Posted inଜାତୀୟ

ଆଇପିସି-ସିଆର୍‌ପିସି ସଂଶୋଧନ ଲାଗି ସମସ୍ତ ଏମ୍‌ପିଙ୍କୁ ଚିଠି ଲେଖି ମତାମତ ଲୋଡିଲେ ଶାହା…

ନୂଆଦିଲ୍ଲୀ, ୬।୧ : କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମସ୍ତ ଏମ୍‌ପିମାନଙ୍କୁ ଚିଠି ଲେଖି ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି), ଆପରାଧିକ ଦଣ୍ଡ ପ୍ରଦାନ ପ୍ରକିୟା ସଂହିତା (ସିଆର୍‌ପିସି) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମରେ ସଂଶୋଧନ ଲାଗି ମତାମତ ଲୋଡିଛନ୍ତି।

ଶାହା ଏମ୍‌ପିମାନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’ ମନ୍ତ୍ର ସହିତ ସମସ୍ତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ।

ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ଆକାଂକ୍ଷା ଅନୁଯାୟୀ, ଭାରତର ନାଗରିକମାନଙ୍କ ପାଇଁ, ବିଶେଷକରି ଦୁର୍ବଳ ଏବଂ ପଛୁଆ ବର୍ଗର ଲୋକମାନଙ୍କ ପାଇଁ ଶୀଘ୍ର ନ୍ୟାୟିକ ପ୍ରକିୟା ଅପରିହାର୍ଯ୍ୟ। ସେ କହିଛନ୍ତି ଯେ ଅପରାଧିକ ଆଇନର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।

ଭାରତୀୟ ଗଣତନ୍ତ୍ରର ସାତ ଦଶନ୍ଧିର ଅଭିଜ୍ଞତା ଭାବେ ଆମର ଅପରାଧିକ ଆଇନ, ବିଶେଷକରି ୧୮୬୦ର ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି), ୧୯୭୩ର ଆପରାଧିକ ଦଣ୍ଡ ପ୍ରଦାନ ପ୍ରକିୟା ସଂହିତା (ସିଆର୍‌ପିସି) ଏବ ୧୯୭ର ଭାରତୀୟ ସାକ୍ଷ୍ୟ ଅଧିନିୟମ ଆମ ଲୋକମାନଙ୍କର ସମସାମୟିକ ଆବଶ୍ୟକତା ଏବଂ ଆକାଂକ୍ଷା ସହିତ ସେମାନଙ୍କୁ ନ୍ୟାୟ ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ତେଣୁ ଏସବୁର ସମୀକ୍ଷା ଜରୁରୀ ହୋଇ ପଡ଼ିଛି ବୋଲି ଶାହା ଚିଠିରେ ଉଲ୍ଲେଖ କରିଛନ୍ତିି।

ଏହା ବ୍ୟତୀତ ଶାହା ଲେଖିଛନ୍ତି ଯେ କେନ୍ଦ୍ର ସରକାର ଏକ ଲୋକ-କେନ୍ଦ୍ରିକ ଆଇନଗତ ସଂରଚନା ଗଠନ କରିବାକୁ ଚାହୁଁଛନ୍ତି। ଏସମ୍ପର୍କିତ ପରାମର୍ଶ ପାଇଁ ଭାରତର ପ୍ରଧାନ ବିଚାରପତି, ହାଇକୋର୍ଟର ମୁଖ୍ୟ ଜଷ୍ଟିସ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ୟୁନିଅନ ଟେରିଟୋରୀ, ବାର୍‌ କାଉନସିଲ ଏବଂ ଆଇନ ବିଶ୍ୱବିଦ୍ୟାଳୟର ପ୍ରଶାସକଙ୍କୁ ଅନୁରୋଧ କରି ଶାହା କହିଛନ୍ତି ଯେ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ଆଦର୍ଶ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରାଯାଉଛି।

ସେ କହିଛନ୍ତି ଯେ ମତାମତ ଏବଂ ପରାମର୍ଶ ଗ୍ରହଣ କରିବା ପରେ ସ୍ବରାଷ୍ଟ୍ରମନ୍ତ୍ରଣାଳୟ ଅପରାଧିକ ଆଇନକୁ ସମ୍ପୂର୍ଣ୍ଣ ରୂପେ ସଂଶୋଧନ କରିବାକୁ ଚାହୁଁଛନ୍ତି। ଗଣତନ୍ତ୍ରର ତିନୋଟି ସ୍ତମ୍ଭ ମଧ୍ୟରୁ ସଂସଦର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଇ ଶାହା କହିଛନ୍ତି ଯେ ଆଇନ ତିଆରି ପ୍ରକ୍ରିୟାରେ ସଂସଦର ପ୍ରତି ସଦସ୍ୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଶାହା କହିଛନ୍ତି ଯେ ଅପରାଧିକ ଆଇନରେ ବ୍ୟାପକ ସଂଶୋଧନ କରିବାର ଏହି ପ୍ରୟାସରେ ସଂସଦର ପ୍ରତି ସଦସ୍ୟଙ୍କ ପରାମର୍ଶ ଅମୂଲ୍ୟ ପ୍ରମାଣିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଲିବ ‘କେଜରିଓ୍ବାଲ ଆଶୀର୍ବାଦ’ ଅଭିଯାନ: ସୁନୀତା

ନୂଆଦିଲ୍ଲୀ,୨୯।୩: ଏହି ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ହେପାଜତରେ ଅଛନ୍ତି। କୋର୍ଟ ତାଙ୍କ ରିମାଣ୍ଡ...

ଏଠାରେ ବିଧାୟକଙ୍କୁ ଦରକାର ଗଧ, ସରକାରଙ୍କୁ କଲେ ଡିମାଣ୍ଡ

ଜୟପୁର,୨୯।୩: ଦେଶକୁ ସଫା ସୁତୁରା ରଖିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏଥିରେ ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ କରିବାକୁ ଏକ ଅଳିଆ ଭ୍ୟାନ...

କଶ୍ମୀରର କେଶର, ତାମିଲନାଡୁର ମୋତି… ଜାଣନ୍ତୁ ବିଲ ଗେଟ୍ସଙ୍କୁ ଉପହାରରେ କ’ଣ କ’ଣ ଦେଲେ ମୋଦି

ନୂଆଦିଲ୍ଲୀ,୨୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ଏହି ସମୟରେ, ଭୋକାଲ ଫର ଲୋକାଲର ଏକ ଗିଫ୍ଟ ଗେଟ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ...

ପିତାଙ୍କ କବର ନିକଟରେ ପୋତି ଦିଆଯିବ ମୁଖତାର ଅନସାରୀଙ୍କ ମୃତଦେହ

ଲକ୍ଷ୍ନୌ,୨୯।୩: ପୂର୍ବତନ ବିଧାୟକ ମୁଖତାର ଅନସାରଙ୍କର ଗୁରୁବାର (୨୮ ମାର୍ଚ୍ଚ) ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଧାରା...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

ହାଇକୋର୍ଟରୁ ଝଟକା ପରେ କଂଗ୍ରେସକୁ ୧.୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍

ଭୁବନେଶ୍ୱର,୨୯ା୩: ଆୟକର ବିଭାଗ କଂଗ୍ରେସକୁ ୧,୭୦୦ କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି। ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟାରେ କଂଗ୍ରେସର ଆବେଦନକୁ ପ୍ରତ୍ୟାଖ୍ୟାନ...

ବାପାଙ୍କ ମୃତ୍ୟୁଖବର ଶୁଣି ଚେୟାରରୁ ଗଳି ପଡିଲେ ପୁଅ

ଲକ୍ଷ୍ନୌ,୨୯।୩: ଉତ୍ତରପ୍ରଦେଶର ପ୍ରଖ୍ୟାତ ମାଫିଆ ମୁଖତାର ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି। ଜେଲ୍‌ରେ ଥିବାବେଳେ ତାଙ୍କର ହୃଦ୍‌ଘାତ ହୋଇଥିଲା। ତାଙ୍କର ଜଣେ ପୁଅ ଅବ୍ବାସ ବର୍ତ୍ତମାନ କସଗଞ୍ଜ...

ଜଣେ ଅପରାଧୀଙ୍କ ମୃତ୍ୟୁକୁ ନେଇ ଲୁହ ଝରାଇବା ଠିକ୍‌ ନୁହେଁ

ଲକ୍ଷ୍ନୌ,୨୯।୩: ପ୍ରଖ୍ୟାତ ମାଫିଆ-ରାଜନେତା ମୁଖତାର୍‌ ଅନସାରୀ ହୃଦଘାତରେ ଜେଲ୍‌ରେ ମୃତ୍ୟୁ ଘଟିଛି। ଅନସାରୀଙ୍କ ମୃତ୍ୟୁକୁ ନେଇ ଭାଜପା ନେତା ସଂଗୀତ ସୋମଙ୍କ ବଡ ବିବୃତ୍ତି ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri