ହତ୍ୟା କରିଥିବା ମାନିଲେ ଶର୍ମିଷ୍ଠା

ଭୁବନେଶ୍ୱର, (ବ୍ୟୁରୋ)/କଟକ ଅଫିସ୍‌/ ନୟାଗଡ଼ ଅଫିସ/ରଣପୁର (ସ୍ବ.ପ୍ର.)/ଚାନ୍ଦବାଲି (ଡି.ଏନ.ଏ.),୨ା୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଜେଲ ଯାଇ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଶୁକ୍ରବାର କ୍ରାଇମ୍‌ବ୍ରାଞ୍ଚ ଆଗରେ ସତ ଓକାଳିଛନ୍ତି। ମାନସଙ୍କୁ ଅପହରଣ ପରେ ହତ୍ୟା କରିଥିବା ନେଇ ଶର୍ମିଷ୍ଠା ମାନିଥିବାବେଳେ କ୍ରାଇମ୍‌ବ୍ରାଞ୍ଚ ଏନେଇ ଇଣ୍ଡିଆନ ଏଭିଡେନ୍ସ ଆକ୍ଟର ଦଫା ୨୭ ଅନୁଯାୟୀ ବୟାନ ରେକର୍ଡ କରିଛି। ଏପରି କି ମାନସଙ୍କୁ କିପରି ଅପହରଣ, ହତ୍ୟା କରାଗଲା ଏବଂ ମୃତଦେହ ପୋତାଗଲା ସେନେଇ ଶର୍ମିଷ୍ଠା କାନ୍ଦି କାନ୍ଦି ବଖାଣିଥିବାବେଳେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ତାହାର ସିନ୍‌ ରିକ୍ରିଏଟ୍‌ କରାଯାଇଛି। ଅନ୍ୟପକ୍ଷରେ ରିମାଣ୍ଡରେ ଥିବା ଅନ୍ୟ ୩ ଅଭିଯୁକ୍ତ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ, ଝୁନା ଭୋଇ ଏବଂ ରଞ୍ଜନ ନାୟକ ଓରଫ ରାଜଙ୍କୁ କଟକ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରେ ଏକାଠି ବସାଇ ୩ଜଣିଆ ଟିମ୍‌ ପଚରାଉଚରା କରିଥିବା ଜଣାପଡ଼ିଛି। ଶର୍ମିଷ୍ଠା ଅପରାଧର ପେଡ଼ି ଖୋଲି ଦୋଷମାନି ନେଇଥିବା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଥିବାବେଳେ ହତ୍ୟା ପଛର କାରଣ ଓ ମେମୋରି ଚିପ୍‌ ବିଷୟରେ ସେ କ’ଣ କହିଲେ ତାହା କ୍ରାଇମ୍‌ବ୍ରାଞ୍ଚ କହିନାହିଁ।

ଶର୍ମିଷ୍ଠା ଦେଇଥିବା ବୟାନ ଅନୁସାରେ ଅନ୍ୟତମ ଅଭିଯୁକ୍ତ ଝୁନା ଭୋଇ, ଭାଗ୍ୟଧର ନାୟକ, ରାଜ ଓରଫ ରଞ୍ଜନ ନାୟକ, ନିଲୁ ଓରଫ ବିବେକ ଓ ସେ ମିଶି ଗତ ଫେବୃୟାରୀ ୭ ସକାଳେ ଭଦ୍ରକ ଜିଲା ଚାନ୍ଦବାଲି ଥାନାସ୍ଥିତ ପଳାସପୁର ଗ୍ରାମରୁ ମାନସଙ୍କୁ ଅପହରଣ କରିବା ପରେ ତାଙ୍କ କାର୍‌ରେ ଭୁବନେଶ୍ୱର ଆଣିଥିଲେ। ସେହିଦିନ ମଧ୍ୟାହ୍ନରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନାସ୍ଥିତ ଦୟାଲ ଆଶ୍ରମରେ ସେମାନେ ପହଞ୍ଚିଥିଲେ। ସେଠାରେ ମାନସଙ୍କୁ ନିସ୍ତୁକ ମାଡ଼ ମାରି ହତ୍ୟା କରିବା ପରେ ୮ ତାରିଖ ଅପରାହ୍ନରେ ତାଙ୍କ ମୃତଦେହକୁ ପୋତିବା ପାଇଁ ନିଜ କାର୍‌ରେ ନୟାଗଡ଼ ଜିଲା ରଣପୁର ଅଭିମୁଖେ ବାହାରିଥିଲେ। ଏହି ସମୟରେ ଶର୍ମିଷ୍ଠା ଓ ଝୁନା ଭୋଇ ଭୁବନେଶ୍ୱର ୟୁନିଟ-୧ ମାର୍କେଟରୁ ଝୋଟ ବ୍ୟାଗ୍‌, ସୁତୁଲି, ଗ୍ଲୋବ୍‌ସ କିଣିଥିଲେ। ରାସ୍ତାରେ ଯିବାବେଳେ ରାଜସୁନାଖଳାରୁ ଦୁହେଁ ୧୦ କେଜି ଲୁଣ କିଣିଥିଲେ। ସେଠାରେ ଭାଗ୍ୟଧର ଓ ରଞ୍ଜନ କୋଦାଳ ଓ ଗଇଁତି ମଧ୍ୟ କିଣିଥିଲେ। ତେବେ ଅଭିଯୁକ୍ତ ଭାଗ୍ୟଧରଙ୍କ ଘର ନୟାଗଡ଼ ଜିଲା ରଣପୁର ଥାନା ବଧିପାଟଣା ଗ୍ରାମରେ ହୋଇଥିବାରୁ ମାନସଙ୍କ ମୃତଦେହ ପୋତିବାକୁ ସେଠାକାର ଏକ ନିରାପଦ ସ୍ଥାନ ସେ ଦେଖାଇଥିଲେ, ଯାହାକି ବଧିପାଟଣା ଗଁାଠାରୁ ୨ କି.ମି. ଦୂର ଏକ ଜଙ୍ଗଲ ଜମି। ସେଠାରେ ସେମାନେ ୫ ଫୁଟ୍‌ର ଗାତ ଖୋଳି ମୃତଦେହ ପୋତିବା ପରେ ପ୍ରମାଣ ନଷ୍ଟ ପାଇଁ ମାନସଙ୍କ ଜିନିଷକୁ ନଷ୍ଟ କରିବାକୁ ଯାଜପୁର ଜିଲା ଚଣ୍ଡିଖୋଲ ଯାଇଥିଲେ।
ହତ୍ୟାକାଣ୍ଡ ସ୍ଥଳ ଦେଖାଇ କାନ୍ଦିଲେ ଶର୍ମିଷ୍ଠା
ଦୟାଲ ଆଶ୍ରମ ଉପର ମହଲାର ଏକ ରୁମ୍‌ରେ ମାନସଙ୍କୁ ରଖାଯାଇଥିଲା। ସେଠାରେ ହିଁ ତାଙ୍କୁ ମାଡ଼ ମାରି ମାରି ହତ୍ୟା କରାଯାଇଥିଲା। ଶର୍ମିଷ୍ଠା ଉକ୍ତ ରୁମ୍‌ରେ ସେଦିନର ଘଟଣାକୁ କ୍ରାଇମବ୍ରାଞ୍ଚ ଆଗରେ କହିଥିଲେ। ହେଲେ କହିଲା ବେଳେ ଶର୍ମିଷ୍ଠା ଭୋ ଭୋ ହୋଇ କାନ୍ଦି ପକାଇଥିଲେ।
ମେମୋରି ଚିପ୍‌କୁ ନେଇ ଫିଟୁନି ରହସ୍ୟ
ଅଭିଯୁକ୍ତମାନେ ଦୋଷ ସ୍ବୀକାର କରିଲେଣି। ହେଲେ ଯେଉଁ ମେମୋରି ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିଲା ବୋଲି ଚର୍ଚ୍ଚା ହେଉଛି ତାହା ଏବେ ରହସ୍ୟ ଘେରରେ। ୪ ଅଭିଯୁକ୍ତଙ୍କ ରିମାଣ୍ଡର ଅବଧି ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଉକ୍ତ ମେମୋରି ଚିପ୍‌ ବିଷୟରେ କୌଣସି ସୂଚନା ଦିଆ ନ ଯିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମେମୋରି ଚିପ୍‌ ସୁରକ୍ଷିତ ଅଛି ନାହିଁ, ସେଥିରେ କେଉଁ ପ୍ରଭାବଶାଳୀଙ୍କ ଅପରାଧ ଲୁଚି ରହିଛି ତାହା ଜାଣିବାକୁ ଅନେକେ ଅପେକ୍ଷା କରିଥିବାବେଳେ କ୍ରାଇମ୍‌ବ୍ରାଞ୍ଚ ଚିପ୍‌ ବିଷୟରେ କିଛି କହୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri