ସଙ୍ଗୀତ ପ୍ରେମରେ ଶାନ୍ତିସ୍ବରୂପ

କାମାକ୍ଷାନଗର, ୭।୧୨( ସୁଧୀର କୁମାର ପରିଡ଼ା ): ସଙ୍ଗୀତକୁ ନେଇ ଆଖିରେ ଆଖିଏ ସ୍ବପ୍ନ । ଆଧୁନିକ ହେଉ କି ଶାସ୍ତ୍ରୀୟ ରାଗ, ତାଙ୍କ କଣ୍ଠରୁ ଝରିପଡୁଥିବା ପ୍ରତିଟି ସ୍ବର ବିଭୋର କରେ ଶ୍ରୋତାଙ୍କୁ। ମାତ୍ର ୪ ବର୍ଷରୁ ଆରମ୍ଭ ହୋଇଥିବା ସଙ୍ଗୀତ ସାଧନାର ଏହି ଯାତ୍ରା ସମୟର ପ୍ରତିକୂଳ ସ୍ରୋତ ପାର କରି ଏବେ ବେଶ୍‌ ପରିପକ୍ୱ। ଛୋଟମୋଟ ଷ୍ଟେଜ୍‌ ଶୋ’ରୁ ୟୁଟ୍ୟୁବ ସେନ୍‌ସେନଶନ ପାଲଟିଥିବା ଏହି କଳାକାର ଜଣକ ହେଉଛନ୍ତି ଶାନ୍ତିସ୍ବରୂପ ପଟ୍ଟନାୟକ। ସାମାନ୍ୟ ଅନୂକୁଳ ପରିବେଶ ପାଇଲେ ପ୍ରତିଭା ବିକଶିତ ହୁଏ, ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଏହି ଯୁବ କଣ୍ଠଶିଳ୍ପୀ।

ମୁଁ ତତେ ଭଲପାଉଛି କାହିଁକି, ସପନ ଦେଖେ ରାତିରେ ଚେଇଁକି…। ପାଞ୍ଚ ଦିନ ତଳେ ୟୁଟ୍ୟୁବରେ ରିଲିଜ୍‌ ହୋଇଥିବା ଏହି ଗୀତକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା। ଏହି ରୋମାଣ୍ଟିକ୍‌ ଟ୍ରାକ୍‌ ଅଦ୍ୟାବଧି ୨୪୦୦ରୁ ଊର୍ଦ୍ଧ୍ୱ ଭିୟୁ ପାଇସାରିଥିବାବେଳେ ଲାଭ କରିଛି ଅନନ୍ୟ ଦର୍ଶକୀୟ ସ୍ବୀକୃତି। ଏହି ଗୀତ ପଛରେ ଯାହାର ଅବଦାନ ସବୁଠୁ ବେଶି ସେ ହେଉଛନ୍ତି ୧୭ ବର୍ଷୀୟ ଯୁବ କଣ୍ଠଶିଳ୍ପୀ ଶାନ୍ତିସ୍ବରୂପ। ସାଧନା କଲେ ସଫଳତା ମିଳେ। ଏହା ପ୍ରମାଣ କରି ଦେଖାଇଛନ୍ତି ସେ। ତୁଳସୀ ଦୁଇ ପତ୍ରରୁ ବାସେ, କଠିନ ପରିଶ୍ରମ ଏବଂ ଅଧ୍ୟବସାୟରେ ସବୁକିଛି ସମ୍ଭବ, ଏହା ତାଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି।
ଢେଙ୍କାନାଳ ଜିଲା କାମାକ୍ଷାନଗରର ସଞ୍ଜୟ ପଟ୍ଟନାୟକ ଏବଂ ଶୁଶ୍ରୀ ପଟ୍ଟନାୟକଙ୍କ ଏକମାତ୍ର ପୁଅ ହେଉଛନ୍ତି ଶାନ୍ତିସ୍ବରୂପ। ଜଣେ ସଫଳ କଣ୍ଠଶିଳ୍ପୀ ହେବାର ଜିଦ୍‌ ତାଙ୍କୁ ସଂଗୀତ ଜଗତରେ ଦେଇଛି ନିଆରା ପରିଚୟ। ମାତ୍ର ୪ ବର୍ଷରୁ ଆରମ୍ଭ ହୋଇଥିଲା ତାଙ୍କର ସଙ୍ଗୀତ ଯାତ୍ରା। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ସାହୁଙ୍କଠାରୁ ସେ ଜାରି ରଖିଛନ୍ତି ସଙ୍ଗୀତ ଶିକ୍ଷା। ବିଦ୍ୟାଳୟ, ଛୋଟ ଛୋଟ ଷ୍ଟେଜ୍‌ ଶୋ’ ଏବଂ ବଡ଼ ବଡ଼ ମଞ୍ଚରେ ଦକ୍ଷତା ଦେଖାଇ ସେ ସାଉଁଟିଛନ୍ତି ଅଜସ୍ର ପ୍ରଶଂସା। ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ଅର୍ଜିଛନ୍ତି ଯଶ। ଢେଙ୍କାନାଳ ପଲ୍ଲିଶ୍ରୀ ମେଳା, ବାହୁଡ଼ାଯାତ୍ରା ଭଜନ ସମାରୋହ, ପୁରୀ କାର୍ତ୍ତିକ ପୂର୍ଣ୍ଣିମା ଭଜନ ସମାରୋହ, କଟକ ବାଲିଯାତ୍ରା, କଟକ ଆକାଶବାଣୀରେ ମନଛୁଅଁା ଭଜନ ଗାଇ ଶ୍ରୋତାଙ୍କ ମନରେ ଛାଡ଼ିଛନ୍ତି ସ୍ବତନ୍ତ୍ର ଛାପ। ଖାଲି ସେତିକି ନୁହେଁ, ଡ୍ରାମାରେ ତାଙ୍କର ଜୀବନ୍ତ ଅଭିନୟ ନାଟ୍ୟପ୍ରେମୀଙ୍କୁ ବାନ୍ଧି ରଖିବାରେ ସମର୍ଥ। କାମାକ୍ଷାନଗର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ର ଶାନ୍ତିସ୍ବରୂପ ସମାନ୍ତରାଳ ଭାବେ ଅଭିନୟ ଏବଂ ସଙ୍ଗୀତ ସାଧନା ଜାରି ରଖିଛନ୍ତି। ନିକଟରେ ୟୁଟ୍ୟୁବ୍‌ ଚ୍ୟାନେଲ ‘ସମୃଦ୍ଧି ମ୍ୟୁଜିକ୍‌’ରେ ସହ କଳାକାର କଣ୍ଠଶିଳ୍ପୀ ସଲୋନୀଙ୍କ ସହିତ ମୁଁ ତତେ ଭଲପାଉଛି କାହିଁକି, ସପନ ଦେଖେ ରାତିରେ ଚେଇଁକି…ଟ୍ରାକ୍‌ ଦର୍ଶକୀୟ ଆଦୃତି ଲାଭ କରିଛି।
ପ୍ରତିଯୋଗିତାରେ ହାରିବା ଜିତିବା ବଡ଼କଥା ନୁହେଁ, କଳାକାରଙ୍କ ଗହଣରେ ସାମିଲ ହେଲେ ଶିଖିବାର ସୁଯୋଗ ମିଳିବ। ସାଧନା ହିଁ ସଫଳତାର ମୂଳମନ୍ତ୍ର। ନିରବଚ୍ଛିନ୍ନ ଉଦ୍ୟମ ବଳରେ ଜଣେ ସଫଳତା ଶିଖରରେ ପହଞ୍ଚତ୍ ପାରିବ ବୋଲି ଶାନ୍ତିସ୍ବରୂପ କହିଛନ୍ତି। ଭବିଷ୍ୟତରେ ସଙ୍ଗୀତକୁ ନେଇ କ୍ୟାରିୟର କରିବେ କି ବୋଲି ପ୍ରଶ୍ନରେ ସେ କୁହନ୍ତି, ଏହା ତାଙ୍କ ସ୍ବପ୍ନ। ଜଣେ ପ୍ରଚ୍ଛଦପଟ ଗାୟକ ଭାବେ ନିଜକୁ ପ୍ରତିଷ୍ଠା କରାଇବା ତାଙ୍କର ଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri