ଭୋଗରାଇ,୯।୭:(ପ୍ରଦୀପ ଦାସ)ସୀମା ବିବାଦକୁ ନେଇ ଆନ୍ଧ୍ର, ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ସ୍ଥିତି ଜଟିଳ ହେଉଥିବା ବେଳେ ଶନିବାର ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନଳିଆ ପଞ୍ଚାୟତ ଅଧୀନ ଶଙ୍ଖାମେଦୀ ଗାଁର ୩ଶହର ଊର୍ଦ୍ଧ୍ୱ ଭୋଟର ଭୋଟ ଦେଇଥିବା ସୂଚନା ମିଳିଛି। ସ୍ବତନ୍ତ୍ର ଓଡିଶା ପ୍ରଦେଶର ୮୬ବର୍ଷ ପୂରିଥିବା ବେଳେ ଓଡ଼ିଶାର ଶଙ୍ଖାମେଦୀ ଗାଁକୁ ପଶ୍ଚିମବଙ୍ଗ ଏକପ୍ରକାର ଗିଳି ଦେଇଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଶଙ୍ଖାମେଦୀ ଗାଁ ୧୯୨୭ ମସିହାରୁ ୧୯୮୦ ମସିହା ପର୍ଯ୍ୟନ୍ତ ଓଡିଶା ସରକାର ଏହି ଗ୍ରାମରୁ ରାଜସ୍ବ ଆଦାୟ କରୁଥିବା ବେଳେ ୧୯୭୮ ମସିହାରୁ ଏହି ସୀମାନ୍ତ ଗ୍ରାମ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲା ରାମନଗର ବ୍ଲକ ଅଧୀନକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଛକାପଞ୍ଝା ଲାଗିରହିଛି l ସେବେଠୁ ଏହି ଗ୍ରାମରେ ରାଜସ୍ବ ଆଦାୟ ବନ୍ଦ ରହିଛି l ୧୯୫୪ ମସିହା ଠାରୁ ଓଡିଶା ସରକାର ଏହି ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ, ଗ୍ରାମ ରାସ୍ତା ନିର୍ମାଣ କରିଥିବା ବେଳେ ବିଦ୍ୟୁତ ସଂଯୋଗ, ବିଶୁଦ୍ଧ ପାନୀୟଜଳ, ଶୌଚାଗାର ଓ ରାଶନକାର୍ଡ ଯୋଗାଇ ଦେଇଛନ୍ତି। ଅନୁରୂପ ଭାବେ ପଶ୍ଚିମବଙ୍ଗ ସରକାର ମଧ୍ୟ ଏହି ଗ୍ରାମକୁ ଅନ୍ୟାନ୍ୟ ମୌଳିକ ସୁବିଧା ସହ ଆବାସ ଯୋଜନା ଯୋଗାଇ ଦେଉଛନ୍ତି । ଓଡିଶା ନୂତନ ଗୃହ ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ରମାନେ ଅଦ୍ୟାବଧି ଓଡ଼ିଆରେ ପାଠ ପଢ଼ୁଥିବାବେଳେ ଓଡ଼ିଆ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। କିନ୍ତୁ ଏହି ଗ୍ରାମରୁ ରାଜସ୍ବ ଆଦାୟ ହେଉ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ ଜାତିଗତ ପ୍ରମାଣପାତ୍ର ମିଳୁନାହିଁ। ଏଭଳି ସ୍ଥିତିରେ ଓଡ଼ିଆ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ରମାନେ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଦୀର୍ଘବର୍ଷ ଧରି ଶଙ୍ଖାମେଦୀ ଗାଁ ଉଭୟ ରାଜ୍ୟର ଦ୍ୱୈତ୍ୟ ଶାସନ ଚାଲି ଆସୁଥିବା ବେଳେ ଏଠାକାର ଭୋଟରମାନେ ଦୁଇ ରାଜ୍ୟର ଭୋଟର କାର୍ଡ ହାତେଇ ନେଇ ଭୋଟ ଦେଉଛନ୍ତି। ଅପରପକ୍ଷରେ ଭୋଗରାଇ-ଜଳେଶ୍ୱର ପଶ୍ଚିମବଙ୍ଗ ସୀମାନ୍ତ ୧୨ଟି ଗାଁ ଉଣା ଅଧିକେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ସାମିଲ ହୋଇଥିବା ସୂଚନା ମିଳିଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

