Posted inଜାତୀୟ

ମନ୍ତ୍ରୀଙ୍କ ସହ ଶାହାଙ୍କ ଆଲୋଚନା

ନୂଆଦିଲ୍ଲୀ, ୧୨।୧୦: ଦେଶର ତାପଜ ବିଦ୍ୟୁତ ପ୍ଲାଣ୍ଟଗୁଡ଼ିକରେ କୋଇଲା ଅଭାବକୁ ନେଇ ବ୍ଲାକ୍‌ଆଉଟ ଆଶଙ୍କା ସୃଷ୍ଟି ହୋଇଥିବାବେଳେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ କୋଇଲା ଓ ଶକ୍ତିମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶକ୍ତିମନ୍ତ୍ରୀ ଆର୍‌.କେ. ସିଂ, କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ, ଉଭୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ, ରାଷ୍ଟ୍ରାୟତ୍ତ କମ୍ପାନୀ ଏନ୍‌ଟିପିସିର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଘଣ୍ଟାଏ ବ୍ୟାପୀ ବୈଠକରେ ମନ୍ତ୍ରୀମାନେ ପ୍ଲାଣ୍ଟଗୁଡ଼ିକରେ ଗଚ୍ଛିତ କୋଇଲା ପରିମାଣ ଓ ବର୍ତ୍ତମାନର ବିଦ୍ୟୁତ୍‌ ଚାହିଦା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ଲାଣ୍ଟଗୁଡ଼ିକରେ ୭.୨ ନିୟୁତ ଟନ୍‌ କୋଇଲା ଗଚ୍ଛିତ ଅଛି, ଯାହା ୪ ଦିନ ପାଇଁ ଯଥେଷ୍ଟ ବୋଲି କୋଇଲା ମନ୍ତ୍ରଣାଳୟ ରବିବାର କହିଥିଲା। ରାଷ୍ଟ୍ରାୟତ୍ତ କମ୍ପାନୀ କୋଲ୍‌ ଇଣ୍ଡିଆ ପାଖରେ ୪୦ ନିୟୁତ ଟନ୍‌ରୁ ଅଧିକ କୋଇଲା ରହିଛି । ବିଦ୍ୟୁତ୍‌ ସଙ୍କଟ ସୃଷ୍ଟି ହେବା ଆଶଙ୍କା ଠିକ୍‌ ନୁହେଁ ବୋଲି ସରକାର କହିଥିଲେ।
ଭାରତର କେନ୍ଦ୍ରୀୟ ବିଦ୍ୟୁତ୍‌ କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁଯାୟୀ ପାଓ୍ବାର ପ୍ଲାଣ୍ଟଗୁଡ଼ିକରେ ଅଭୂତପୂର୍ବ କୋଇଲା ଅଭାବ ଦେଖାଦେଇଛି, ଯାହା ବିଦ୍ୟୁତ୍‌ ସଙ୍କଟ ସୃଷ୍ଟି କରିବା ସମ୍ଭାବନା ସୃଷ୍ଟି କରିଛି। କୋଇଲା ବ୍ୟବହାର କରୁଥିବା ୧୩୫ ତାପଜ ବିଦ୍ୟୁତ କେନ୍ଦ୍ର ମଧ୍ୟରୁ ଅକ୍ଟୋବର ୫ରେ ୧୦୬ଟିରେ ଗୁରୁତର କୋଇଲା ସଙ୍କଟ ଦେଖାଦେଇଥିଲା। ସେଗୁଡ଼ିକରେ ମାତ୍ର ୬-୭ ଦିନ ପାଇଁ କୋଇଲା ଗଚ୍ଛିତ ଥିଲା। କୋଇଲା ଯୋଗାଣରେ ସମସ୍ୟା ପାଇଁ ଶକ୍ତି ମନ୍ତ୍ରଣାଳୟ ୪ଟି କାରଣକୁ ଦାୟୀ କରିଥିଲା। ତାହା ହେଲା ଅର୍ଥନୀତି ସୁଧୁରୁଥିବାରୁ ବିଦ୍ୟୁତ ଚାହିଦା ଅତ୍ୟଧିକ ବୃଦ୍ଧି, ସେପ୍ଟେମ୍ବରରେ କୋଇଲା ଖଣି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଉତ୍ପାଦନ ଓ ଯୋଗାଣ ବାଧାପ୍ରାପ୍ତ, ଆମଦାନୀ କୋଇଲା ଦାମ୍‌ ବୃଦ୍ଧି ଏବଂ ବର୍ଷାଦିନ ପୂର୍ବରୁ ପର୍ଯ୍ୟାପ୍ତ କୋଇଲା ଗଚ୍ଛିତ ରଖା ନ ଯିବା। ଦିଲ୍ଲୀରେ ବିଦ୍ୟୁତ ସଙ୍କଟ ଦେଖାଦେଇନି ଓ ଖୁବ୍‌ଶୀଘ୍ର କୋଇଲା ଯୋଗାଣ ସ୍ବାଭାବିକ ହେବ ବୋଲି ଶକ୍ତିମନ୍ତ୍ରୀ ରବିବାର ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri