ସମ୍ବଲପୁରରେ ଶାଲିମାର ଏକ୍ସପ୍ରେସ ଲାଇନ୍‌ଚ୍ୟୁତ

ସମ୍ବଲପୁର,୨୪ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଲାଇନଚ୍ୟୁତ ହୋଇ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ମହିମା ଗୋସାଇଁ ଶାଲିମାର ଏକ୍ସପ୍ରେସ୍‌। ଶାଲିମାରରୁ ଅନୁଗୋଳ ଦେଇ ସମ୍ବଲପୁର ଆସୁଥିବା ଟ୍ରେନ୍‌ ନମ୍ବର ୨୦୮୩୧ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ ଟ୍ରେନ୍‌ର ଶେଷ ଟ୍ରଲି ବଗିର ପୂର୍ବ ଅଣସଂରକ୍ଷିତ ବଗିଟି ସମ୍ବଲପୁର ସିଟି ଷ୍ଟେଶନରେ ଗୁରୁବାର ସକାଳେ ପହଞ୍ଚିଥିଲା। ଏହି ଷ୍ଟେଶନ ଛାଡ଼ିବା କ୍ଷଣି ଗୁରୁବାର ସକାଳ ୯ଟା ୧୮ରୁ ୯ଟା ୨୨ ମଧ୍ୟରେ ସିଟି ଷ୍ଟେଶନର ଅନତି ଦୂର ସଙ୍କର୍ମା ଅଣ୍ଡରପାସ ନିକଟରେ ଟ୍ରେନ୍‌ର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ତେବେ ଟ୍ରେନ୍‌ଟି ଗତି ମନ୍ଥର ଥିବାରୁ ବଗି ଲାଇନଚ୍ୟୁତ ହୋଇ ମଧ୍ୟ ଉକ୍ତ ଟ୍ରେନ୍‌ଟି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି।

ଅପରପକ୍ଷରେ ଦୁର୍ଘଟଣାଗ୍ରସ୍ତ ଶେଷ ୨ଟି ବଗିକୁ ଛାଡ଼ି ଯାତ୍ରୀମାନଙ୍କୁ ନେଇ ଅବଶିଷ୍ଟ ବଗି ସହ ଟ୍ରେନ୍‌ଟି ସମ୍ବଲପୁର ଜଙ୍କସନ ଷ୍ଟେଶନ ଚାଲିଯାଇଛି। ସେହିପରି ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବାରୁ ଏହି ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଲାଇନଚ୍ୟୁତ ବଗି ସହିତ ରେଳ ଲାଇନର ମରାମତି କାର୍‌ ଚାଲିଛି। ଖୁବ୍‌ଶୀଘ୍ର ଲାଇନ କ୍ଲିୟର ହୋଇ ରେଳ ଚଳାଚଳ ସ୍ବାଭାବିକ ହେବ ବୋଲି କହିଛନ୍ତି ରେଳବାଇ ଅଧିକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ଚିଡ଼ାଇବା ପଡ଼ିଲା ମହଙ୍ଗା: ଏହି କ୍ରିକେଟର୍‌ଙ୍କୁ ଦଣ୍ଡ ଦେଲା BCCI

ନୂଆଦିଲ୍ଲୀ,୨।୫: IPL 2026 ର ୪୩ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ରାଜସ୍ଥାନର ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି…

ଅଣ୍ଟା ଭାଙ୍ଗି ଖଟରେ ପଡ଼ିଛନ୍ତି ରୋଜଗାରିଆ ପୁଅ: ଅର୍ଥ ଅଭାବରୁ ଅଧାରେ ଚିକିତ୍ସା

ଥୁଆମୂଳ ରାମପୁର,୨।୫(ଦୁର୍ଗା କୀର୍ତ୍ତି): ବଡ଼ ବଡ଼ କମ୍ପାନୀର ବେପରୁଆ କାର୍ଯ୍ୟଶୈଳୀ କେମିତି ଜଣେ ଗରିବ ପରିବାରର ହସଖୁସି ଛଡ଼ାଇ ନିଏ, ତାହାର କରୁଣ ଚିତ୍ର ଦେଖିବାକୁ ମିଳିଛି…

