Posted inଜାତୀୟ

ଆଜାଦ ମଇଦାନରେ କୃଷକ ରାଲିକୁ ସମ୍ବୋଧନ କରିବେ ଶରଦ ପାୱାର, ଆଦିତ୍ୟ ଠାକରେ

ମୁମ୍ବାଇ,୨୫ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ ଏବେ ସାରା ଦେଶରେ ରାଜନୀତି ହୋଇଛି ସରଗରମ । ଏବେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ମହାରାଷ୍ଟ୍ରର କୃଷକମାନେ ମଧ୍ୟ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛନ୍ତି । ସୋମବାର ଅଲ ଇଣ୍ଡିଆ କୃଷକ ସଭାର ନେତୃତ୍ୱରେ ନାସିକରୁ ପାଦରେ ଚାଲି ଚାଲି ହଜାର ହଜାର ସଂଖ୍ୟାରେ କୃଷକ ମୁମ୍ବାଇ ପହଞ୍ଚିଛନ୍ତି । ଏଠାରେ ଥିବା ଆଜାଦ ମଇଦାନରେ କୃଷକଙ୍କର ଏକ ବଡ ରାଲିର ଡାକରା ଦିଆଯାଇଛି । ଏହି ରାଲିକୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାୱାର ଓ ଶିବସେନା ନେତା ଆଦିତ୍ୟ ଠାକରେଙ୍କ ସମେତ କେତେଜଣ କଂଗ୍ରେସ ନେତା ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଆଲୋଚନା ହେଉଛି କି ଏହି ମାଧ୍ୟମରେ ଶାସକ ଦଳ ଗୁଡିକ ଗ୍ରାମୀଣ ଅଞ୍ଚଳରେ ନିଜର ସ୍ଥିତି ମଜଭୁତ କରିବାକୁ ଚେଷ୍ଟା କରିବେ । ଅନ୍ୟପଟେ ଅଲ ଇଣ୍ଡିଆ କୃଷକ ସଭାର ପ୍ରବକ୍ତା ଅଶୋକ ଧବଳେ କହିଛନ୍ତି, ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ଫେରାଇ ନେବା । ଏହାସହ ଦିଲ୍ଲୀ ସୀମାରେ ଏହାକୁ ନେଇ ଆନ୍ଦୋଳନରେ ବସିଥିବା କୃଷକଙ୍କୁ ସମର୍ଥନ କରିବା ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ବା ସେକ୍ଟର ନିକଟରେ ଠାବ ହେଲା ସୁଡଙ୍ଗ

ନୂଆଦିଲ୍ଲୀ,୨୨।୧୧-ଜମ୍ମୁ-କଶ୍ମୀର ସ୍ଥିତ ସାମ୍ବା ସେକ୍ଟର ନିକଟ ଅନ୍ତର୍ଜାତୀୟ ସମୀରେ ରବିବାର ଯବାନମାନେ ଏକ ସୁଡଙ୍ଗ ଠାବ କରିଛନ୍ତି। ଗତ ଗୁରୁବାର ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ୪...

ଚାଇନା ସୀମାରେ ବଢ଼ୁଛି ଉତ୍ତେଜନା: ଆଉ ୩୫ ହଜାର ଯବାନ ମୁତୟନ ହେବେ

ନୂଆଦିଲ୍ଲୀ,୩୧ା୭:ଚାଇନା ସୀମାରେ ଦୀର୍ଘଦିନ ହେଲା ଉତ୍ତେଜନା ଲାଗି ରହିଛି। ବିବାଦର ସମାଧାନ ପାଇଁ ଦୁଇଦେଶ ପକ୍ଷରୁ ଉଦ୍ୟମ ଜାରି ରହିଥିଲାବେଳେ ଭାରତ ଅତିରିକ୍ତ ୩୫ ହଜାର...

ଜୁନ୍‌ ୨୭ରେ ଯଶଓ୍ବନ୍ତ ଦାଖଲ କରିବେ ନାମାଙ୍କନ…

ନୂଆଦିଲ୍ଲୀ, ୨୪।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳଙ୍କ ପ୍ରାର୍ଥୀ ୟଶୱନ୍ତ ସିହ୍ନା ଜୁନ ୨୭ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ନାମାଙ୍କନପତ୍ର ଦାଖଲ...

ରାଜ୍ୟପାଳଙ୍କୁ ଭେଟିଲେ ହେମନ୍ତ: ୨୯ରେ ନେବେ ଶପଥ

ରାଞ୍ଚି,୨୫ା୧୨(ପି.ଟି.): ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ମଙ୍ଗଳବାର ରାଜ୍ୟପାଳ ଦ୍ରୌପଦୀ...

ଡିବିଟିରେ ୩୬,୬୫୯ କୋଟି

ନୂଆଦିଲ୍ଲୀ,୨୦।୪: ସୁବିଧାର ପ୍ରତ୍ୟକ୍ଷ ହସ୍ତାନ୍ତର(ଡିବିଟି) ଦ୍ୱାରା ଦେଶର ୧୬.୦୧ କୋଟି ଲୋକଙ୍କ ପାଖକୁ ସରକାର ୩୬,୬୫୯ କୋଟି ଟଙ୍କା ପଠାଇଛନ୍ତି। ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ(ପିଏଫ୍‌ଏମ୍‌ଏସ୍‌)ରେ...

ସିଡିଏସ ବିପିନ ରାୱତଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କ ଭିଡ

ନୂଆଦିଲ୍ଲୀ,୧୦।୧୨: ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ୧୩ ଜଣଙ୍କୁ ଶୁକ୍ରବାର ସିଡିଏସ ବିପିନ ରାୱତଙ୍କ ସମେତ ଅନ୍ତିମ ବିଦାୟ ଦିଆଯାଉଛି। ଏହାପୂର୍ବରୁ ଜେନେରାଲ...

ଉଦ୍ଧବ ଦେଶର ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ, କହିଲେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ…

ମୁମ୍ବାଇ,୧୯।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାକୁ ନେଇ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚୌହ୍ବାନଙ୍କ ମନ୍ତବ୍ୟ ନେଇ ଏବେ...

ଭାରତରେ ଦେଢ଼ ଲକ୍ଷ ଛୁଇଁବ କରୋନା ସଂକ୍ରମିତଙ୍କ ସଂଖ୍ୟା: ମହାରାଷ୍ଟ୍ରରେ ୫୨ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ,୨୬।୫: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଜାରି ରହିଛି। ଖୁବ୍‌ ଶୀଘ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଛୁଇଁବ। ମଙ୍ଗଳବାର ସୁଦ୍ଧା...

Advertisement
Archives

Model This Week