Posted inଖେଳ

ଅଲ୍‌ଟାଇମ ଶ୍ରେଷ୍ଠ ଦିନିକିଆ ପ୍ଲେଇଂ-୧୧ ଘୋଷଣା କଲେ ଶନ ଟେଟ: ଟିମ୍‌ରେ ଏହି ୪ ଭାରତୀୟଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୬।୧୧:ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଶନ ଟେଟଙ୍କୂ କ୍ରିକେଟ ଜଗତରେ କିଏ ବା ନଜାଣେ! ନିଜର ଘାତକ ବୋଲିଂ ଏବଂ ଅସାଧାରଣ ବେଗ ପାଇଁ ସେ ବେଶ ପରିଚିତ। କ୍ରିକେଟ୍‌ରୁ ଅବସର ନେବା ପରେ ବର୍ତ୍ତମାନ ସେ କମେଣ୍ଟେଟର ଏବଂ କ୍ରିକେଟ ବିଶେଷଜ୍ଞ ଭାବେ ନଜର ଆସୁଛନ୍ତି। ଆଗାମୀ ୨୦୨୭ ମସିହାରେ ଦିନିକିଆ ବିଶ୍ୱକପ ଖେଳାଯିବ। ଏହା ପୂର୍ବରୁ ଶନ ଟେଟ ନିଜର ଅଲଟାଇମ ଶ୍ରେଷ୍ଠ ଦିନିକିଆ ପ୍ଲେଇଂ ଏକାଦଶ ଚୟନ କରିଛନ୍ତି। ଏହି ଦଳରେ ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ୱେଷ୍ଟଇଣ୍ଡିଜ ଏବଂ ଅନ୍ୟ ଦେଶର ମହାନ ଖେଳାଳିଙ୍କୁ ସ୍ଥାନ ମିଳିଛି।

ଶନ ଟେଟ ନିଜ ଦଳର ଓପନିଂ ଦାୟିତ୍ୱ ଅଷ୍ଟ୍ରେଲିଆର ଆଡାମ ଗିଲକ୍ରିଷ୍ଟ ଏବଂ ଭାରତର ବିସ୍ଫୋରକ ବ୍ୟାଟର୍‌ ବୀରେନ୍ଦ୍ର ସେହ୍ବାଗଙ୍କ ଦେଇଛନ୍ତି। ଉଭୟ ଖେଳାଳି ଦିନିକିଆ କ୍ରିକେଟ୍‌ରେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ। ଦ୍ରୁତ ରନ ସଂଗ୍ରହ କରି ବିପକ୍ଷ ବୋଲରଙ୍କ ଉପରେ ଚାପ ପକାଇବାରେ ଉଭୟଙ୍କର ସ୍ବତନ୍ତ୍ର ପରିଚୟ ରହିଛି।

ମଧ୍ୟକ୍ରମର ଦାୟିତ୍ୱ ଟେଟ ରିକି ପଣ୍ଟିଂ, ସଚିନ ତେନ୍ଦୁଲକର, ବ୍ରାଏନ ଲାରା ଏବଂ ବିରାଟ କୋହଲିଙ୍କୁ ଦେଇଛନ୍ତି। ଦିନିକିଆ କ୍ରିକେଟ୍‌ରେ ସଚିନ ତେନ୍ଦୁଲକର ୧୮,୪୨୬ ରନ ସହ ସର୍ବାଧିକ ରନ ସଂଗ୍ରହକାରୀ। ଅନ୍ୟପଟେ ବିରାଟ କୋହଲି ମଧ୍ୟ ନିଜର ଚମତ୍କାର ବ୍ୟାଟିଂ ଜରିଆରେ ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି। ରିକି ପଣ୍ଟିଂ ଏବଂ ବ୍ରାଏନ ଲାରା ମଧ୍ୟ ଦିନିକିଆରେ ୧୦ ହଜାରରୁ ଅଧିକ ରନ କରିଛନ୍ତି।
ଉଇକେଟ୍‌କିପର ଭାବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଚୟନ କରିଛନ୍ତି ଶନ ଟେଟ। ଧୋନୀ ଭାରତ ପକ୍ଷରୁ ୩୫୦ଟି ଦିନିକିଆ ମ୍ୟାଚ ଖେଳି ୧୦,୭୭୩ ରନ କରିଛନ୍ତି। ଉଇକେଟ ପଛରେ ମଧ୍ୟ ତାଙ୍କର ରେକର୍ଡ ଅତ୍ୟନ୍ତ ଚମତ୍କାର। ସେ ୩୨୧ଟି କ୍ୟାଚ ଏବଂ ୧୨୩ଟି ଷ୍ଟମ୍ପିଂ ସହ ମୋଟ ୪୪୪ଟି ଶିକାର କରିଛନ୍ତି।
ନିଜର ଅଲଟାଇମ ଦିନିକିଆ ଏକାଦଶରେ ଟେଟ ମୋଟ ୪ ଜଣ ବୋଲରଙ୍କୁ ଚୟନ କରିଛନ୍ତି। ସ୍ପିନ ବୋଲିଂ ବିଭାଗରେ ଅଷ୍ଟ୍ରେଲିଆର ମହାନ ଲେଗ ସ୍ପିନର ଶେନ ୱାର୍ଣ୍ଣଙ୍କୁ ସ୍ଥାନ ମିଳିଛି। ଅନ୍ୟପଟେ ଦ୍ରୁତ ବୋଲିଂ ବିଭାଗରେ ପାକିସ୍ତାନର ୱାସିମ ଆକ୍ରମ ଓ ସୋଏବ ଅଖତରଙ୍କ ସହ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରାଙ୍କୁ ସାମିଲ କରିଛନ୍ତି। ଏହି ବୋଲିଂ ଆକ୍ରମଣ ଯେକୌଣସି ବ୍ୟାଟିଂ ଲାଇନଅପଙ୍କ ଚ୍ୟାଲେଞ୍ଜ ଦେବାକୁ ସକ୍ଷମ।

ଶନ ଟେଟଙ୍କୁ ଅଲ୍‌ଟାଇମ ଶ୍ରେଷ୍ଠ ଦିନିକିଆ ପ୍ଲେଇଂ ଏକାଦଶ

୧. ଆଡାମ ଗିଲକ୍ରିଷ୍ଟ
୨. ବୀରେନ୍ଦ୍ର ସେହ୍ବାଗ
୩. ରିକି ପଣ୍ଟିଂ
୪. ସଚିନ ତେନ୍ଦୁଲକର
୫. ବ୍ରାଏନ ଲାରା
୬. ବିରାଟ କୋହଲି
୭. ଏମଏସ ଧୋନୀ (ଉଇକେଟକିପର)
୮. ଶେନ ୱାର୍ଣ୍ଣ
୯. ୱାସିମ ଆକ୍ରମ
୧୦. ଗ୍ଲେନ ମ୍ୟାକଗ୍ରାଥ
୧୧. ସୋଏବ ଅଖତର

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟର ଦ୍ୱାରସ୍ଥ ହେଲେ ବିଦ୍ୟାଭାରତୀ

କଟକ,୨୬ା୧୧: ବହୁଚର୍ଚ୍ଚିତ ଏସିଏଫ୍‌ (ACF) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ତଥା ଅନ୍ୟତମ ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡା ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି…

୧୪୯ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି! ଏହି କ୍ରିକେଟର୍‌ ରଚିଲେ ଇତିହାସ

ସେଞ୍ଚୁରିଅନ,୨୬।୧୧: ଟେଷ୍ଟ କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ବିୟାନ ମୁଲ୍ଡର। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ସେ…

ବନ ବିଭାଗକୁ ବଡ଼ ସଫଳତା: ସମ୍ବର ମାଂସ-ଚମଡ଼ା ଜବତ

ଅତାବିରା,୨୬।୧୧(ଯୁଧିଷ୍ଠିର ମହାପାତ୍ର):ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ବନ ବିଭାଗକୁ ବଡ଼ ସଫଳତା। ବିଦ୍ୟୁତ ଫାଶ ବିଛାଇ ସମ୍ବର ଶିକାର କରିବା ଏବଂ ମାଂସ କାଟି ରଖିଥିବା…

ଅନ୍‌କ୍ୟାପ୍‌ଡ ଗ୍ରୁପ୍‌ରେ ଆର୍ଯ୍ୟବୀର ସେହ୍ବାଗ

ନୂଆଦିଲ୍ଲୀ,୨୬ା୧୧: ଆସନ୍ତା ଡିସେମ୍ବର ୧୬ରେ ହେବାକୁଥିବା ଆଇପିଏଲ୍‌ ଅକ୍ସନ ଲାଗି ପୂର୍ବତନ ଭାରତୀୟ ଓପ୍‌ନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀରଙ୍କ ସମେତ ୯୯୪ ଅନ୍‌କ୍ୟାପ୍‌ଡ ଖେଳାଳି ନାମ…

ଦେବଗୁରୁ ବୃହସ୍ପତିଙ୍କ ପଡିଲା ନଜର: ଆଜିଠୁ ଏହି ୪ ରାଶିଙ୍କ ଗୋଲଡେନ୍‌ ସମୟ ଆରମ୍ଭ, ଘରକୁ ଆସିବ ଖୁସିଖବର!

୨୬ ନଭେମ୍ବର ୨୦୨୬, ଗୁରୁବାର ଦିନ କିଛି ରାଶି ପାଇଁ ଖୁସି ଓ ସଫଳତା ନେଇ ଆସିପାରେ। ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତି ଅନୁସାରେ ୪ଟି ରାଶିର…

ସୁନାମୀ ଇନିଂସର ବଡ଼ ପ୍ରଭାବ: ବୈଭବଙ୍କ ବ୍ୟାଟ ଦାମ୍‌ ୫୦୦% ବୃଦ୍ଧି, କୋହଲିଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୨୬।୧୧: ମଙ୍ଗଳବାର ଦିନ ୟୁଏଇ (UAE) ବିପକ୍ଷରେ ୨୦୪ ରନର ସୁନାମୀ ଇନିଂସ ପରେ ବିଶ୍ୱ କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି। କିନ୍ତୁ ବୈଭବ ଗତ ତିନି…

ଡିସେମ୍ବର ୪ରେ ରିଙ୍କୁ ସିଂହଙ୍କ ରାଜକୀୟ ବିବାହ, ଯୋଗଦେବେ ମୋଦି-ରାହୁଲଙ୍କ ସମେତ ୨ ହଜାର ଅତିଥି, ସାମ୍‌ନାକୁ ଆସିଲା ଲିଷ୍ଟ

ନୂଆଦିଲ୍ଲୀ,୨୬।୧୧: ମଛଲିଶହରରୁ ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜ ଏବଂ ଲୋକପ୍ରିୟ କ୍ରିକେଟର୍‌ ରିଙ୍କୁ ସିଂହ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେମାନଙ୍କ ବିବାହ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ଚେତାବନୀ ଦେଲେ ଗାଙ୍ଗୁଲି, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୬।୧୧: କାତାରର ରାଜଧାନୀ ଦୋହାରେ ଖେଳାଯାଉଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ଟୁର୍ନାମେଣ୍ଟରେ ନଭେମ୍ବର ୨୪ ତାରିଖରେ ୟୁଏଇ ବିପକ୍ଷ ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?