Posted inଜାତୀୟ

ଆରଜେଡି ସହ ହାତ ମିଶାଇଲେ ଶରଦ ଯାଦବ

ପାଟନା,୨୦।୩: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ଦଳ ଲୋକତାନ୍ତ୍ରିକ ଜନତା ଦଳ (ଏଲଜେଡି)ର ଆରଜେଡିରେ ବିଲୟ ଘଟିଛି। ଏହି ଅବସରରେ ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, ବିରୋଧୀ ଦଳ ସରକାରଙ୍କ ସହ ଲଢିବା ପାଇଁ ପ୍ରସ୍ତୁତି ବିଳମ୍ବ କରିଛନ୍ତି। ଆମେ ନିଜେ ୨୦୧୯ରୁ ଏକାଠି ହେବା ଉଚିତ୍‌ ଥିଲା। ଶରଦ ଯାଦବଙ୍କ ନିଷ୍ପତ୍ତି ଆମ ସମସ୍ତଙ୍କ ସାହସ ବଢାଇବାକୁ ଯାଉଛି।
ଭାଜପା ସହ ମେଣ୍ଟ କରିବା ପରେ ମେ ୨୦୧୮ରେ ନୀତୀଶ କୁମାରଙ୍କ ଠାରୁ ଅଲଗା ହୋଇଥିବା ଶରଦଙ୍କୁ ଏବେ ତେଜସ୍ବୀ ଯାଦବଙ୍କ ପଥ ପ୍ରଦର୍ଶକ ଭୂମିକାରେ ଦେଖିବାକୁ ମିଳିବ। ଗୋଖାଦ୍ୟ ଦୁର୍ନୀତିରେ ଦଣ୍ଡ ଭୋଗୁଥିବା ଲାଲୁ ପ୍ରସାଦ ଯାଦବଙ୍କ ଅନୁପସ୍ଥିତିରେ ସେ ରାଜନୈତିକ ଅଭିଜ୍ଞତା ସହିତ ତେଜସ୍ବୀଙ୍କୁ ଆଗକୁ ବଢାଇବେ। ଏହାର ପ୍ରତିବଦଳରେ ଆରଜେଡି ତାଙ୍କୁ ରାଜ୍ୟ ସଭାକୁ ପଠାଇବ ବୋଲି କୁହାଯାଉଛି। ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶରଦ ଯାଦବଙ୍କ ଏହି ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହେଲା ଇଏମଆଇ: ରେପୋ ରେଟ ୦.୨୫ ପ୍ରତିଶତ ବୃଦ୍ଧି କଲା ରିଜର୍ଭବ୍ୟାଙ୍କ…

ନୂଆଦିଲ୍ଲୀ,୮।୨ : ସାଧାରଣ ଲୋକ ପୁଣି ଥରେ ମହଙ୍ଗା ମାଡ଼ର ସମ୍ମୁଖୀନ ହେଉଛନ୍ତି। ଏବେ ଘର କିମ୍ବା କାର୍‌ ଋଣ କରି ଏହାର କିସ୍ତି ଦେବା...

ଚାଷୀ ଆଇନ ସ୍ଥଗିତ ରଖିବାକୁ ପ୍ରସ୍ତୁତ: ସରକାର

ନୂଆଦିଲ୍ଲୀ, ୨୦।୧- ବିବାଦୀୟ ୩ ଚାଷୀ ଆଇନକୁ ଦେଢ଼ ବର୍ଷ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତୁତ। ଏ ନେଇ ଏକ ଆଫିଡେଭିଟ୍‌ ମାଧ୍ୟମରେ ସୁପ୍ରିମକୋର୍ଟଙ୍କୁ ଜଣାଇବୁ...

ବିବାହ ଭୋଜିରେ ସାମିଲ ହୋଇଥିଲେ ୩୦୦ ଅତିଥି, ବେଙ୍ଗଡିଆଁ ମାରି ଫେରିଲେ

ଭିଣ୍ଡ, ୨୦।୫ : କୋଭିଡ୍‌ କଟକଣା ଖାତିର ନ କରି ବିବାହ ଭୋଜିରେ ଯୋଗଦେଇଥିଲେ ଧାର୍ଯ୍ୟ ସଂଖ୍ୟାଠାରୁ ଅଧିକ ଅତିଥିମାନେ। ଖବର ପାଇ ପୋଲିସ ପକ୍ଷରୁ...

ଚେତାବନୀ ପରେ ରିସର୍ଟକୁ ଫେରିଲେ  ୬ ବିଧାୟକ

ଜୟପୁର,୫।୬: ରାଜ୍ୟ ସଭା ନିର୍ବାଚନ ଆସନ୍ତା ୧୦ ତାରିଖରେ ହେବାକୁ ଥିବାବେଳେ ଘୋଡ଼ାବେପାର ଆଶଙ୍କାରେ ରାଜସ୍ଥାନ କଂଗ୍ରେସ ଏହାର ବିଧାୟକମାନଙ୍କୁ ଉଦୟପୁରସ୍ଥିତ ତାଜ ଆରାବଳି ରିସର୍ଟରେ...

ଶ୍ରୀ ହଜୁର ଶାହିବରୁ ଫେରିଥିବା ୫ ଜଣଙ୍କ ରିପୋର୍ଟ କରୋନା ପଜିଟିଭ

ଚଣ୍ଡିଗଡ଼,୨୮।୪: ମହାରାଷ୍ଟ୍ର ନାନ୍ଦେଡର ଶ୍ରୀ ହଜୁର ଶାହିବରୁ ପଞ୍ଜାବର ତନ ତରନ ଜିଲାକୁ ଫେରିଥିବା ୫ ଶ୍ରଦ୍ଧାଳୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏମାନଙ୍କଠାରେ କରୋନା...

ଏଏପି ହେଉଛି ଛୋଟ ରିଚାର୍ଜ, ୨୦୧୩ର ମୋଦି ହେଉଛନ୍ତି କେଜରିଓ୍ବାଲ : ଓଓ୍ବାଇସିଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୮।୧୧ : ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ (ଏମସିଡି) ନିର୍ବାଚନ ପୂର୍ବରୁ ଅଲ ଇଣ୍ଡିଆ ମୁସଲିମ ଇତେହାଦୁଲ ମୁସଲିମନ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

୨ ସାଧାରଣ ନାଗରିକଙ୍କ ଉପରକୁ ଆତଙ୍କବାଦୀଙ୍କ ଗୁଳିମାଡ: ଜଣଙ୍କ ମୃତ୍ୟୁ

ଶ୍ରୀନଗର,୧୬।୮: ଜମ୍ମୁକଶ୍ମୀରରେ ଆତଙ୍କବାଦୀମାନେ ପୁଣିଥରେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ଦୁଇ କଶ୍ମୀରୀ ପଣ୍ଡିତ ଭାଇଙ୍କୁ ଗୁଳି କରି କରିଛନ୍ତି। ଏଥିରେ ଜଣଙ୍କର...

ମୁମ୍ବାଇ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଲା ସିବିଆଇ ଟିମ୍‌

ମୁମ୍ବାଇ,୨୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ ମିଳିବା ପରେ ସିବିଆଇ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର...

Advertisement
Archives

Model This Week