ସକାଳୁ ସକାଳୁ ଥରିଲା ବଲାଙ୍ଗୀର: ଲୋକେ ଭୟଭୀତ

ବଲାଙ୍ଗୀର, ୨।୫ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାରେ ଶନିବାର ଭୋର ସକାଳେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୋର ପ୍ରାୟ ୪ଟା ୪୦ ମିନିଟ ସମୟରେ…

ଯୁଦ୍ଧ ମଧ୍ୟରେ ନୂଆ ଚକ୍ରବ୍ୟୁହ ରଚିଲା ଆମେରିକା: ଛାନିଆ ହେଲା ଇରାନ

ଓ୍ବାଶିଂଟନ୍‌,୨।୫: ଇରାନ ସହିତ ଚାଲିଥିବା ସଂଘର୍ଷ ଏକ ନୂତନ ମୋଡ଼ରେ ପହଞ୍ଚିବା ପରି ମନେ ହେଉଛି। ପ୍ରାୟ ଦୁଇ ମାସ ଧରି ଚାଲିଥିବା ଯୁଦ୍ଧର ଗତି କିଛିଟା…

ଦେଢବର୍ଷ ବିତିଗଲା,ସମ୍ପୂର୍ଣ୍ଣ ହୋଇପାରୁନି ଅଙ୍ଗନବାଡି କେନ୍ଦ୍ର: ଶିକ୍ଷାଦାନ କ୍ଷେତ୍ରରେ ଘୋର ସମସ୍ୟା

କେସିଙ୍ଗା,୨।୫.(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର କଛାରପଦର ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଆଜିକୁ ଏକ ବର୍ଷ ୫ ମାସ ବିତିଗଲାଣି…

କାଳବୈଶାଖୀର କରାଳ ରୂପ: ଉଡ଼ିଗଲା ଗରିବଙ୍କ ଘରର ଛାତ, ଗଛ ପଡ଼ି ଗାଈ- ବାଛୁରୀର ମୃତ୍ୟୁ

ଥୁଆମୂଳ ରାମପୁର, ୨।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ୩୦ ତାରିଖ ରାତିରୁ ଆରମ୍ଭ କରି ୧ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ କାଳବୈଶାଖୀ…

ପୁଣି ଟାରିଫ୍‌ ଝଟକା ଦେଲେ ଟ୍ରମ୍ପ: ୟୁରୋପୀୟ ସଂଘ ସହିତ ଭାଙ୍ଗିଲେ ବାଣିଜ୍ୟ ଚୁକ୍ତି, ଏହି ଜିନିଷ ଉପରେ ଲଗାଇଲେ ୨୫% ଟ୍ୟାକ୍ସ

ଓ୍ବାଶିଂଟନ୍‌,୨।୫: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ଟାରିଫ୍‌ ବୋମା ପକାଇଛନ୍ତି। ସେ ୟୁରୋପୀୟ ସଂଘ ସହିତ ବାଣିଜ୍ୟ ଚୁକ୍ତି ଭାଙ୍ଗିଛନ୍ତି ଏବଂ ୟୁରୋପୀୟ…

ସିମନବାଡିରେ ବିଦ୍ୟୁତ ସେବା ଠପ୍‌: ଆସୁନି ଇଣ୍ଟରନେଟ, ଲୋକେ ହନ୍ତସନ୍ତ

ଦାରିଙ୍ଗବାଡି,୨।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡରେ ଗତ ୩ ଦିନ ହେଲା ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇପଡିଛି। ପ୍ରାୟ ୮ ପଞ୍ଚାୟତବାସୀ ଅନ୍ଧାରରେ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri