ଶର୍ମିଷ୍ଠା ମାନିଲେନି, ରଞ୍ଜନ ସତ କହିଲେ

ଭୁବନେଶ୍ୱର(ବ୍ୟୁରୋ)/କଟକ(ଅଫିସ୍‌) ୧।୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ପ୍ରତିଦିନ ନୂଆ ତଥ୍ୟ ଆସିବାରେ ଲାଗିଛି। ୫ ଦିନିଆ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପଚରାଉଚରା ଜାରି ରଖିଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ କ୍ରାଇମ୍‌ବ୍ରାଞ୍ଚ ଆଗରେ ମୁହଁ ଖୋଲୁନାହାନ୍ତି। ସେ ଫେରାର ହୋଇ ଯେପରି ପୋଲିସକୁ ଭୁଆଁ ବୁଲାଇଥିଲେ, ପଚରାଉଚରା ସମୟରେ ମଧ୍ୟ ସେପରି ବାଟବଣା କରୁଛନ୍ତି। ଅପରପକ୍ଷରେ ମାମଲାର ଅନ୍ୟତମ ଅଭିଯୁକ୍ତ ରାଜ୍‌ ଓରଫ ରଞ୍ଜନ ନାୟକ କ୍ରାଇମ୍‌ବ୍ରାଞ୍ଚ ନିକଟରେ ସବୁ ସତକଥା କହି ଦେଇଛନ୍ତି। ଅପହରଣ ପରେ ହତ୍ୟା କିପରି କଲେ, କେଉଁଠାରେ ପ୍ରମାଣ ନଷ୍ଟ କରିଥିଲେ ଏବଂ ଏଥିରେ କିଏ କିଏ ସହଯୋଗ କରିଥିଲେ ସେନେଇ ସମସ୍ତ କଥା ଜଣାଇବା ପରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଘଟଣାସ୍ଥଳ ନେଇ ସେଠାରୁ କିଛି ଜିନିଷ ଜବତ କରିଛି।
ରଞ୍ଜନ ଦେଇଥିବା ସୂଚନା ଅନୁସାରେ ତାଙ୍କ ସହ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା, ଝୁନା ଭୋଇ, ଭାଗ୍ୟଧର ନାୟକ ଓ ନିଲୁ ଓରଫ ବିବେକ ମିଶି ଭଦ୍ରକ ଜିଲା ଚାନ୍ଦବାଲି ଥାନା ପଳାଶପୁର ଗ୍ରାମରୁ ମାନସଙ୍କୁ ଫେବୃୟାରୀ ୭ରେ ଅପହରଣ କରିଥିଲେ। ଶର୍ମିଷ୍ଠାଙ୍କ କାର୍‌ରେ ସେଠାରୁ ମାନସଙ୍କୁ ଅଣାଯାଇ ଭୁବନେଶ୍ୱର ଏୟାରଫିଲ୍ଡ ଥାନାସ୍ଥିତ ଦୟାଲ ଆଶ୍ରମରେ ରଖାଯାଇଥିଲା। ଆଶ୍ରମରେ ନିରଞ୍ଜନ ସେଠୀଙ୍କ ସମେତ ଅନ୍ୟମାନେ ମାନସଙ୍କୁ ନିସ୍ତୁକ ମାଡ଼ ମାରି ହତ୍ୟା କରିଥିଲେ। ହତ୍ୟା ପରେ ମାନସଙ୍କ ମୃତଦେହକୁ ଏକ ଅଖାରେ ଭର୍ତ୍ତି କରି ଶର୍ମିଷ୍ଠାଙ୍କ କାର୍‌ରେ ନିଆଯାଇ ନୟାଗଡ଼ ଜିଲା ରଣପୁର ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ପୋତି ଦେଇଥିଲେ। ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ମାନସଙ୍କ ବିଭିନ୍ନ ଜିନିଷକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା। ସେମାନେ ମାନସଙ୍କ ଚପଲ, ଇୟର୍‌ ଫୋନ୍‌, ମୃତଦେହ ନିଆଯାଇଥିବା ଅଖା, ଏକ ଶାଢ଼ି, ଗାତ ଖୋଳାଯିବାରେ ବ୍ୟବହୃତ କୋଦାଳ, ଗଇଁତିକୁ ଉକ୍ତ କାର୍‌ରେ ଯାଜପୁର ଜିଲା ଚଣ୍ଡିଖୋଲଠୁ ୨ କି.ମି ଦୂର ୫୩ ନଂ ଜାତୀୟ ରାଜପଥର ଚଣ୍ଡିଖୋଲ-ଡୁବୁରି ରାସ୍ତା ପାର୍ଶ୍ୱରେ ଥିବା ଏକ ବୁଦାମୂଳେ ଗଇଁତି ଓ କୋଦାଳକୁ ଫୋପାଡ଼ି ଦେଇଥିଲେ। ଏଥିସହ ସେହି ସ୍ଥାନରେ ଚପଲ, ଇୟର୍‌ ଫୋନ୍‌, ଅଖା ଓ ଶାଢ଼ିକୁ ସେଠାରେ ପୋଡ଼ି ଦେଇଥିଲେ ବୋଲି ରଞ୍ଜନ ସୂଚନା ଦେବା ପରେ କ୍ରାଇମବ୍ରାଞ୍ଚ ଟିମ୍‌ ଗୁରୁବାର ସକାଳୁ ପ୍ରମାଣ ନଷ୍ଟ କରାଯାଇଥିବା ଉକ୍ତ ସ୍ଥାନକୁ ତାଙ୍କୁ ନେଇ ଯାଇଥିଲେ। କ୍ରାଇମ୍‌ବ୍ରାଞ୍ଚ ସହ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଯାଇଥିଲା। କୋଦାଳ ଓ ଗଇଁତି ଫିଙ୍ଗିଥିବା ସ୍ଥାନକୁ ରଞ୍ଜନ ଚିହ୍ନାଇଥିଲେ। ଅପରପକ୍ଷରେ ଅଭିଯୁକ୍ତମାନେ ସାମଗ୍ରୀ ପୋଡ଼ି ଦେଇଥିଲେ ମଧ୍ୟ ତାହା ଅର୍ଦ୍ଧପୋଡ଼ା ହୋଇ କିଛି ପଡ଼ି ରହିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ତନ୍ନ ତନ୍ନ ଯାଞ୍ଚ କରିବା ସହ ବିଭିନ୍ନ ନମୁନା ସଂଗ୍ରହ କରିଛି। ଘଟଣାସ୍ଥଳରୁ ଅର୍ଦ୍ଧପୋଡ଼ା ଚପଲ, ଇୟର୍‌ ଫୋନ୍‌, ଅଖା ଓ ଶାଢ଼ିକୁ କ୍ରାଇମ୍‌ବ୍ରାଞ୍ଚ ଜବତ କରିଥିଲା। ଏଥିସହ ବୁଦାମୂଳରୁ ଗଇଁତି ଓ କୋଦାଳକୁ ମଧ୍ୟ କ୍ରାଇମବ୍ରାଞ୍ଚ ଜବତ କରି ଆଣିଛି।

