ଶତାୟୁ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ, ଗୋଟିଏ ଶ୍ରେଣୀରେ ପଢାଉଛନ୍ତି ଦୁଇଟି ଶିକ୍ଷୟତ୍ରୀ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ , ୨୯।୮(ଅରୁଣ ସାହୁ/ମନୋରଞ୍ଜନ ରଣା )- ରାଜ୍ୟରେ ସ୍ମାର୍ଟ ସ୍କୁଲର ରୂପାନ୍ତରିକରଣ ପରେ ଶିକ୍ଷାବ୍ୟବସ୍ଥାର ବିକଳ ଚିତ୍ର ଦେଖାଯାଇଛି ଦାରିଙ୍ଗବାଡିରେ। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଠାରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ଯୋଗୁଁ ଛାତ୍ରୀଛାତ୍ର ଅସୁବିଧା ଭୋଗୁଛନ୍ତି। ୧୯୧୮ ମସିହାରେ ସ୍ଥାପନ କରାଯାଇଥିବା ସର୍ବ ପୁରାତନ ବିଦ୍ୟାଳୟ ଅବ୍ୟବସ୍ଥା ଯୋଗୁଁ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ବାଧକ ସାଜୁଛି। ଉକ୍ତ ବିଦ୍ୟାଳୟ ପୂର୍ବରୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଗତ ୩ ବର୍ଷ ହେଲା ତାହା ପ୍ରକଳ୍ପ କାଟିଦିଆଯାଇ କେବଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଣତ କରାଯାଇଛି। ହେଲେ କାଗଜପତ୍ରରେ ବିକାଶ ହୋଇଥିଲେ ସୁଦ୍ଧା ବାସ୍ତବରେ ବିଦ୍ୟାଳୟର ଉନ୍ନତି କିଛି ହୋଇପାରିନି। ଶତାୟୁ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଥିବା ବେଳେ ଶ୍ରେଣୀକୋଠାର ଅଭାବ ପାଇଁ କେବଳ ସପ୍ତମ ପର୍ଯ୍ୟନ୍ତ ୧୯୭ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି।
ଗୋଟିଏ ଶ୍ରେଣୀଗୃହରେ ଦୁଇ ଦୁଇଟି ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଯାଉଥିବା ବେଳେ ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ର ବାରଣ୍ଡାରେ ବସି ପାଠ ପଢୁଛନ୍ତି। ସେହିପରି କାର୍ଯ୍ୟାଳୟ ନ ଥିବାରୁ ଛାତ୍ରାବାସ ବାରଣ୍ଡାରେ ଚାଲିଛି ସ୍କୁଲ କାର୍ଯ୍ୟାଳୟ। ରାଜ୍ୟ ସରକାରଙ୍କ ଏମପି ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଅନୁଦାନ ଆସିଥିବା ବେଳେ ଦୀର୍ଘ ୮ ମାସ ହେଲା ଅଧପାନ୍ତରିଆ ହୋଇ କୋଠା ନିର୍ମାଣ କାର୍ଯ୍ୟ ଚାଲିଛି। ସେହିପରି ପ୍ରାୟ ୩୫ ଲକ୍ଷ ଟଙ୍କା ବିନିମୟରେ ବିଦ୍ୟାଳୟର ନୂତନ କୋଠା ସହ ରୂପାନ୍ତର କାର୍ଯ୍ୟ କରାଯିବାକୁ ପୁରୁଣା ଭଙ୍ଗା ଶ୍ରେଣୀକୋଠାକୁ ସମ୍ପୂର୍ଣ୍ଣ ଭଙ୍ଗାଗଲା କିନ୍ତୁ ସେଠି ନୂତନ କୋଠା ଆରମ୍ଭ କରାଯିବାରେ ଅହେତୁକ ବିଳମ୍ବ ଯୋଗୁଁ ବିଦ୍ୟାଳୟରେ ବହୁ ସମସ୍ୟା ଦେଖାଯାଇଛି। ଫଳରେ ପିଲାଙ୍କ ପାଠପଢ଼ା ସହ ଖେଳକୁଦ ଆଦି ସମସ୍ୟା ହେଉଛି। ସେହିପରି ପାଚେରୀ ନ ଥିବାରୁ ପିଲାଙ୍କ ସୁରକ୍ଷା ପ୍ରତି ସମସ୍ୟା ଦେଖାଯିବା ସହ ଛାତ୍ରାବାସ ରେ ପନିପରିବା କରାଯାଇଥିବା ଗଛ ଗୁଡିକୁ ଗାଈ ଖାଇ ନଷ୍ଟ କରିଦେଉଛି। ଛାତ୍ରୀଛାତ୍ରଙ୍କ ପାଇଁ ବିଦ୍ୟାଳୟରେ କେବଳ ଯେ କୋଠା ସମସ୍ୟା ତାହା ନୁହଁ ଲାଇବ୍ରେରୀ ପାଇଁ ସ୍ବତନ୍ତ୍ର କୋଠା ସମେତ ବିଜ୍ଞାନ କକ୍ଷ, କମ୍ପୁଟର, ଖେଳକୁଦ ପାଇଁ ପଡିଆ, ସ୍ମାର୍ଟ କ୍ଲାସ ରୁମ ଆଦି ବ୍ୟବସ୍ଥା କରାଗଲେ ଆମେ ଭଲ ପାଠ ପଢ଼ିପାରିବୁ ବୋଲି ଛାତ୍ରୀଛାତ୍ର ମାନେ କହିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକମୁନି ଦିଗାଲ କହିଛନ୍ତି ଯେ, ବହୁ ପୁରାତନ ବିଦ୍ୟାଳୟ ହୋଇଥିବା ବେଳେ ଏହାର ଉନ୍ନୟନ କାର୍ଯ୍ୟ ପାଇଁ ଆସିଥିବା ଅନୁଦାନରେ ବିଦ୍ୟାଳୟ ରୂପାନ୍ତର କରାଯିବାକୁ ରହିଥିବା ବେଳେ କାର୍ଯ୍ୟ କରୁଥିବା ଠିକାଦାରଙ୍କ ଅହେତୁକ ଅବହେଳା ପାଇଁ ବିଦ୍ୟାଳୟରେ ଦୁରବସ୍ଥା ସୃଷ୍ଟି ହୋଇଛି। ତେଣୁ ଶୀଘ୍ର କାର୍ଯ୍ୟ ଶେଷ କରାଯିବାକୁ ପ୍ରଶାସନକୁ ନିବେଦନ କରାଯାଇଥିବା ସେ କହିଛନ୍ତି। ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଗଣେଶ ଡାକୁଆ କହିଛନ୍ତି ଯେ, ବିଦ୍ୟାଳୟ ପରିସର ମଧ୍ୟରେ କୋଠା କାର୍ଯ୍ୟ ଓ ରୂପାନ୍ତର କାର୍ଯ୍ୟ କରାଯିବାକୁ ରହିଥିବା ବେଳେ ପ୍ରଶାସନ କାହିଁକି ନିରବ ରହିଛି। ଅନୁଦାନ ଥାଇ କାର୍ଯ୍ୟ କାହିଁକି ବିଳମ୍ବ କରାଯାଉଛି। ଏନେଇ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କ ନିକଟରେ ଲିଖିତ ଅଭିଯୋଗ କଲାପରେ ମଧ୍ୟ ରୂପାନ୍ତର କାର୍ଯ୍ୟ ବିଳମ୍ବ ହେଉଥିବା ସେ କହିଛନ୍ତି। ବିଡ଼ିଓ ଗଦାଧର ପାତ୍ରଙ୍କୁ ଏ ପ୍ରସଙ୍ଗରେ ପଚରାଯିବାରୁ ସେ ଏମସିଏଲ (ମହାନଦୀ କୋଲଫାଇଲଡ୍ସ ଲିମିଟେଡ଼ ) ଓ ମୋ ସ୍କୁଲ ପକ୍ଷରୁ ଅନୁଦାନ ରହିଛି କିନ୍ତୁ ଠିକାଦାର ଅବହେଳା କରୁଛନ୍ତି। ଶୀଘ୍ର ଅନ୍ୟ ପଦକ୍ଷେପ ନେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri