ବିବାହର ପ୍ରଥମ ରାତିରେ କାନ୍ଦିଥିଲେ ଶାହରୁଖ: ସ୍ତ୍ରୀଙ୍କୁ ଛାଡି ପଳାଇଥିଲେ…

ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ବଲିଉଡର ସବୁଠାରୁ ଧନୀ ଅଭିନେତା ହେବା ବ୍ୟତୀତ ସେ ଅନ୍ୟତମ ଲୋକପ୍ରିୟ ଅଭିନେତା ମଧ୍ୟ ଅଟନ୍ତି। ଶାହାରୁଖ ଖାନ ବଲିଉଡର ଅନେକ ସୁପରହିଟ୍‌ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ଏହି ଯାତ୍ରା ୩୨ ବର୍ଷ ଧରି ଚାଲିଛି।

ଶାହାରୁଖ ଖାନଙ୍କ ସହ ତାଙ୍କ ପରିବାର ମଧ୍ୟ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଶାହାରୁଖଙ୍କ ସ୍ତ୍ରୀଗୌରୀ ଖାନ ମଧ୍ୟ ବେଶ୍‌ ଲୋକପ୍ରିୟ। ଇଣ୍ଟେରିୟର ଡିଜାଇନର୍‌ ହେବା ବ୍ୟତୀତ ସେ ଜଣେ ଫିଲ୍ମ ନିର୍ମାାତା ମଧ୍ୟ ଅଟନ୍ତ। ଗୌରୀ ୧୯୯୧ରେ ଶାହାରୁଖଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ପ୍ରଥମ ରାତିରେ ଶାହାରୁଖ ତାଙ୍କ ପତ୍ନୀଙ୍କୁ ମଶା ଭରା କୋଠରୀରେ ଛାଡିଥିଲେ। ସେ ମଧ୍ୟରାତ୍ରିରେ ଫେରି ଗୌରୀଙ୍କୁ ଦେଖିବା ପରେ କାନ୍ଦିବାକୁ ଲାଗିଲେ।

ଯେତେବେଳେ ଶାହାରୁଖ ଗୌରୀଙ୍କୁ ବିବାହ କରିଥିଲେ, ବଲିଉଡରେ ଏହା ତାଙ୍କର ପ୍ରାରମ୍ଭିକ ପର୍ଯ୍ୟାୟ ଥିଲା। ସେ ସେତେବେଳେ ସଂଘର୍ଷ କରୁଥିଲେ ଏବଂ ଫିଲ୍ମ ‘ଦିଲ ଆଶନା ହୈ’ ଶୁଟିଂରେ ବ୍ୟସ୍ତ ଥିଲେ। ଏହି ଚଳଚ୍ଚିତ୍ରର ନିର୍ମାତା ଏବଂ ନିର୍ଦ୍ଦେଶକ ଥିଲେ ହେମା ମାଳିନି। ଶାହାରୁଖ ଏବଂ ଗୌରୀ ମୁମ୍ବାଇ ବାହାରେ ବିବାହ କରିଥିଲେ।

ଶାହାରୁଖ ସେହି ସମୟରେ ମୁମ୍ବାଇର ଏକ ଫ୍ଲାଟରେ ରହୁଥିଲେ। କିନ୍ତୁ ଶାହାରୁଖଙ୍କ ସାଙ୍ଗ ତାଙ୍କ ପାଇଁ ହୋଟେଲରେ ଏକ ରୁମ ବୁକ କରିଥିଲେ। ଗୌରୀ ଶାହାରୁଖ ବିବାହ ପରେ ଫେରିଥିଲେ। କିନ୍ତୁ ବିବାହ ଖବର ହେମାମାଳିନୀଙ୍କୁ ଜଣାଇ ନ ଥିଲେ। ଶାହରୁଖ ବିବାହ ପରେ ଏହି ଖବର ହେମାଙ୍କୁ ଦେଇଥିଲେ। କିନ୍ତୁ ହେମା ମାଳିନୀ ତାଙ୍କୁ ତୁରନ୍ତ ସେଟକୁ ଆସିବାକୁ କହିଥିଲେ।
ଶାହାରୁଖ ଗୌରୀଙ୍କ ସହ ସେଟରେ ପହଞ୍ଚିଥିଲେ। ତେବେ ସେଟରେ ହେମା ଉପସ୍ଥିତ ନ ଥିଲେ। ହେମାଙ୍କୁ ବହୁତ ସମୟ ଅପେକ୍ଷା କରିଥିଲେ କିନ୍ତୁ ସେ ଆସିଲେ ନାହିଁ। ତା’ପରେ ଶାହରୁଖ ଗୌରୀଙ୍କୁ ନେଇ ତାଙ୍କ ମେକଅପ ରୁମରେ ବସାଇଥିଲେ। ସେତେବେଳେ ରାତି ୧୧ଟା ହୋଇଥିଲା। ଏହା ପରେ ଶାହାରୁଖ ରାତି ୨ଟାରେ ଗୌରୀଙ୍କ ନିକଟକୁ ଫେରିଥିଲେ।

ଶାହାରୁଖ ଖାନ ଆସି ଦେଖିଲେ ଯେ, ତାଙ୍କ ସ୍ତ୍ରୀ ଭାରୀ ଅଳଙ୍କାର ପିନ୍ଧି ଲୁହା ଚେୟାରରେ ବସି ବସି ଶୋଇପଡିଥିଲେ। ତାଙ୍କ ବିବାହ ରାତିର କାହାଣୀ ବର୍ଣ୍ଣନା କରି ଶାହାରୁଖ କହିଥିଲେ, ମୋର ନିଷ୍ପତ୍ତି ପାଇଁ ମୁଁ ସେଦିନ କାନ୍ଦିବାକୁ ଲାଗିଲି। ବିବାହର ପ୍ରଥମ ରାତି ମଶା ଭର୍ତ୍ତି କୋଠରୀରେ ଗୌରୀଙ୍କୁ ବିତାଇଥିଲେ। ମୁଁ ଗୌରୀକୁ ଉଠାଇଲି ଏବଂ ତାଙ୍କୁ କିଛି କହିଲି ନାହିଁ। ସେ ମୋତେ କିଛି ମଧ୍ୟ ପଚାରିଲେ ନାହିଁ। ଏହା ପରେ ଆମେ ଚୁପଚାପ ଟ୍ୟାକ୍ସି ଯୋଗେ ହୋଟେଲକୁ ଫେରିଲୁ। ମୋ ପାଇଁ, ସେହି ଦିନଗୁଡ଼ିକ ସଂଘର୍ଷର ଦିନ ଥିଲା କିନ୍ତୁ ସେହି ରାତି ମୋ ଜୀବନରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?