌ମା ବେଗମଙ୍କ ଅଭିଯୋଗକ୍ରମେ ପୋଲିସ ଆଇପିସି ୩୦୨ ଦଫାରେ ଏକ ହତ୍ୟା ମାମଲା (ନଂ. ୨୮୮/୨୨) ରୁଜୁ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ କେରଙ୍ଗ ଗ୍ରାମର ଅଲିମା ବେଗମ (୩୭) ଓରଫ ଡଲି, ତାଙ୍କର ଦୁଇପୁଅ ଏସ୍‌.କେ. ମହିଫୁଜ ଓରଫ ନବୀନ (୧୮), ଅବଦ୍ଦୁଲ ମସୁର ଖାଁ ଓରଫ ଉତାଉଲ (୧୯) ଏବଂ ସହଯୋଗୀ ଏସ୍‌.କେ. ମଶହୁର ରେହମାନ ଓରଫ ରିଙ୍କୁ (୨୫)। ଏମାନଙ୍କଠାରୁ ପୋଲିସ ହତ୍ୟାରେ ବ୍ୟବହୃତ ଛୁରି, ଲୁହାରଡ୍‌, ୩ଟି ମୋବାଇଲ ଫୋନ, ଗୋଟିଏ ଗ୍ଲାମର ଏମ୍‌ଏସ୍‌ ବାଇକ (ନଂ. ଓଡି-୧୯-ଏସ-୦୩୮୧) ଏବଂ ୨ଲକ୍ଷ ୬ ଶହ ଟଙ୍କା ଜବତ କରିଛି।
ପଟ୍ଟନାୟକ କହିଛନ୍ତି, ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଲିମା ବେଗମଙ୍କ ସହ ଅତାଉଲ୍ଲାଙ୍କ ପ୍ରେମ ଓ ଶାରୀରିକ ସମ୍ପର୍କ ଗଢ଼ିଉଠିଥିଲା। ସେ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଲିମା ପାଇକତିଗିରିଆରେ ରହୁଥିଲେ। ଅନେକ ସମୟରେ ସେ ଅତାଉଲ୍ଲାଙ୍କ ଘରକୁ ଆସୁଥିଲେ। ତେବେ ତାଙ୍କ ସ୍ତ୍ରୀ ଅସ୍‌ମା ଏବଂ ସ୍ଥାନୀୟ ସରପଞ୍ଚଙ୍କ ତାଗିଦା ପରେ ଯିବା ଆସିବା କମାଇ ଦେଇଥିଲେ। ଅତଉଲ୍ଲା ତାଙ୍କୁ ପ୍ରତାରଣା କରୁଛନ୍ତି ବୋଲି ଅଲିମା ଜାଣିସାରିଥିଲେ। ସେ ଅତାଉଲ୍ଲାଙ୍କର ନ ହେଲେ, ଆଉ କାହାର ହେବାକୁ ଦେବେନାହିଁ ବୋଲି ଧମକ ଦେଇଥିଲେ। ପ୍ରତିଶୋଧର ନିଆଁରେ ସେ ଜଳୁଥିଲେ। ଅତାଉଲ୍ଲାଙ୍କୁ ଜୀବନରୁ ମାରିଦେବାକୁ ସେ ଷଡ଼ଯନ୍ତ୍ର ରଚିିଥିଲେ। ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଗତ ୧୬ ତାରିଖ ସନ୍ଧ୍ୟାରେ ବନ୍ଧୁ ମଶହୁର ରେହମନ (ରିଙ୍କୁ) ଅତାଉଲ୍ଲାଙ୍କୁ ଅଲିମାଙ୍କ ଘରକୁ ଡାକି ନେଇଥିଲେ। ସେଠାରେ ଅଲିମା ଏବଂ ଅତାଉଲ୍ଲାଙ୍କ ମଧ୍ୟରେ ପୂର୍ବ ଘଟଣାକୁ ନେଇ ଝଗଡ଼ା ହୋଇଥିଲା। ଏହି ସମୟରେ ସେଠାରେ ଅଲିମାଙ୍କ ଦୁଇ ପୁଅ (ଅନ୍ୟତମ ଦୁଇ ଅଭିଯୁକ୍ତ) ମହିଫୁଜ ଓ ଉତାଉଲ୍‌ ଉପସ୍ଥିତ ଥିଲେ। ସମସ୍ତେ ମିଳିମଶି ଅତାଉଲ୍ଲାଙ୍କୁ ଲୁହାରଡ୍‌ରେ ଆକ୍ରମଣ କରିଥିଲେ। ଅତାଉଲ୍ଲା ଅଚେତ ହୋଇ ତଳେ ପଡ଼ିିଯାଇଥିଲେ। ଅଲିମା ଏକ ଧାରୁଆ ଛୁରିରେ ତାଙ୍କ ଗଳା କାଟିଦେଇଥିଲେ। ପ୍ରମାଣ ନଷ୍ଟ କରିବା ଲାଗି ଅଭିଯୁକ୍ତମାନେ ମୃତଦେହକୁ ଦୁଇଟି ଜରି ଅଖାରେ ପୂରାଇ ବାଇକ୍‌ରେ ନେଇ ନିଆଳ ପଥରଖଣିରେ ଫିଙ୍ଗିଦେଇଥିଲେ। ଖଣିରେ ଏକ ଅଖା ଭିତରେ ମୃତଦେହ ଭାସୁଥିବା ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଜିଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟରିଆଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସ୍‌ଡିପିଓ ସୁଶିଲ ମିଶ୍ର ଓ ଥାନାଧିକାରୀ ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ଏସ୍‌ଆଇ ସୁକାନ୍ତ ଦଳାଇ, ସସ୍ମିତା ବେହେରା, ଏଏସ୍‌ଆଇ ଆଲୋକ ନାୟକ ଏବଂ କନଷ୍ଟେବଳ ଅବଦୁଲ ମାସି ଖାନ ପ୍ରମୁଖ ସାମିଲ ଥିଲେ। ଘଟଣା ଦିନ ବିଳମ୍ବିତ ରାତିରେ ପୋଲିସ ଜଣକୁ ଧରିବା ପରେ ତାଙ୍କଠାରୁ ସୂଚନା ପାଇ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ବିବାହ ପ୍ରତିଶ୍ରୁତି ସତ୍ତ୍ୱେ ପ୍ରତାରଣା ଯୋଗୁ ପ୍ରତିଶୋଧ ପରାୟଣ ହୋଇ ଅଲିମା ତାଙ୍କ ପ୍ରେମିକ ଅତାଉଲ୍ଲାଙ୍କୁ ହତ୍ୟା ଓ ଅନ୍ୟମାନେ ସହଯୋଗ କରିଥିବା ସ୍ବୀକାର କରିଛନ୍ତି ବୋଲି ଡିଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?