Posted inଖେଳ

‘ଅତ୍ୟଧିକ ବିଶ୍ୱାସ’ ଭାରତକୁ ମହଙ୍ଗା ପଡ଼ିଲା, ଲାଇଭ ଟିଭି ଶୋ’ରେ ଭାରତକୁ କଟାକ୍ଷ କଲେ ଶାହିଦ ଆଫ୍ରିଦି

ନୂଆଦିଲ୍ଲୀ,୧୯ା୧୧: ବିଶ୍ୱକପ ଫାଇନାଲରେ ଭାରତ ଆଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍ ପୂର୍ବ ମ୍ୟାଚ୍ ତୁଳନାରେ ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ କରିଛି। ଭାରତୀୟ ଟିମ ଠାରୁ ୧୪୦ କୋଟି ଦେଶବାସୀ ଫାଇନାଲ ମୁକାବିଲାରେ ଯାହା ଆଶା କରୁଥିଲେ ସେପରି କିଛି ହେଉନାହିଁ। ଏହାକୁ ନେଇ ଅନେକ ବିଶେଷଜ୍ଞ ବିଭିନ୍ନ ମତ ଦେଉଥିବା ବେଳେ ପାକିସ୍ତାନର ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦିଙ୍କ ଏକ ଭିଡିଓ କହିଛନ୍ତି ଯେ ଭାରତର ‘ଅତ୍ୟଧିକ ବିଶ୍ୱାସ’ ଭାରତୀୟ ଦଳକୁ ବିଶ୍ୱକପ ଫାଇନାଲରେ ମହଙ୍ଗା ପଡ଼ିଛି।

ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଥମ ଥର ପାଇଁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି, ତାହା ପୁଣି ନିର୍ଣ୍ଣାୟକ ଫାଇନାଲ ମ୍ୟାଚରେ। ଅଷ୍ଟ୍ରେଲିଆ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ବେଳେ ପ୍ରଥମେ ବ୍ୟାଟିଂ କରି ଭାରତ ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଟାର୍ଗେଟ ରଖିଛି। ଯାହାକୁ ଫାଇନାଲ ମ୍ୟାଚରେ ବହୁତ କମ ବୋଲି କୁହାଯାଉଛି।

ଭାରତ ପକ୍ଷରୁ କେଏଲ୍‌ ରାହୁଲ ସର୍ବାଧିକ ୬୬ ରନ୍‌ କରିଥିଲେ। ବିରାଟ କୋହଲି ୫୪, ରୋହିତ ଶର୍ମା ୪୭, ସୂର୍ଯ୍ୟକୁମାର ଯାଦବ ୧୮ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ଉଇକେଟ୍‌ ନେଇଥିବାବେଳେ ହେଜେଲଉଡ ଏବଂ ପାଟ କମିନ୍ସ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଭାରତ ପ୍ରଥମ ୧୦ ଓଭରରେ ଧୂଆଁଧାର ୮୦ ରନ ସ୍କୋର ଥିବାବେଳେ ଆରମ୍ଭ କରିଥିଲା, କିନ୍ତୁ ରୋହିତ ଶର୍ମାଙ୍କ ଆଉଟ୍‌ ପରେ ରନ୍‌ର ଗତି ଧିମେଇ ଯାଇଥିଲା। ୧୧ ରୁ ୪୦ ଓଭର ମଧ୍ୟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ କେବଳ ଦୁଇଟି ଚୌକା ମାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆରେ ବୈଭବ ସୁର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ପକ୍କା? ବହୁ ଆଗରୁ ଫ୍ୟାନ ହୋଇସାରିଛନ୍ତି କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ,୨୮।୫: ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ପୋଷ୍ଟ ଶେୟାର କରିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ଏଲିମିନେଟର ମ୍ୟାଚରେ ରାଜସ୍ଥାନ ରୟାଲ୍ସ…

ମାମୁଁ ଘରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ; ୧୬ ବର୍ଷୀୟା ନାବାଳିକା ୮ ମାସର ଗର୍ଭବତୀ, ଯୁବକ ଗିରଫ

ବଞ୍ଚୋ/ଘସିପୁରା, ୨୮।୫(ପ୍ରଦୋଷ କୁମାର ବିଶ୍ୱାଳ /ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ…

ସୌମ୍ୟଙ୍କ ସାଙ୍ଗ ଭୂମିକା ତଦନ୍ତ ପରିସର: କ୍ରାଇମବ୍ରାଞ୍ଚ ଡିଆଇଜି

ଭୁବନେଶ୍ୱର,୨୮।୫: କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏକ ବଡ଼ ସୂଚନା ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ଆହୁରି ୧୦ଜଣ ଅଭିଯୁକ୍ତ…

‘ଯଦି ସରକାର ପରିବର୍ତ୍ତନ ହୋଇନଥାନ୍ତା, ତେବେ ମୋତେ ବିହାର ଫେରିବାକୁ ପଡିଥାନ୍ତା…’ – ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢି ଖୁଆଇଥିବା ବିକ୍ରମ କାହିଁକି କହିଲେ ଏମିତି? ଜାଣନ୍ତୁ…

କୋଲକାତା,୨୮।୫: ‘ଯଦି ବଙ୍ଗଳାରେ ସରକାର ପରିବର୍ତ୍ତନ ହୋଇନଥାନ୍ତା, ତେବେ ଆମକୁ ସବୁକିଛି ପରିତ୍ୟାଗ କରି ବିହାର ଫେରିଯିବାକୁ ପଡ଼ିଥାନ୍ତା।’ ଏଗୁଡ଼ିକ ହେଉଛି ଝାରଗ୍ରାମର ଜଣେ ଝାଲମୁଢି ବିକ୍ରେତା…

ଅର୍ଦ୍ଧନିର୍ମିତ ବ୍ରିଜ୍ ପାଇଁ ବିପଦରେ ଲୋକଙ୍କ ଜୀବନ, ସମାଧାନ ପାଇଁ ପ୍ରଶାସନକୁ ଦାବି କଲେ ସ୍ଥାନୀୟ ବାସିନ୍ଦା

ଛତ୍ରପୁର,୨୮।୫(ଦିଲ୍ଲୀପ ସାମଲ) : ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ବିକାଶମୂଳକ ପଦକ୍ଷେପ ନେଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…

ସରକାରୀ ଅଫିସରେ ବି ଅସୁରକ୍ଷିତ ମହିଳା! DRDA ଲେଡିଜ୍‌ ୱାସରୁମରୁ ଲାଗିଥିଲା ସିକ୍ରେଟ କ୍ୟାମେରା

ତିର୍ତ୍ତୋଲ,୨୮।୫(ଗୌରାଙ୍ଗ ଚରଣ ସ୍ବାଇଁ): ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଜବତ ହୋଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା…

ମାତ୍ର ୩ ଶବ୍ଦରେ ଜବାବ ଦେଲେ ବୈଭବ

ନୂଆଦିଲ୍ଲୀ,୨୮।୫: IPL 2026 ଏଲିମିନେଟର ମ୍ୟାଚ ସମୟରେ ସମଗ୍ର ବିଶ୍ୱ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଚମତ୍କାରିତା ଦେଖିଥିଲା। ବୈଭବ ମାତ୍ର 29 ବଲରେ 97 ରନ କରିଥିଲେ,…

ମୁକେଶ ଅମ୍ବାନୀଙ୍କ 0 ଦରମା; ୬ ବର୍ଷରେ ବି ନେବେନି, ଆୟର ଉତ୍ସ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୨୮।୫: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହି ବର୍ଷ ପୁଣି ଥରେ କମ୍ପାନୀରୁ ଦରମା ନେବେ ନାହିଁ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri