ପ୍ରତିଶୋଧ ପାଇଁ ପ୍ରେମିକଙ୍କ ତଣ୍ଟି କାଟିଥିଲେ

ଖୋର୍ଦ୍ଧା ଅଫିସ,୨୦ା୬: ଖୋର୍ଦ୍ଧା ଟାଉନ ଥାନା ଅଧୀନ ମଲ୍ଲିପୁର ପଞ୍ଚାୟତ ନିଆଳ ଗ୍ରାମର ପଥରଖଣିରୁ ଅତାଉଲ୍ଲା ଖାଁଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ପ୍ରେମରେ ପ୍ରତାରଣା ପରେ ପ୍ରତିଶୋଧ ପରାୟଣ ହୋଇ ଅତାଉଲ୍ଲାଙ୍କୁ ହତ୍ୟା କରାଯାଇଥିବା ଖୋର୍ଦ୍ଧା ଡିଏସ୍‌ପି ସଞ୍ଜୟ ପଟ୍ଟନାୟକ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୃତକଙ୍କ ସ୍ତ୍ରୀ ଅସ୍‌ମା ବେଗମଙ୍କ ଅଭିଯୋଗକ୍ରମେ ପୋଲିସ ଆଇପିସି ୩୦୨ ଦଫାରେ ଏକ ହତ୍ୟା ମାମଲା (ନଂ. ୨୮୮/୨୨) ରୁଜୁ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ କେରଙ୍ଗ ଗ୍ରାମର ଅଲିମା ବେଗମ (୩୭) ଓରଫ ଡଲି, ତାଙ୍କର ଦୁଇପୁଅ ଏସ୍‌.କେ. ମହିଫୁଜ ଓରଫ ନବୀନ (୧୮), ଅବଦ୍ଦୁଲ ମସୁର ଖାଁ ଓରଫ ଉତାଉଲ (୧୯) ଏବଂ ସହଯୋଗୀ ଏସ୍‌.କେ. ମଶହୁର ରେହମାନ ଓରଫ ରିଙ୍କୁ (୨୫)। ଏମାନଙ୍କଠାରୁ ପୋଲିସ ହତ୍ୟାରେ ବ୍ୟବହୃତ ଛୁରି, ଲୁହାରଡ୍‌, ୩ଟି ମୋବାଇଲ ଫୋନ, ଗୋଟିଏ ଗ୍ଲାମର ଏମ୍‌ଏସ୍‌ ବାଇକ (ନଂ. ଓଡି-୧୯-ଏସ-୦୩୮୧) ଏବଂ ୨ଲକ୍ଷ ୬ ଶହ ଟଙ୍କା ଜବତ କରିଛି।
ପଟ୍ଟନାୟକ କହିଛନ୍ତି, ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଲିମା ବେଗମଙ୍କ ସହ ଅତାଉଲ୍ଲାଙ୍କ ପ୍ରେମ ଓ ଶାରୀରିକ ସମ୍ପର୍କ ଗଢ଼ିଉଠିଥିଲା। ସେ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଲିମା ପାଇକତିଗିରିଆରେ ରହୁଥିଲେ। ଅନେକ ସମୟରେ ସେ ଅତାଉଲ୍ଲାଙ୍କ ଘରକୁ ଆସୁଥିଲେ। ତେବେ ତାଙ୍କ ସ୍ତ୍ରୀ ଅସ୍‌ମା ଏବଂ ସ୍ଥାନୀୟ ସରପଞ୍ଚଙ୍କ ତାଗିଦା ପରେ ଯିବା ଆସିବା କମାଇ ଦେଇଥିଲେ। ଅତଉଲ୍ଲା ତାଙ୍କୁ ପ୍ରତାରଣା କରୁଛନ୍ତି ବୋଲି ଅଲିମା ଜାଣିସାରିଥିଲେ। ସେ ଅତାଉଲ୍ଲାଙ୍କର ନ ହେଲେ, ଆଉ କାହାର ହେବାକୁ ଦେବେନାହିଁ ବୋଲି ଧମକ ଦେଇଥିଲେ। ପ୍ରତିଶୋଧର ନିଆଁରେ ସେ ଜଳୁଥିଲେ। ଅତାଉଲ୍ଲାଙ୍କୁ ଜୀବନରୁ ମାରିଦେବାକୁ ସେ ଷଡ଼ଯନ୍ତ୍ର ରଚିିଥିଲେ। ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଗତ ୧୬ ତାରିଖ ସନ୍ଧ୍ୟାରେ ବନ୍ଧୁ ମଶହୁର ରେହମନ (ରିଙ୍କୁ) ଅତାଉଲ୍ଲାଙ୍କୁ ଅଲିମାଙ୍କ ଘରକୁ ଡାକି ନେଇଥିଲେ। ସେଠାରେ ଅଲିମା ଏବଂ ଅତାଉଲ୍ଲାଙ୍କ ମଧ୍ୟରେ ପୂର୍ବ ଘଟଣାକୁ ନେଇ ଝଗଡ଼ା ହୋଇଥିଲା। ଏହି ସମୟରେ ସେଠାରେ ଅଲିମାଙ୍କ ଦୁଇ ପୁଅ (ଅନ୍ୟତମ ଦୁଇ ଅଭିଯୁକ୍ତ) ମହିଫୁଜ ଓ ଉତାଉଲ୍‌ ଉପସ୍ଥିତ ଥିଲେ। ସମସ୍ତେ ମିଳିମଶି ଅତାଉଲ୍ଲାଙ୍କୁ ଲୁହାରଡ୍‌ରେ ଆକ୍ରମଣ କରିଥିଲେ। ଅତାଉଲ୍ଲା ଅଚେତ ହୋଇ ତଳେ ପଡ଼ିିଯାଇଥିଲେ। ଅଲିମା ଏକ ଧାରୁଆ ଛୁରିରେ ତାଙ୍କ ଗଳା କାଟିଦେଇଥିଲେ। ପ୍ରମାଣ ନଷ୍ଟ କରିବା ଲାଗି ଅଭିଯୁକ୍ତମାନେ ମୃତଦେହକୁ ଦୁଇଟି ଜରି ଅଖାରେ ପୂରାଇ ବାଇକ୍‌ରେ ନେଇ ନିଆଳ ପଥରଖଣିରେ ଫିଙ୍ଗିଦେଇଥିଲେ। ଖଣିରେ ଏକ ଅଖା ଭିତରେ ମୃତଦେହ ଭାସୁଥିବା ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଜିଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟରିଆଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସ୍‌ଡିପିଓ ସୁଶିଲ ମିଶ୍ର ଓ ଥାନାଧିକାରୀ ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ଏସ୍‌ଆଇ ସୁକାନ୍ତ ଦଳାଇ, ସସ୍ମିତା ବେହେରା, ଏଏସ୍‌ଆଇ ଆଲୋକ ନାୟକ ଏବଂ କନଷ୍ଟେବଳ ଅବଦୁଲ ମାସି ଖାନ ପ୍ରମୁଖ ସାମିଲ ଥିଲେ। ଘଟଣା ଦିନ ବିଳମ୍ବିତ ରାତିରେ ପୋଲିସ ଜଣକୁ ଧରିବା ପରେ ତାଙ୍କଠାରୁ ସୂଚନା ପାଇ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ବିବାହ ପ୍ରତିଶ୍ରୁତି ସତ୍ତ୍ୱେ ପ୍ରତାରଣା ଯୋଗୁ ପ୍ରତିଶୋଧ ପରାୟଣ ହୋଇ ଅଲିମା ତାଙ୍କ ପ୍ରେମିକ ଅତାଉଲ୍ଲାଙ୍କୁ ହତ୍ୟା ଓ ଅନ୍ୟମାନେ ସହଯୋଗ କରିଥିବା ସ୍ବୀକାର କରିଛନ୍ତି ବୋଲି ଡିଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେବା ଘଟଣା: କମ୍ପ୍ୟୁଟର ସେଣ୍ଟର ସିଲ୍‌, ମାଲିକ ଅଟକ

ବେଗୁନିଆପଡ଼ା,୮ା୧(ଡି.ଏନ.ଏ.): ଜଣେ ବ୍ୟକ୍ତିଙ୍କ ଚାକିରି ନିମନ୍ତେ ଜାଲ୍‌ ଜାତିଗତ ପ୍ରମାଣପତ୍ର ପ୍ରସ୍ତୁତ କରିଥିବା କମ୍ପ୍ୟୁଟର ସେଣ୍ଟର ମାଲିକଙ୍କୁ ମଙ୍ଗଳବାରଠାରୁ ଅଟକ ରଖାଯାଇଛି। କୋଦଳା ତହସିଲଦାର ପ୍ରଭାତ...

ପ୍ରାର୍ଥୀଙ୍କୁ ପରଖୁଛନ୍ତି ଭୋଟର

ରଘୁନାଥପୁର,୫ା୨(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ତରିକୁନ୍ଦ, ଜୟଶୋଳ ଓ ବରାଗୋଳ ପଞ୍ଚାୟତରେ ଦୀର୍ଘଦିନ ଧରି ରାସ୍ତାଘାଟ, ପାନୀୟଜଳ ଓ ଜନକଲ୍ୟାଣମୂଳକ ଯୋଜନାଗୁଡିକ ଠିକ୍‌ ଭାବେ...

ଝରଣାସାହି ଚୋରି ଘଟଣାରେ ୪ ଗିରଫ

ଉଦଳା,୫ା୮(ଡି.ଏନ୍‌.ଏ.)-ଉଦଳା ଥାନା ଅଧୀନ ଝରଣାସାହି ଗ୍ରାମ ଚୋରି ଘଟଣାର ୩ ସପ୍ତାହ ପରେ ପୋଲିସ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କଠାରୁ ଦୁଇଟି...

ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଢେଙ୍କାନାଳ ଅଫିସ, ୨୫।୧ ଢେଙ୍କାନାଳ ସ୍ବତନ୍ତ୍ର ପୋକ୍‌ସୋ ଅଦାଲତରେ ଶୁକ୍ରବାର ୨୦୧୬ରେ ସଂଘଟିତ ଏକ ନାବାଳିକା ବଳାତ୍କାର ଏବଂ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି।...

ଆଇଡିଏଚ୍‌ରେ ଅବ୍ୟବସ୍ଥା ଅଭିଯୋଗ

ପୁରୀ ଅଫିସ,୩।୫: ପୁରୀ ଜିଲାରେ ଶନିବାର ୩୦୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପୁରୀ ସହରରୁ ୧୩୩ ଜଣ ସଂକ୍ରମିତ ରହିଛନ୍ତି। ସେହିପରି ପୁରୀ...

କ୍ୱାରେଣ୍ଟିନ୍‌ ସେଣ୍ଟରରୁ ୩୪ ପ୍ରବାସୀ ଫେରାର

ସାରସକଣା,୨।୫: ମୟୂରଭଞ୍ଜ ଜିଲା ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ୩୪ ପ୍ରବାସୀ ଫେରାର ହୋଇଯାଇଛନ୍ତି। ଏନେଇ ସାରସକଣା ବିଡ଼ିଓ ସଂଗ୍ରାମ କେଶରୀ ଭୋଳ...

ନିଆଁରେ ପୋଡ଼ି ୨ ମୃତ, ୩ ଗୁରୁତର

ରାୟଗଡ଼ା ଅଫିସ,୧୮ା୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ଅଞ୍ଚଳରେ ଗୁରୁବାର ଘରେ ନିଆଁ ଲାଗି ଗୋଟିଏ ପରିବାରର ୫ ଜଣ ପୋଡ଼ିହୋଇ...

ଗୁନ୍ଦିଆ-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନ୍‌ ଇଞ୍ଜିନ୍‌ରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ

ଝାରସୁଗୁଡ଼ା ଅଫିସ,୧୮।୧୦:ଗୁନ୍ଦିଆରୁ ଝାରସୁଗୁଡ଼ା ଆସୁଥିବା ଜେଡି ନାମକ ୦୮୮୬୧ନଂ ପାସେଞ୍ଜର ଟ୍ରେନ୍‌ ମଙ୍ଗଳବାର ରାତି ସାଢେ ୮ଟାରେ ବ୍ରଜରାଜନଗର ରେଳଷ୍ଟେଶନର ୩ନଂ ପ୍ଲାଟଫର୍ମରେ ପହଞ୍ଚତ୍ବା ପରେ...

Advertisement
Archives

Model This Week