‘ଦ ଫାମିଲି ମ୍ୟାନ୍‌-୨’ର ଏହି ଅଭିନେତା କିଏ କାଣନ୍ତି: ଅଭିନୟ ପାଇଁ ଛାଡ଼ିଥିଲେ ଚାକିରି, ବିକିଥିଲେ ସ୍ତ୍ରୀଙ୍କ ଗହଣା

ବମ୍ବେ: ଆମାଜନ୍‌ ପ୍ରାଇମ୍‌ରେ ରିଲିଜ ହୋଇଛି ଲୋକପ୍ରିୟ ଓ୍ବେବ୍‌ ସିରିଜ୍‌ ‘ଦ ଫାମିଲି ମ୍ୟାନ୍‌’ର ଦ୍ୱିତୀୟ ସିଜିନ। ଏହି ସିଜିନ୍‌ରେ ପୁରୁଣା ଅଭିନେତାଙ୍କ ସହ ଅନେକ ନୂଆଁ ମୁହଁ ଦେଖିବାକୁ ମିଳୁଛି। ସେଭଳି ଏକ ଚରିତ୍ର ହେଲା ଜେ.କେ.ତଲପଡେ। ଶାରିବ ହାସମୀ ଏହି ଭୂମିକାରେ ନଜର ଆସୁଛନ୍ତି।

୨୦୦୮ରେ ଓସ୍କାର ଜିତିଥିବା ଫିଲ୍ମ ‘ସ୍ଲମ୍‌ଡଗ୍‌ ମିଲିୟେନର’ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଶାରିବ। ଏହାଛଡ଼ା ସେ ୨୦୧୨ରେ ଶାହାରୁଖଙ୍କ ଫିଲ୍ମ ‘ଜବ୍‌ ତକ୍‌ ହେ ଜାନ୍‌’ରେ ମଧ୍ୟ ନଜର ଆସିଥିଲେ।

ପିଲାଟିଦିନରୁ ଅଭିନେତା ହେବାକୁ ଚାହୁଁଥିଲେ ଶାରିବ। କ୍ୟାରିୟରର ପ୍ରାରମ୍ଭିକ ଦିନଗୁଡ଼ିକରେ ସେ ସହ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ପରେ ସେ ଅଭିନୟ ପାଇଁ ନିଜ ସ୍ତ୍ରୀଙ୍କ ଗହଣା ବିକ୍ରି କରିବାକୁ ପଛାଇନାହାନ୍ତି। ପୂର୍ବରୁ ସେ ଚାକିରି କରୁଥିଲେ।

ସେତେବେଳେ ଦୁଇଟି ଫିଲ୍ମ ଦେଖି ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଚାକିରି ଛାଡ଼ି ଦେଇଥିଲେ। ଫଳରେ ଧିରେ ଧିରେ ଯାହା ପାଖରେ ଥିଲା ଖର୍ଚ୍ଚ ହେବାରେ ଲାଗିଥିଲା। ଘର ଚଳାଇବା ପାଇଁ ସେ ଗାଡ଼ି ବିକି ଦେଇଥିଲେ, ଛୁଆ ମାନଙ୍କ ପାଇଁ ରଖିଥିବା ଟଙ୍କା ଏବଂ ସ୍ତ୍ରୀଙ୍କ ଗହଣା ମଧ୍ୟ ବିକିବା ଯାଏ କଥା ଯାଇଥିଲା। ଶେଷରେ ସେ ପୁଣିଥରେ ଚାକିରି କରିଥିଲେ। ଏହି ସମୟରେ ତାଙ୍କ ନିକଟକୁ ଏକ ଶର୍ଟଫିଲ୍ମର ଅଫର ଆସିଥିଲା। ଏହା ୟୁଟ୍ୟୁବ୍‌ରେ ବେଶ୍‌ ଭାଇରାଲ ହୋଇଥିଲା। ସେବେଠାରୁ ସେ ପଛକୁ ଫେରି ଚାହିଁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri