Posted inଖେଳ

କୋହଲିଙ୍କୁ ଏମିତି ଚ୍ୟାଲେଞ୍ଜ୍‌ ଦେଲେ ଡବ୍ଲୁଡବ୍ଲୁଇ ସୁପରଷ୍ଟାର

ଡବ୍ଲୁଡବ୍ଲୁଇ ସୁପରଷ୍ଟାର ଟ୍ରିପଲ ଏଚ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆକୁ ଏକ କ୍ରିକେଟ ମ୍ୟାଚ ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି। ଡବ୍ୟୁଡବ୍ଲ୍ୟୁଇର ଏକ ବଡ ଶୋ ଭାରତୀୟ ଦର୍ଶକଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି, ଯାହା ସୋନି ନେଟୱାର୍କରେ ଜାନୁଆରୀ ୨୬ରେ ପ୍ରସାରଣ ହେବ। ଏହି ଶୋ’ରେ ୧୦ଟି ଭାରତୀୟ ଡବ୍ଲୁଡବ୍ଲୁଇ ସୁପରଷ୍ଟାର ସହିତ କିଛି ଆନ୍ତର୍ଜାତୀୟ ଡବ୍ଲୁଡବ୍ଲୁଇ କିମ୍ବଦନ୍ତୀ ଏବଂ ସୁପରଷ୍ଟାରଙ୍କ ସହିତ ସ୍କ୍ରିନ କରାଯିବ। ଟ୍ରିପଲ ଏଚ ଏକ ସାକ୍ଷାତକାରରେ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଭଲପାଇବା ଏବଂ ଭାରତୀୟ ଦର୍ଶକ ତାଙ୍କ ପାଇଁ କିପରି ସ୍ବତନ୍ତ୍ର ତାହା ସେ କହିଥିଲେ। ଟ୍ରିପଲ କହିଛନ୍ତି ଯେ, ଭାରତୀୟ ଡବ୍ଲୁଡବ୍ଲୁଇ ସୁପରଷ୍ଟାରଙ୍କ ସହ ହୋଇଥିବା ସ୍ବତନ୍ତ୍ର ଶୋ ପାଇଁ ସେ ବହୁତ ଉତ୍ସାହିତ ଥିବା ସେ କହିଛନ୍ତି। ଭାରତୀୟ କ୍ରିକେଟ ଦଳ ଏବଂ ଟପ ଡବ୍ଲୁଡବ୍ଲୁଇ ସୁପରଷ୍ଟାରଙ୍କ ମଧ୍ୟରେ ମୁହାଁମୁହିଁ ହେଳେ କ’ଣ ହେବ ପ୍ରଶ୍ନର ଉତ୍ତରରେ ଟ୍ରିପଲ୍‌ କହିଛନ୍ତି ଯେ, ମୋତେ ଏକ ସୁଯୋଗ ଦିଅ। ମୁଁ ଏବେ ଭାରତୀୟ କ୍ରିକେଟ ଦଳ ଏବଂ ଡବ୍ଲୁଡବ୍ଲୁଇ ଇଣ୍ଡିଆନ ସୁପରଷ୍ଟାର ମଧ୍ୟରେ ଏକ ମ୍ୟାଚ ଖେଲିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ ମ୍ୟାଚ ପାଇଁ ମୋତେ ସମୟ ଏବଂ ସ୍ଥାନ ଦରକାର, ଯଦି ମୁଁ ବ୍ୟାଟିଂ କରିବାକୁ ସୁଯୋଗ ପାଏ ତେବେ ମୁଁ ଭଲ ପ୍ରଦର୍ଶନ କରିପାରିବି କିନ୍ତୁ ସଚିନ ତେନ୍ଦୁଲକରଙ୍କ ପରି ହୋଇପାରିବି ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri