ଭୋଗରାଇ,୯।୭:(ପ୍ରଦୀପ ଦାସ)ସୀମା ବିବାଦକୁ ନେଇ ଆନ୍ଧ୍ର, ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ସ୍ଥିତି ଜଟିଳ ହେଉଥିବା ବେଳେ ଶନିବାର ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନଳିଆ ପଞ୍ଚାୟତ ଅଧୀନ ଶଙ୍ଖାମେଦୀ ଗାଁର ୩ଶହର ଊର୍ଦ୍ଧ୍ୱ ଭୋଟର ଭୋଟ ଦେଇଥିବା ସୂଚନା ମିଳିଛି। ସ୍ବତନ୍ତ୍ର ଓଡିଶା ପ୍ରଦେଶର ୮୬ବର୍ଷ ପୂରିଥିବା ବେଳେ ଓଡ଼ିଶାର ଶଙ୍ଖାମେଦୀ ଗାଁକୁ ପଶ୍ଚିମବଙ୍ଗ ଏକପ୍ରକାର ଗିଳି ଦେଇଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଶଙ୍ଖାମେଦୀ ଗାଁ ୧୯୨୭ ମସିହାରୁ ୧୯୮୦ ମସିହା ପର୍ଯ୍ୟନ୍ତ ଓଡିଶା ସରକାର ଏହି ଗ୍ରାମରୁ ରାଜସ୍ବ ଆଦାୟ କରୁଥିବା ବେଳେ ୧୯୭୮ ମସିହାରୁ ଏହି ସୀମାନ୍ତ ଗ୍ରାମ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲା ରାମନଗର ବ୍ଲକ ଅଧୀନକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଛକାପଞ୍ଝା ଲାଗିରହିଛି l ସେବେଠୁ ଏହି ଗ୍ରାମରେ ରାଜସ୍ବ ଆଦାୟ ବନ୍ଦ ରହିଛି l ୧୯୫୪ ମସିହା ଠାରୁ ଓଡିଶା ସରକାର ଏହି ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ, ଗ୍ରାମ ରାସ୍ତା ନିର୍ମାଣ କରିଥିବା ବେଳେ ବିଦ୍ୟୁତ ସଂଯୋଗ, ବିଶୁଦ୍ଧ ପାନୀୟଜଳ, ଶୌଚାଗାର ଓ ରାଶନକାର୍ଡ ଯୋଗାଇ ଦେଇଛନ୍ତି। ଅନୁରୂପ ଭାବେ ପଶ୍ଚିମବଙ୍ଗ ସରକାର ମଧ୍ୟ ଏହି ଗ୍ରାମକୁ ଅନ୍ୟାନ୍ୟ ମୌଳିକ ସୁବିଧା ସହ ଆବାସ ଯୋଜନା ଯୋଗାଇ ଦେଉଛନ୍ତି । ଓଡିଶା ନୂତନ ଗୃହ ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ରମାନେ ଅଦ୍ୟାବଧି ଓଡ଼ିଆରେ ପାଠ ପଢ଼ୁଥିବାବେଳେ ଓଡ଼ିଆ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। କିନ୍ତୁ ଏହି ଗ୍ରାମରୁ ରାଜସ୍ବ ଆଦାୟ ହେଉ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ ଜାତିଗତ ପ୍ରମାଣପାତ୍ର ମିଳୁନାହିଁ। ଏଭଳି ସ୍ଥିତିରେ ଓଡ଼ିଆ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ରମାନେ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଦୀର୍ଘବର୍ଷ ଧରି ଶଙ୍ଖାମେଦୀ ଗାଁ ଉଭୟ ରାଜ୍ୟର ଦ୍ୱୈତ୍ୟ ଶାସନ ଚାଲି ଆସୁଥିବା ବେଳେ ଏଠାକାର ଭୋଟରମାନେ ଦୁଇ ରାଜ୍ୟର ଭୋଟର କାର୍ଡ ହାତେଇ ନେଇ ଭୋଟ ଦେଉଛନ୍ତି। ଅପରପକ୍ଷରେ ଭୋଗରାଇ-ଜଳେଶ୍ୱର ପଶ୍ଚିମବଙ୍ଗ ସୀମାନ୍ତ ୧୨ଟି ଗାଁ ଉଣା ଅଧିକେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ସାମିଲ ହୋଇଥିବା ସୂଚନା ମିଳିଛି।
ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ
ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…
ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ
ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…
ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍ ହେଉଛନ୍ତି ଛାତ୍ରୀଛାତ୍ର
ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…
ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍, ହୁ ହୁ ହୋଇ ବଢିବ ଧନ!
ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…
ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି
ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…
ଧର୍ମାନ୍ତରୀକରଣ
ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…
ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ
ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…
ଏମ୍ଏମ୍ଡିଆର୍ ସଂଶୋଧନ ଆଇନକୁ ନେଇ ରାଜନୀତି
ଭୁବନେଶ୍ୱର,୨୩ା୮(ସୁନିତ୍ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍ଏମ୍ଡିଆର୍ ସଂଶୋଧନ ଆଇନ-୨୦୨୬ ବିଲ୍ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…
Archives

