Posted inଜାତୀୟ

ଆଇପିସି-ସିଆର୍‌ପିସି ସଂଶୋଧନ ଲାଗି ସମସ୍ତ ଏମ୍‌ପିଙ୍କୁ ଚିଠି ଲେଖି ମତାମତ ଲୋଡିଲେ ଶାହା…

ନୂଆଦିଲ୍ଲୀ, ୬।୧ : କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମସ୍ତ ଏମ୍‌ପିମାନଙ୍କୁ ଚିଠି ଲେଖି ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି), ଆପରାଧିକ ଦଣ୍ଡ ପ୍ରଦାନ ପ୍ରକିୟା ସଂହିତା (ସିଆର୍‌ପିସି) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମରେ ସଂଶୋଧନ ଲାଗି ମତାମତ ଲୋଡିଛନ୍ତି।

ଶାହା ଏମ୍‌ପିମାନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’ ମନ୍ତ୍ର ସହିତ ସମସ୍ତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ।

ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ଆକାଂକ୍ଷା ଅନୁଯାୟୀ, ଭାରତର ନାଗରିକମାନଙ୍କ ପାଇଁ, ବିଶେଷକରି ଦୁର୍ବଳ ଏବଂ ପଛୁଆ ବର୍ଗର ଲୋକମାନଙ୍କ ପାଇଁ ଶୀଘ୍ର ନ୍ୟାୟିକ ପ୍ରକିୟା ଅପରିହାର୍ଯ୍ୟ। ସେ କହିଛନ୍ତି ଯେ ଅପରାଧିକ ଆଇନର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।

ଭାରତୀୟ ଗଣତନ୍ତ୍ରର ସାତ ଦଶନ୍ଧିର ଅଭିଜ୍ଞତା ଭାବେ ଆମର ଅପରାଧିକ ଆଇନ, ବିଶେଷକରି ୧୮୬୦ର ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି), ୧୯୭୩ର ଆପରାଧିକ ଦଣ୍ଡ ପ୍ରଦାନ ପ୍ରକିୟା ସଂହିତା (ସିଆର୍‌ପିସି) ଏବ ୧୯୭ର ଭାରତୀୟ ସାକ୍ଷ୍ୟ ଅଧିନିୟମ ଆମ ଲୋକମାନଙ୍କର ସମସାମୟିକ ଆବଶ୍ୟକତା ଏବଂ ଆକାଂକ୍ଷା ସହିତ ସେମାନଙ୍କୁ ନ୍ୟାୟ ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ତେଣୁ ଏସବୁର ସମୀକ୍ଷା ଜରୁରୀ ହୋଇ ପଡ଼ିଛି ବୋଲି ଶାହା ଚିଠିରେ ଉଲ୍ଲେଖ କରିଛନ୍ତିି।

ଏହା ବ୍ୟତୀତ ଶାହା ଲେଖିଛନ୍ତି ଯେ କେନ୍ଦ୍ର ସରକାର ଏକ ଲୋକ-କେନ୍ଦ୍ରିକ ଆଇନଗତ ସଂରଚନା ଗଠନ କରିବାକୁ ଚାହୁଁଛନ୍ତି। ଏସମ୍ପର୍କିତ ପରାମର୍ଶ ପାଇଁ ଭାରତର ପ୍ରଧାନ ବିଚାରପତି, ହାଇକୋର୍ଟର ମୁଖ୍ୟ ଜଷ୍ଟିସ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ୟୁନିଅନ ଟେରିଟୋରୀ, ବାର୍‌ କାଉନସିଲ ଏବଂ ଆଇନ ବିଶ୍ୱବିଦ୍ୟାଳୟର ପ୍ରଶାସକଙ୍କୁ ଅନୁରୋଧ କରି ଶାହା କହିଛନ୍ତି ଯେ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ଆଦର୍ଶ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରାଯାଉଛି।

ସେ କହିଛନ୍ତି ଯେ ମତାମତ ଏବଂ ପରାମର୍ଶ ଗ୍ରହଣ କରିବା ପରେ ସ୍ବରାଷ୍ଟ୍ରମନ୍ତ୍ରଣାଳୟ ଅପରାଧିକ ଆଇନକୁ ସମ୍ପୂର୍ଣ୍ଣ ରୂପେ ସଂଶୋଧନ କରିବାକୁ ଚାହୁଁଛନ୍ତି। ଗଣତନ୍ତ୍ରର ତିନୋଟି ସ୍ତମ୍ଭ ମଧ୍ୟରୁ ସଂସଦର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଇ ଶାହା କହିଛନ୍ତି ଯେ ଆଇନ ତିଆରି ପ୍ରକ୍ରିୟାରେ ସଂସଦର ପ୍ରତି ସଦସ୍ୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଶାହା କହିଛନ୍ତି ଯେ ଅପରାଧିକ ଆଇନରେ ବ୍ୟାପକ ସଂଶୋଧନ କରିବାର ଏହି ପ୍ରୟାସରେ ସଂସଦର ପ୍ରତି ସଦସ୍ୟଙ୍କ ପରାମର୍ଶ ଅମୂଲ୍ୟ ପ୍ରମାଣିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?