କୁଆଡ଼େ ଗଲା ମେମୋରି ଚିପ୍‌ ?
ଯେଉଁ ମେମୋରି ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିଲା ବୋଲି ପୋଲିସ କହିଥିଲା ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ୪ଅଭିଯୁକ୍ତଙ୍କ ରିମାଣ୍ଡର ଗୁରୁବାର ତୃତୀୟ ଦିନ ବିତିଯାଇଥିଲେ ମଧ୍ୟ ମେମୋରି ଚିପ୍‌କୁ ନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ। ମେମୋରି ଚିପ୍‌ ଅଛି କି ନାହିଁ ତାହାକୁ ନେଇ ପ୍ରଶ୍ନ ଛିଡ଼ା ହୋଇଛି। ଉକ୍ତ ମେମୋରି ଚିପ୍‌ରେ ବଡ଼ ନେତା, ମନ୍ତ୍ରୀଙ୍କ ଆପତ୍ତିଜନକ ଦୃଶ୍ୟ ଥିବା କୁହାଯାଉଥିଲା। ଯଦି ସେମାନଙ୍କୁ ବଞ୍ଚାଇବା ପାଇ ଶର୍ମିଷ୍ଠା ମେମୋରି ଚିପ୍‌କୁ ଭାଙ୍ଗି ଦେଇଥିବେ ତାହା ହେଲେ ହତ୍ୟାର କାରଣ ପରଦା ଆଢ଼ୁଆଳରେ ରହିଯିବ ବୋଲି କୁହାଯାଉଛି।

ମୋବାଇଲ ମିଳିଥିବା ସ୍ଥାନରେ କ୍ରାଇମ୍‌ବ୍ରାଞ୍ଚର ଯାଞ୍ଚ
ଯାଜପୁର ଧର୍ମଶାଳା ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥ ଶଙ୍ଖାରିଡିହ ନିକଟସ୍ଥ ରାସ୍ତା ପାର୍ଶ୍ୱରୁ ସୁରେଶ ନାଏକ ନାମକ ଜଣେ ଶ୍ରମିିକ ମାନସଙ୍କ ମୋବାଇଲ ପାଇଥିଲେ। ଉକ୍ତ ସ୍ଥାନକୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗୁରୁବାର ଯାଇଥିଲା। ହେଲେ କ୍ରାଇମବ୍ରାଞ୍ଚ ଟିମ୍‌ ସେଠାରେ କୌଣସି ଲୋକଙ୍କୁ ପଚରା ଉଚରା କରି ନ ଥିଲା। କିଛି ସମୟ ସେଠାରେ ରହି ଉକ୍ତ ଟିମ୍‌ ପୁଣି ଚଣ୍ଡିଖୋଲ ଆଡ଼କୁ ଚାଲିଯାଇଥିଲା।
ଆଜି ହୋଇପାରେ ସିନ୍‌ ରିକ୍ରିଏଶନ୍‌
ମାନସ ହତ୍ୟା ମାମଲାରେ ସବୁଠୁ ବଡ଼ ପ୍ରମାଣ ବାକି ରହିଛି। ଅଭିଯୁକ୍ତମାନେ କିପରି ହତ୍ୟା କଲେ, ମୃତଦେହ କେଉଁଠି ପୋତିଲେ ଘଟଣାସ୍ଥଳକୁ ଯାଇ ତାହା ପୁନର୍ବାର କ୍ରାଇମବ୍ରାଞ୍ଚକୁ କହିବେ। ଶୁକ୍ରବାର ଦୟାଲ ଆଶ୍ରମ ଓ ରଣପୁର ଥାନାସ୍ଥିତ ଜଙ୍ଗଲକୁ କ୍ରାଇମ୍‌ବ୍ରାଞ୍ଚ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍‌ ସିନ୍‌ ରିକ୍ରିଏଶନ୍‌ କରିପାରେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଟିଂ ଆଡ୍ଡାରେ ଚଢ଼ାଉ, ୩ ଗିରଫ

କଟକ ଅଫିସ,୧୭।୭: ଏକ ବେଟିଂ ଆଡ୍ଡାରେ ଚଢାଉ କରି ଦରଘାବଜାର ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ...

ଆକ୍ରମଣ ମାମଲା:ସାନଭାଇଙ୍କୁ ମାଡ଼ ମାରି ବଡ଼ ଗଲେ ଜେଲ

ଦିଗପହଣ୍ଡ,୧୩ା୧(ଡି.ଏନ.ଏ.)-ସାନଭାଇଙ୍କୁ ମାଡ଼ ମାରିବା ଅଭିଯୋଗରେ ସୋମବାର ପୋଲିସ ଦିଗପହଣ୍ଡି ବ୍ଲକ କୁମରଡ଼ା ଗ୍ରାମ ବଡ ସାହିର ସନ୍ତୋଷ ପ୍ରଧାନଙ୍କୁ କୋର୍ଟ ଚାଲାଣ କରିଛି। ମାମଲା ନଂ....

ସୂର୍ଯ୍ୟମନ୍ଦିର ବେଢ଼ା ପ୍ରାଚୀର ନିର୍ମାଣ କାର୍ଯ୍ୟ ନିମ୍ନମାନର

କୋଣାର୍କ,୯।୨(ଡି.ଏନ୍‌.ଏ): ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବେଢ଼ାର ଚତୁଃପାର୍ଶ୍ୱରେ ହୋଇଥିବା ପ୍ରାଚୀର ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ନିମ୍ନମାନର ସାମଗ୍ରୀ ବ୍ୟବହାର...

ଟଙ୍କା, ସୁନା ଲୋଭରେ ବୃଦ୍ଧଙ୍କୁ ହତ୍ୟାକଲେ ନାତି

ନିଶ୍ଚିନ୍ତକୋଇଲି/ସାଲେପୁର, ୧୧ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.): କଟକ ଜିଲା ନେମାଳ ଥାନା ଅଧୀନ କଳମିଶ୍ରି ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ଗଳାକାଟି ବୃଦ୍ଧଙ୍କୁ ହତ୍ୟା ଘଟଣାର ଶନିବାର ପୋଲିସ ପର୍ଦ୍ଦାଫାଶ...

ଆଡ଼ମ୍ବର ଆବାହନ, ନିରାଡ଼ମ୍ବର ବିସର୍ଜନ

ଭୁବନ, ୨୩।୯(ଡି.ଏନ.ଏ.):ମଣ୍ଡପରେ ବିରାଜିବେ ମହାମାୟା। ଦୁଇବର୍ଷ ପରେ ଚମକିବ ସହର ପରିବେଶ। ବୀରଦର୍ପରେ ଗଁାଦାଣ୍ଡରେ ବୁଲିବେ ସୁସଜ୍ଜିତ ବଳଦ। ପୁନର୍ଜୀବିତ ହେବ ମଣିଷ-ଭାରବାହୀ ପ୍ରାଣୀଙ୍କ ମଧ୍ୟରେ...

୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଦୁର୍ବୃତ୍ତ ଫେରାର

ବାଲେଶ୍ୱର ଅଫିସ,୭।୧୦: ବାଲେଶ୍ବର ଜିଲା ସହଦେବଖୁଣ୍ଟା ଥାନା ଝାଡ଼େଶ୍ବର ମନ୍ଦିର ନିକଟରେ ସୋମବାର ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ସେମାନଙ୍କ ପରିଚୟ ମିଳିପାରି ନ...

ଜାମିନ ଶୁଣାଣି ବେଳେ ପକ୍ଷ ରଖିବେ ବଳାତ୍କାର ପୀଡ଼ିତା

କଟକ ଅଫିସ,୨୮।୭: ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ନିୟମିତ ଜାମିନ ଶୁଣାଣି ବେଳେ ପୀଡ଼ିତା ନିଜେ କୋର୍ଟରେ ଉପସ୍ଥିତ ରହି ପକ୍ଷ ରଖିବେ। କୌଣସି କାରଣରୁ ସେ...

ଗଜଡିହୀ ଗ୍ରାମରେ ନିଆଁ ଲାଗି ଜଳିଗଲା ୩ ବଖରା

ବଡ଼ସାହି,୨୧ା୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ସୁହାଗପୁର ପଞ୍ଚାୟତ ଗଜଡିହୀ ଗ୍ରାମର ଖଗେଶ୍ୱର ବିନ୍ଧାଣୀଙ୍କ ଘରେ ନିଆଁ ଲାଗି ୩ ବଖରା ପୋଡି ପାଉଁଶ...

Advertisement
Archives

Model This Week