ଶାହରୁଖଙ୍କ ଜନ୍ମଦିନରେ ୫ ହଜାର କରୋନା କିଟ୍‌ ଦାନ କରିବେ ପ୍ରଶଂସକ

ବଲିଉଡର କିଙ୍ଗ ଖାନ ଶାହରୁଖ ଆଜି ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଦିନ କେବଳ ଶାହରୁଖଙ୍କ ପାଇଁ ନୁହେଁ ତାଙ୍କ ପ୍ରଶଂସକଙ୍କ ପାଇଁ ମଧ୍ୟ ବେଶ୍‌ ସ୍ବତନ୍ତ୍ର। ସୁପରଷ୍ଟାର ଶାହରୁଖଙ୍କ ଜନ୍ମଦିନକୁ ଆହୁରି ସ୍ବତନ୍ତ୍ର କରିବା ପାଇଁ ତାଙ୍କର ଏକ ପ୍ରଶଂସକ ଗୋଷ୍ଠୀ ୫୫୫୫ଟି କୋଭିଡ୍‌ କିଟ ଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଦାନ ବିଷୟରେ ଶାହାରୁଖଙ୍କ ଫ୍ୟାନ କ୍ଲବ ପକ୍ଷରୁ ଯୋଗେ ସୂଚନା ଦିଆଯାଇଛି। ଏହି ଟୁଇଟ ଅନୁଯାୟୀ ଶାହରୁଖଙ୍କ ପ୍ରଶଂସକମାନେ ଗରିବ ଲୋକଙ୍କ ପାଇଁ ଏହି କିଟ ପ୍ରସ୍ତୁତ କରାଯାଇଛି। ଏହି କିଟ୍‌ରେ ମାସ୍କ, ସାନିଟାଇଜର ଏବଂ ଖାଦ୍ୟ ରହିଛି। ଫ୍ୟାନ କ୍ଲବ ମଧ୍ୟ ଏହାର ଫଟୋ ଶେୟାର କରିଛି। କରୋନା ମହାମାରୀ ସମୟରେ କରୋନା କିଟ ହେଉଛି ଲୋକଙ୍କ ସବୁଠାରୁ ବଡ ଆବଶ୍ୟକତା। ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କ ଏହି କାର୍ଯ୍ୟ ପ୍ରଶଂସନୀୟ। କରୋନା ଯୋଗୁ ଏଥର ଶାହରୁଖ ପ୍ରଶଂସକଙ୍କୁ ତାଙ୍କ ଘର ମନ୍ନତ ବାହାରେ ଏକାଠି ନ ହେବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବନ୍ଧନରେ ବାନ୍ଧି ହେଲେ ନେହା କକ୍କର

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍‌ର ପ୍ଲେ-ବ୍ୟାକ୍‌ ସିଙ୍ଗର ସୁନ୍ଦରୀ ନେହା କକ୍କର। ଶନିବାର ଦିଲ୍ଲୀରେ ଥିବା ଏକ ଗୁରୁଦ୍ୱାରରେ ସେ ତାଙ୍କ ପ୍ରେମିକ...

୧୦୦ କୋଟି କ୍ଲବରେ ‘ଗଙ୍ଗୁବାଇ କାଠିଆଓ୍ବାଡି’

ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ ବକ୍ସ ଅଫିସ୍‌ରେ ସୁପର୍‌ହିଟ୍‌ ସାବ୍ୟସ୍ତ ହୋଇଛି। ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ୍‌ର ୨ ସପ୍ତାହ...

ଜନ୍ମଦିନରେ ନିଜ ବୟସ ଭୁଲ୍‌ କହିଲେ ଅମିତାଭ, ସୁଧାରି ନେଲେ ଝିଅ

ହିନ୍ଦୀ ସିନେମାର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନ ଆଜି ୭୯ତମ ଜନ୍ମଦିନ ପାଳନ କରୁଛନ୍ତି। ବିଗ ବିଙ୍କ ପ୍ରଶଂସକଙ୍କ ସମେତ ଅନେକ ବଲିଉଡ ତାରକା ତାଙ୍କୁ...

ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି ‘ଦେ ଦେ ଫ୍ୟାର ଦେ’

ମୁମ୍ବାଇ,୧୮।୫: ଅଜୟ ଦେବଗନଙ୍କ ରୋମାଣ୍ଟିକ କମେଡି ଫିଲ୍ମ ‘ଦେ ଦେ ପ୍ୟାର ଦେ’ ଶୁକ୍ରବାର ବଡ଼ ପରଦାରେ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ...

‘ଆର୍‌ଆର୍‌ଆର୍‌’ରେ ନଜର ଆସିବେ ୨ ସୁପରଷ୍ଟାର: ଆଲିଆଙ୍କ ସ୍ଥାନରେ ରୋମାନ୍ସ କରିବେ ପ୍ରିୟଙ୍କା

ସାଉଥ୍‌ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜମୌଲି ତାଙ୍କର ଆଗାମୀ ମଲ୍ଟିଷ୍ଟାର ସିନେମା ‘ଆର୍‌ଆର୍‌ଆର୍‌’କୁ ନେଇ ଖୁବ୍‌ ଚର୍ଚ୍ଚାରେ। ଏହି ଫିଲ୍ମରେ ତେଲୁଗୁ ଇଣ୍ଡଷ୍ଟ୍ରିର...

କଙ୍ଗନାଙ୍କ ବିବାହ ପାଇଁ ବୁକିଂ ସରିଛି ମଣ୍ଡପ: ଅଶ୍ୱିନୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାଓ୍ବତ ଖୁବ୍‌ଶୀଘ୍ର ବକ୍ସ ଅଫିସ୍‌ରେ ପଙ୍ଗା ନେବାକୁ ଯାଉଛନ୍ତି। ସୋମବାର ମୁମ୍ବାଇରେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଫଙ୍ଗା’ର ଟ୍ରେଲର...

ବଢ଼ିଲା ପୁଅ ସମ୍ମୁଖରେ ମଲାଇକା ପିନ୍ଧିଲେ ଏଭଳି ପୋଷାକ; ରାଗିକରି କ୍ଲାସ୍‌ ନେଇଗଲେ…

ବମ୍ବେ: ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌ ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା। ଏଠାରେ ସେ ପ୍ରଶଂସକଙ୍କୁ ଫ୍ୟାଶନଠାରୁ ଆରମ୍ଭ କରି ଫିଟ୍‌ନେସ୍‌ ପର୍ଯ୍ୟନ୍ତ ସବୁକିଛିକୁ ନେଇ...

ଧାକଡକୁ ନେଇ ଚର୍ଚ୍ଚାରେ କଙ୍ଗନା

ମୁମ୍ବାଇ: ବଲିଉଡ୍ ନାୟିକା କଙ୍ଗନା ରାନାୱତ ପୁଣିଥରେ ଶୁଟିଂ ସେଟ୍‌କୁ ଫେରିଛନ୍ତି । ଫିଲ୍ମ ‘ଧାକଡ’ର ଶୁଟି ପାଇଁ ସେ ଏବେ ବୁଦାପେଷ୍ଟରେ । ସେହି...

Advertisement
Archives

Model This Week