ଇନଷ୍ଟାଗ୍ରାମ ଆଇଡିରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି ଶାମିଙ୍କ ସ୍ତ୍ରୀ, ମୁମ୍ବାଇ ଇଣ୍ଡିଆନ୍ସ ଦିଏ ଏତେ ଟଙ୍କା…

ନୂଆଦିଲ୍ଲୀ,୧୩।୩: IPL 2024 କୁ ଆଉ କିଛିଦିନ ବାକି ଅଛି। କିନ୍ତୁ ଚଳିତ ବର୍ଷ ଆଇପିଏଲରେ ନଜର ଆସିବେନି ମହମ୍ମଦ ଶାମି। ତାଙ୍କ ଆଣ୍ଠୁରେ ସର୍ଜରୀ ଯୋଗୁ ସେ ଚଳିତ ବର୍ଷ ଆଇପିଏଲ ୨୦୨୪ରୁ ବାଦ୍‌ ପଡିବେ। କିନ୍ତୁ ତାଙ୍କୁ ଏହି ଲିଗ୍‌ରେ ମିଳିବାକୁ ଥିବା ପୁରା ଦରମା ଦିଆଯିବ। ଅନ୍ୟପଟେ ତାଙ୍କ ସ୍ତ୍ରୀ ହସିନ ଜାହାନଙ୍କର ମଧ୍ୟ ଭଲ ରୋଜଗାର ହେବ।

ଶାମିଙ୍କର ଆଇପିଏଲ ଦରମା ୬.୨୫କୋଟି ଟଙ୍କା। ହେଲେ ସେ ସିଜିନ୍‌ରେ ନ ଖେଳିଲେ ମଧ୍ୟ ତାଙ୍କୁ ପୁରା ଟଙ୍କା ମିଳିବ। କହିରଖୁଛୁ କି, ଶାମିଙ୍କୁ ବିବାହ କରିବା ପୂର୍ବରୁ ହସିନ ଜାହାନ ଚିଅର ଲିଡର ଭାବେ କାମ କରୁଥିଲେ। ଯଦି ଏଥର ବି ସେ ଚିଅର ଲିଡର ଭାବେ କାମ କରନ୍ତି ତେବେ ସେ ମୋଟା ଅଙ୍କର ଟଙ୍କା ରୋଜଗାର କରିବେ। ଆଇପିଏଲରେ ଚିଅର ଲିଡର ବ୍ୟତୀତ ହସିନ ମଡେଲିଂ କାମ ମଧ୍ୟ କରନ୍ତି ।

Mohammed shami wife hasin jahan instagram viral photo

ମିଡିଆ ରିପୋର୍ଟ ଅନୁସାରେ, ପ୍ରତି ମ୍ୟାଚ ହିସାବରେ ଚିଅର ଲିଡରଙ୍କୁ ଟଙ୍କା ମିଳେ । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ତାଙ୍କୁ ପ୍ରତି ମ୍ୟାଚ ପିଛା ୧୪ ହଜାରରୁ ୧୭ ହଜାର ଟଙ୍କା ମିଳିବ । ଇନଷ୍ଟାଗ୍ରାମରୁ ମଧ୍ୟ ହସିନଙ୍କର ରୋଜଗାର ହୁଏ । ଯଦି ଶାମିଙ୍କ ସ୍ତ୍ରୀ ହସିନଙ୍କ ଆୟ ବାବଦରେ ଆଲୋଚନା କରାଯାଏ, ତେବେ ପବ୍ଲିକ ବାୟୋଗ୍ରାଫିରୁ ମିଳିଥିବା ସୂଚନାନୁସାରେ ହସିନଙ୍କ ନେଟୱର୍ଥ ପ୍ରାୟ ୨ରୁ ୩ କୋଟି ଟଙ୍କା । କ୍ରିକଫେକ୍ଟର ଏକ ରିପୋର୍ଟରେ କୁହାଯାଇଛି ଯେ, ଚେନ୍ନାଇ ସୁପରକିଙ୍ଗସ, ପଞ୍ଜାବ କିଙ୍ଗସ୍‌, ସନରାଇଜର୍ସ ହାଇଦ୍ରାବାଦ, ଦିଲ୍ଲୀ କ୍ୟାପିଟାଲ ଭଳି ଟିମ ଚିଅର ଲିଡରଙ୍କୁ ପ୍ରତି ମ୍ୟାଚ ପିଛା ୧୨ ହଜାର ଟଙ୍କାରୁ ଅଧିକ ଦେଇଥାଏ । ଯେତେବେଳେ କି ମୁମ୍ବାଇ ଇଣ୍ଡିଆନ୍ସ ଓ ଆରସିବି ଭଳି ଟିମ ଚିଅର ଲିଡରଙ୍କୁ ୨୦ ହଜାର ଟଙ୍କା ଦେଇଥାଏ । ସବୁଠୁ ଅଧିକ ଟଙ୍କା କୋଲକତା ନାଇଟ ରାଇର୍ଡସ ଦେଇଥାଏ । ପ୍ରତି ମ୍ୟାଚ ପିଛା ୨୪,୦୦୦ଟଙ୍କା ମିଳିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?