ଅହମ୍ମଦାବାଦ ହସ୍ପିଟାଲରେ ଭର୍ତ୍ତି ହେଲେ ଶାହାରୁଖ ଖାନ୍‌

ବମ୍ବେ: ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ପାଇଁ ଚିନ୍ତାଜନକ ଖବର। ଅସୁସ୍ଥ ହୋଇ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିନେତା। ଡିହାଇଡ୍ରେଶନକୁ ନେଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ଜଣାପଡ଼ିଛି।

ହସ୍ପିଟାଲର ଡାକ୍ତରଙ୍କ କହିବା ମୁତାବକ, ପ୍ଲେ ଅଫ୍‌ ମ୍ୟାଚ୍‌ ଥିବାରୁ ସେ ଦୁଇଦିନ ଆଗରୁ ଅହମ୍ମଦାବାଦ ଆସିଥିଲେ। ମଙ୍ଗଳବାର ଅଭିନେତାଙ୍କୁ ଡିହାଇଡ୍ରେଶନ ହୋଇଥିଲା। ସ୍ବାସ୍ଥ୍ୟାବସ୍ଥା ସକାଳେ ବିଗିଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନ ୧ଟାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ବିଶ୍ରାମ କରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି।

ପ୍ରକାଶ ଯେ, ବର୍ତ୍ତମାନ ସମୟରେ ଭାରତର ଅନେକ ସହର ଭଳି ଅହମ୍ମଦାବାଦରେ ପ୍ରବଳ ଗରମ ଅନୁଭୂତ ହେଉଛି। ଏଠାରେ ଦିନରେ ୪୫ଡିଗ୍ରୀ ତାପମାତ୍ରା ରହୁଛି। ଏହାକୁ ନେଇ ପାଣିପାଗ ବିଭାଗ ରେଡ୍‌ ଆଲର୍ଟ୍‌ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡ ସ୍କିମ୍‌ ଜାଲିଆତି: ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୩ା୬: ଗୋଲ୍ଡ ସ୍କିମ୍‌ରେ ଜଣେ ଜମାକାରୀଙ୍କୁ ଠକିବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଓ ଅନ୍ୟମାନଙ୍କ ବିରୋଧରେ...

୩ ଘଣ୍ଟା ଧରି ସଲମାନଙ୍କ ବୟାନ ରେକର୍ଡ କଲା ପୋଲିସ

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ ଖାନଙ୍କ ମୁମ୍ବାଇ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ୨ ମାସ ତଳେ କିଛି ଦୁର୍ବୃତ୍ତ ଗୁଳି ଚଳାଇଥିଲେ। ଅଭିଯୁକ୍ତ...

ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି ‘ପଞ୍ଚାୟତ ୩’

ମୁମ୍ବାଇ: ୨୦୨୪ ମେ ମାସରେ ମୁକ୍ତିଲାଭ କରିଥିବା ବହୁ ପ୍ରତୀକ୍ଷିତ ‘ପଞ୍ଚାୟତ ୩’ ଓ୍ବେବ୍‌ ସିରିଜକୁ ଦର୍ଶକଙ୍କର ବେଶ୍‌ ଭଲପାଇବା ମିଳିଛି। ଏହି ସିରିଜରେ ଜିତେନ୍ଦ୍ର...

ଏଥର ପ୍ରେକ୍ଷାଳୟରେ ଓଲିଉଡ୍‌ ରାଜ୍‌:ପାବାର୍‌, କୁହୁଡ଼ି ଓ ଚନ୍ଦ୍ରବଂଶୀ ଲଢ଼େଇ

ରଜ ସମୟରେ ପିଠା, ମିଠା ଖାଇବା ସହ ସିନେମା ଦେଖିବାର ମଜା ଟିକେ ନିଆରା। ଏହି ସମୟରେ ପ୍ରାୟତଃ ବଡ଼ ବଡ଼ ଷ୍ଟାର୍‌ଙ୍କ ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ...

ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ: ଦି ଟ୍ରାଏଲରେ କାଜୋଲଙ୍କ କୋ-ଆକ୍ଟ୍ରେସ ନୁର ମାଲବିକା ଦାସ ଆତ୍ମହତ୍ୟା କରିଛନ୍ତି, ତାଙ୍କ ମୃତଦେହ ମୁମ୍ବାଇର ଫ୍ଲାଟରେ ମିଳିଥିଲା। ତାଙ୍କ ମୃତଦେହ ଜୁନ ୬ର...

ଚଳିତ ମାସରେ ବିବାହ କରିବେ ସୋନାକ୍ଷୀ!

ମୁମ୍ବାଇ: ବଲିଉଡର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି, ଅଭିନେତ୍ରୀ ନିଜର ଦୀର୍ଘ ଦିନର ପ୍ରେମିକା ଜହିର...

ରାଜନେତା ପୂର୍ବରୁ ଅଭିନେତା ଥିଲେ ନବୀନ ପଟ୍ଟନାୟକ, ଚରିତ୍ର ଥିଲା…

ଭୁବନେଶ୍ୱର,୯।୬: ଦୀର୍ଘ ୨୪ ବର୍ଷ କ୍ଷମତାରେ ରହିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେଇଛନ୍ତି ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନର ଫଳାଫଳ ଆସିବା ପରେ କ୍ଷମତାରୁ...

ଅଭିନେତ୍ରୀ ଲିପିକାଙ୍କ ସିକ୍ରେଟ୍‌, ଖଳନାୟିକା ଚରିତ୍ରକୁ ନେଇ ପରିଚିତ ହେଲେ ହେଁ ଭୁତକୁ ପ୍ରବଳ ଭୟ

ଖୁବ୍‌ କମ୍‌ ବୟସରେ ସେ ଆସିଥିଲେ ଅଭିନୟ ଜଗତକୁ । ଇଚ୍ଛା ଥିଲା ନାୟିକା ଦୌଡ଼ରେ ସାମିଲ ହେବାର। ହେଲେ ସାଜିଗଲେ ଖଳନାୟିକା । ଲୋକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri