ପ୍ରେରଣାର ଉତ୍ସ ପାଲଟିଛନ୍ତି ଶ୍ୟାମସୁନ୍ଦର

ନିଶ୍ଚିନ୍ତକୋଇଲି ,୧୫।୧୦(ଅଶୋକ କୁମାର ମହାପାତ୍ର)ଆଜିର ସମାଜରେ ଉଚ୍ଚ ଶିକ୍ଷତ ଯୁବତୀଯୁବକମାନେ ଚାକିରି ପଛରେ ଗୋଡ଼ାଇଛନ୍ତି। ଚାକିରି ନପାଇ ବେକାର ହୋଇ ଘରେ ହାତବାନ୍ଧି ବସୁଛନ୍ତି। ଏପରିସ୍ଥଳେ ନିଶ୍ଚିନ୍ତକୋଇଲି ବ୍ଲକରେ ଜଣେ ମାଛ ଚାଷୀ ବେକାର ଯୁବତୀ, ଯୁବକ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେ ଏବେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ସେ ହେଲେ ଏହି ବ୍ଲକ ଅନ୍ତର୍ଗତ କଟିକଟା ମିରା ସାହିର ଶ୍ୟାମସୁନ୍ଦର ନାୟକ(୪୫) । ସେ ଜଣେ ସ୍ବଳ୍ପ ଶିକ୍ଷିତ ବ୍ୟକ୍ତି । ପୂର୍ବରୁ ତାଙ୍କ ଆର୍ଥତ୍କ ଅବସ୍ଥା ସେତେ ସ୍ବଚ୍ଛଳ ନ ଥିଲା। ସ୍ତ୍ରୀ, ଗୋଟିଏ ପୁଅ,ଝିଅକୁ ନେଇ ତାଙ୍କ ତେଲ ଲୁଣର ସଂସାର। ସ୍ଥାନୀୟ ଅସୁରେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଦୀକ୍ଷିତପଡାର ଉପେନ୍ଦ୍ର ସିଂଙ୍କ ପ୍ରେରଣାରେ ପ୍ରାୟ ୧୦ ବର୍ଷତଳେ ସେ ମାଛ ଚାଷ ଆରମ୍ଭ କରିଥିଲେ। ଏଥିପାଇଁ ସେ ସ୍ତ୍ରୀଙ୍କ ଗହଣାକୁ ବିକ୍ରି କରି ୧ ଲକ୍ଷ ଟଙ୍କା ପୁଞ୍ଜି ବିନିଯୋଗ କରିଥିଲେ। ମାଛ ଚାଷ କରିବା ପାଇଁ ତାଙ୍କର କୌଣସି ନିଜସ୍ବ ପୋଖରୀ ନ ଥିବାରୁ ସେ ସ୍ଥାନୀୟ ବନମାଳିପୁର, ସୁକରପଡା, ନଟରା, ଜିଗ୍ନିପୁର, ମାତକତପୁର ଆଦି ଗ୍ରାମରେ ସରକାରୀ ଓ ବେସରକାରୀ ପୋଖରୀକୁ ନିଲାମସୂତ୍ରରେ ନେଇ ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ ମାଛ ଓ ଯାଆଁଳ ଚାଷ କରିଥିଲେ। ଏଥିରେ ହେଉଥିବା ଆୟରେ ଶ୍ୟାମସୁନ୍ଦର ଦୈନନ୍ଦିନ ୧୫ଟି ପରିବାରକୁ ଅନ୍ନ ଯୋଗାଉଥିଲାବେଳେ ନିଜ ପରିବାରକୁ ସରସ ସୁନ୍ଦର କରିବା ସହ ଆର୍ଥତ୍କ ମେରୁଦଣ୍ଡକୁ ସୁଦୃଢ଼ କରିପାରିଛନ୍ତି। ଏପରିକି ତାଙ୍କ ଉଚ୍ଚ ଶିକ୍ଷିତ ପୁଅ ମଧ୍ୟ ଏଦିଗରେ ପୂର୍ଣ୍ଣ ସହଯୋଗର ହାତ ବଢ଼ାଉଥିବା ଶ୍ୟାମସୁନ୍ଦର କହିଛନ୍ତି। ଶ୍ୟାମସୁନ୍ଦର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଛ ଓ ଯାଆଁଳ ଚାଷକରି ଭଲ ରୋଜଗାର କରୁଥିବା କହିଛନ୍ତି। ସରକାରଙ୍କ ତରଫରୁ ଏଦିଗରେ ତାଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ସେ ଅଧିକରୁ ଅଧିକ ମାଛ ଚାଷ କରିପାରନ୍ତେ ବୋଲି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଓକେ ହତ୍ୟାକାଣ୍ଡକୁ ନେଇ ବ୍ରିଟେନ୍‌ରେ ବିକ୍ଷୋଭ

ଲଣ୍ଡନ,୧୦ା୬: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର ଏକ ଅନ୍ତ୍ୟେଷ୍ଟିକ୍ର୍ରିୟା ବେଳେ ପୋଲିସ ଗୁଳିରେ ଅନୂ୍ୟନ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହାକୁ ନିନ୍ଦାକରି ବ୍ରିଟେନରେ ବିକ୍ଷୋଭ କରାଯାଇଛି।…

ଡିମେନ୍‌ସିଆ ଥିବା ଲୋକଙ୍କଠାରେ ଭିଟାମିନ ଅଭାବ

ନୂଆଦିଲ୍ଲୀ,୧୦।୬(ପିଟି):ସାଧାରଣ ଲୋକଙ୍କ ଅପେକ୍ଷା ସ୍ମୃତିଶକ୍ତି ହ୍ରାସ(ଡିମେନ୍‌ସିଆ) ରୋଗର ସମ୍ଭାବନା ଅଧିକ ଥିବା ଲୋକଙ୍କ ଠାରେ ଭିଟାମିନ ଅଭାବ ଅଧିକ ଦେଖାଯାଇଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେଲଙ୍ଗାନାର…

ଭିଜିଲାନ୍ସ ଜାଲରେ ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ

ଭୁବନେଶ୍ୱର,୧୦ା୬(ତ୍ରିନାଥ ମହାନ୍ତି): ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱରସ୍ଥିତ ଓଡ଼ିଶା ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱମୋହନ ପଟ୍ଟନାୟକ ଓରଫ ରାଜା ଓ ତାଙ୍କ…

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ) – ସିନେ ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri