Posted inଖେଳ

ମୁମ୍ବାଇ ଷ୍ଟାଇଲରେ ଜିତିଲା ଆରସିବି

ମୁମ୍ବାଇ, ୧୪ା୪ – ଚେନ୍ନାଇ ପିଚ୍‌ରେ ୧୫୦ ରନ୍‌ର ପିଛା କରିବା ସହଜ ନୁହେଁ। ମଙ୍ଗଳବାର ଭଳି ବୁଧବାର ମଧ୍ୟ ସହଜ ଦେଖାଯାଉଥିବା ଟାର୍ଗେଟ ହାସଲ କରିପାରିଲା ନାହିଁ ଦ୍ୱିତୀୟ ବ୍ୟାଟିଂ କରୁଥିବା ଦଳ। ୧୩ ଓଭର ସୁଦ୍ଧା ଏକ ଉଇକେଟ ହରାଇ ୯୬ ରନ୍‌ କରିଥିବା ହାଇଦ୍ରାବାଦ୍‌ ଶେଷ ପର୍ଯ୍ୟନ୍ତ ଖେଳି ୧୪୨ ରନ୍‌ କରବାକୁ ସକ୍ଷମ ହୋଇଥିଲା। ଏହି ବିଜୟ ସହ ବିରାଟ କୋହଲିଙ୍କ ଦଳ ୪ ପଏଣ୍ଟ ସହ ଅଙ୍କ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛି।

୧୫୦ ରନ୍‌ର ଟାର୍ଗେଟ ନେଇ ଓହ୍ଲାଇଥିବା ସନରାଇଜର୍ସ ହାଇଦ୍ରାବାଦ ଦଳକୁ ଭଲ ଆରମ୍ଭ ଦେଇଥିଲେ ଡେଭିଡ୍‌ ଓ୍ବାର୍ନର (୫୪) ଓ ମନୀଷ ପାଣ୍ଡେ (୩୮)। ଦୁଇ ବ୍ୟାଟ୍ସମ୍ୟାନ ଯେତେବେଳ ପର୍ଯ୍ୟନ୍ତ କ୍ରିଜ୍‌ରେ ଥିଲେ, ଲାଗୁଥିଲା ହାଇଦ୍ରାବାଦ୍‌ ଅତି ସହଜରେ ଜିତିଯିବ। କିନ୍ତୁ ପୂରା ମ୍ୟାଚ୍‌ ବୁଲାଇ ଦେଇଥିଲା ଶାହବାଜ ଅହମ୍ମଦଙ୍କ ଓଭର। ଗୋଟିଏ ଓଭରରେ ୩ ଉଇକେଟ ନେଇ ହାଇଦ୍ରାବାଦ୍‌ ହାତରୁ ଛଡ଼ାଇ ଆଣିଥିଲା ମ୍ୟାଚ୍‌। ଏହାପରେ ଅନ୍ତିମ ଓଭରରେ ହର୍ଶଲ ପଟେଲ ନେଇଥିଲେ ଦୁଇଟି ଉଇକେଟ। ଆଉ ଜିତାଇ ଦେଇଥିଲେ ଆରସିବିକୁ।

ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ଅର୍ଦ୍ଧଶତକ ଆରସିବି ଛିଡ଼ା କରିଥିଲା ସମ୍ମାନଜନକ ଟାର୍ଗେଟ। ୪୧ ବଲର ସମ୍ମୁଖୀନ ହୋଇଥିବା ମ୍ୟାକ୍ସଓ୍ବେଲ ଖେଳିଥିଲେ ୫୯ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ। ତାଙ୍କ ପାଳିରେ ଥିଲା ୫ ଚୌକା ଓ ୩ ଛକା। କେବଳ ବିରାଟ କୋହଲି (୩୩)ଙ୍କୁ ଛାଡ଼ି ଦେଲେ ଫେଲ୍‌ ମାରିଥିଲେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ। ଫଳରେ ଆରସିବି ୨୦ ଓଭରରେ ୮ ଉଇକେଟ ହରାଇ ୧୪୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜାସନ ହୋଲ୍ଡର ୩ ଓ ରଶିଦ ଖାଁ ୨ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସମସ୍ୟାରେ ‘ଜନ ଧନ’ ଆକାଉଣ୍ଟଧାରୀ କ୍ରିକେଟର

ନୂଆଦିଲ୍ଲୀ, ୧୮ା୫ (ପି.ଟି.)-‘ଜନ ଧନ’ ଆକାଉଣ୍ଟ ଥିବା ୬ଜଣ ଜୁନିୟର କ୍ରିକେଟର ଏବେ ସମସ୍ୟାରେ ପଡ଼ିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସେମାନଙ୍କ ଆକାଉଣ୍ଟରେ...

ପ୍ରଥମେ ବ୍ୟାଟିଂ କରିବ ଭାରତ; ଉମେଶଙ୍କୁ ମିଳିଲା ସୁଯୋଗ

କେପ୍‌ ଟାଉନ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ନିର୍ଣ୍ଣାୟକ ତଥା ତୃତୀୟ ଟେଷ୍ଟରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆହତ...

ରେଲଓ୍ବେ, ମେଘାଳୟ, ସର୍ଭିସେସ୍‌ ବିଜୟୀ

ଭୁବନେଶ୍ୱର,୧୪ା୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱରରେ ଅନୁଷ୍ଠିତ ସନ୍ତୋଷ ଟ୍ରଫିର ଅନ୍ତିମ ପର୍ଯ୍ୟାୟ ଲିଗ୍‌ ମ୍ୟାଚରେ ବିଜୟୀ ହୋଇଛନ୍ତି ରେଲଓ୍ବେ, ମେଘାଳୟ ଓ ସର୍ଭିସେସ। କ୍ୟାପିଟାଲ ଫୁଟବଲ ଆରେନାରେ...

ଗିଲ୍‌ଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି କହିଦେଲେ କୋହଲି

ନୂଆଦିଲ୍ଲୀ,୨।୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର  ଶେଷ ମ୍ୟାଚରେ ଶୁବମନ ଗିଲ ବିସ୍ଫୋରକ ଶତକ ହାସଲ କରିଥିଲେ।...

ଅଷ୍ଟ୍ରେଲିଆ ସାମ୍ନାରେ ୨୫୬ ରନ ଲକ୍ଷ୍ୟ

ମୁମ୍ବାଇ, ୧୪।୧- ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ସାମ୍ନାରେ ଭାରତ ୨୫୬ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ୍‌...

ଓଡ଼ିଶା କ୍ରୀଡ଼ାରେ କରୋନା ପ୍ରଭାବ

ଭୁବନେଶ୍ୱର, ୧୬।୩(କ୍ରୀଡ଼ା ପ୍ରତିନିଧି)- ମାରାତ୍ମକ କରୋନା ଭାଇରସ୍‌ ପ୍ରଭାବରେ ବିଶ୍ୱର ଅନେକ କ୍ରୀଡ଼ା ପ୍ରଭାବିତ ହୋଇଛି। ଅନେକ ଗେମ୍‌କୁ ବାତିଲ କରାଯାଇଥିବାବେଳେ କେତେକ ସାମୟିକ ସମୟ...

ରଣଜୀ ଫାଇନାଲ: ଦୃଢ଼ ସ୍ଥିତିରେ ସୌରାଷ୍ଟ୍ର

କୋଲକାତା,୧୭ା୨(ପି.ଟି):ଐତିହାସିକ ଇଡେନ ଗାର୍ଡେନ୍ସରେ ଗୁରୁବାର ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ ଆରମ୍ଭ ହୋଇଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ସୌରାଷ୍ଟ୍ର...

ମହିଳା ଫୁଟବଲ ଲିଗରେ ଓଡ଼ିଶା ପୋଲିସ ଦଳ

କଟକ ଅଫିସ,୨୪ା୧- ଶୁକ୍ରବାରଠାରୁ ଫେବୃୟାରୀ ୧୪ ପର୍ଯ୍ୟନ୍ତ କର୍ନାଟକର ବେଙ୍ଗାଲୁରୁଠାରେ ଭାରତୀୟ ମହିଳା ଫୁଟବଲ ଲିଗ୍‌ର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ରାଜ୍ୟର...

Advertisement
Archives

Model This Week